ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍‌

ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଖୋର୍ଦ୍ଧା ଜିଲା ଗସ୍ତରେ ଆସିଥିବାବେଳେ ଡିଆଇଜି ଆଶିଷ କୁମାର ସିଂ ଏବଂ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଥିଲେ। ଜିଲାର ୩ ପ୍ରବେଶ ପଥ ଯଥା ନୂଆ ବସଷ୍ଟାଣ୍ଡ, ଚଣ୍ଡିଚୁଆ ଛକ ଏବଂ ମୁକୁନ୍ଦପ୍ରସାଦ ରାସ୍ତାକୁ ସିଲ କରାଯାଇଛି। ସହରରେ ୩୦ଟି ଛକ ସ୍ଥାନରେ କ୍ରସ ବ୍ୟାରିକେଡ ଦେଇ ଯାତାୟତ ବନ୍ଦ କରାଯାଇଛି। କେବଳ ନୟାଗଡ ରୋଡ, ନୂଆ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଖୋଲା ରହିଛି। ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, କାର ଓ ବାଇକ ଚାଳକ କେଉଁ ଉଦ୍ଦେଶ୍ୟରେ ଯାଉଛନ୍ତି, ତାହାର ଠିକ ପ୍ରମାଣ ନ ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ି ମଧ୍ୟ ଅନୁମତି ପତ୍ର ରଖିଥିବା ଆବଶ୍ୟକ। ଏଣିକି ଲକଡାଉନ ସମୟରେ ରାସ୍ତାରେ ବାଇକ ଏବଂ କାର ଯାତାୟାତକୁ ଅନୁମତି ଦିଆଯିବ ନାହିଁ। ପନିପରିବା, ଫଳମୂଳ ଏବଂ ଔଷଧ କିଣିବା ଲାଗି ଆସୁଥିବା ବ୍ୟକ୍ତି ଚାଲିକି ଆସନ୍ତୁ। ବାଇକରେ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ସନ୍ଧ୍ୟାରେ ଗଳିକନ୍ଦିରେ ଏକାଠି ହୋଇ ଗୁଲିଖଟି କରୁଥିବା ବ୍ୟକ୍ତିଙ୍କୁ ପୋଲିସ ଗୋଡ଼ାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri