ଖାଲି ପଡ଼ୁଛିିି ପୋଲିସ କ୍ୟାମ୍ପ

ବାରିପଦା ଅଫିସ, ୨୩ା୪- ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଆରମ୍ଭ ହେବା ପରେ ଗତ ୨୦ ତାରିଖଠାରୁ ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯାହାର ଫାଇଦା ଉଠାଇ ଲୋକେ ସହରରେ ବିନା କାରଣରେ ଯାତାୟତ କରୁଛନ୍ତି। ଏଭଳି ସ୍ଥଳେ ବାରିପଦା ସହରରେ ଚେକିଂ ପାଇଁ ହୋଇଥିବା ବିଭିନ୍ନ ପୋଲିସ କ୍ୟାମ୍ପରେ ଯାଞ୍ଚ କରାଯିବା ବଦଳରେ ଏହା ଖାଲି ପଡୁଥିବା ଦେଖିବାକୁ ମିଳିଛି। ଲୋକେ କିପରି ସୁରକ୍ଷିତ ରହିବେ ସେଥି ପ୍ରତି ଦୃଷ୍ଟି ନ ଦେଇ ପୋଲିସ କୋହଳ ମନୋଭାବ ଆପଣାଇଥିବା ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ସହରର ବିଭିନ୍ନ ଛକରେ ଥିବା ପୋଲିସ କ୍ୟାମ୍ପ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଷ୍ଟିଲ ଗୋଲେଇଠାରେ ହୋଇଥିବା ପୋଲିସ କ୍ୟାମ୍ପରେ କାହାର ଦେଖା ମିଳି ନ ଥିଲା। ଅନ୍ୟପଟେ ବାଇକ୍‌ରେ ଜଣଙ୍କରୁ ଅଧିକ ଲୋକ ନ ବସିବା ପାଇଁ ନିୟମ ଜାରି ହୋଇଥିବା ବେଳେ ସହରରେ ଯାତାୟତ କରୁଥିବା ବାଇକ୍‌ରେ ଦୁଇରୁ ଅଧିକ ଜଣ ବସି ଯାଉଥିବା ଦେଖିବାକୁ ମିଳୁଛି। ପଡ଼ୋଶୀ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କରୋନା କାୟା ବିସ୍ତାର କରିଥିବାରୁ ମୟୂରଭଞ୍ଜ ଜିଲାବାସୀ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି। ଜିଲାର ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, କୁଳିଅଣା ଓ ଝାରପୋଖରିଆ ବ୍ଲକ ପଶ୍ଚିମବଙ୍ଗ ସୀମାକୁ ଲାଗିଛି। ଦୁଇ ଦିନ ତଳେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଚକାଶୁଳିଆପଦା ଗେଟ୍‌ଠାରେ ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ଜିଲାର ସମସ୍ତ ସୀମାରେ ୪ ପ୍ଲାଟୁନ ପୋଲିସ ଫୋର୍ସ ପୂର୍ବରୁ ମୁତୟନ ହୋଇଥିବା ବେଳେ ଆଉ ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ସୀମାରେ ନିୟୋଜିତ କରାଯାଇଛି। ତେବେ ସୀମା ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେଉଥିବା ବେଳେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଗ୍ରାମରେ ଅଧିକ ଗଳାବାଟ ରହୁଥିବାରୁ ଉକ୍ତ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏହି ଦିଗ ପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାରୁ ୭୨୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅବଶିଷ୍ଟ୨୫୪ ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?