ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍‌

ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଖୋର୍ଦ୍ଧା ଜିଲା ଗସ୍ତରେ ଆସିଥିବାବେଳେ ଡିଆଇଜି ଆଶିଷ କୁମାର ସିଂ ଏବଂ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଥିଲେ। ଜିଲାର ୩ ପ୍ରବେଶ ପଥ ଯଥା ନୂଆ ବସଷ୍ଟାଣ୍ଡ, ଚଣ୍ଡିଚୁଆ ଛକ ଏବଂ ମୁକୁନ୍ଦପ୍ରସାଦ ରାସ୍ତାକୁ ସିଲ କରାଯାଇଛି। ସହରରେ ୩୦ଟି ଛକ ସ୍ଥାନରେ କ୍ରସ ବ୍ୟାରିକେଡ ଦେଇ ଯାତାୟତ ବନ୍ଦ କରାଯାଇଛି। କେବଳ ନୟାଗଡ ରୋଡ, ନୂଆ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଖୋଲା ରହିଛି। ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, କାର ଓ ବାଇକ ଚାଳକ କେଉଁ ଉଦ୍ଦେଶ୍ୟରେ ଯାଉଛନ୍ତି, ତାହାର ଠିକ ପ୍ରମାଣ ନ ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ି ମଧ୍ୟ ଅନୁମତି ପତ୍ର ରଖିଥିବା ଆବଶ୍ୟକ। ଏଣିକି ଲକଡାଉନ ସମୟରେ ରାସ୍ତାରେ ବାଇକ ଏବଂ କାର ଯାତାୟାତକୁ ଅନୁମତି ଦିଆଯିବ ନାହିଁ। ପନିପରିବା, ଫଳମୂଳ ଏବଂ ଔଷଧ କିଣିବା ଲାଗି ଆସୁଥିବା ବ୍ୟକ୍ତି ଚାଲିକି ଆସନ୍ତୁ। ବାଇକରେ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ସନ୍ଧ୍ୟାରେ ଗଳିକନ୍ଦିରେ ଏକାଠି ହୋଇ ଗୁଲିଖଟି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗୋଡ଼ାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri