ଖାଏଦ୍‌ ସୁରକ୍ଷା ଯୋଜନା ବାଟ୍‌ବନା: ୫ ପରାନୀ କୁଟୁମକେ ୧୦ କେ.ଜି ଚାଉଲ

ଲାଠୋର, ୧୭।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର, ଖାଏଦ୍‌ ସୁରକ୍ଷା ଯୋଜନାରେ ଚାଉଲ ଯୁଗେଇ ଦେଉଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି କାଯ୍‌ ଲାଗି ଅନେକ୍‌ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ କଲୋନିପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର କଲୋନିପଡ଼ାର ଭୁଦ୍ର ନାଏକ(୩୬)। ପରିବାର କହେଲେ ମାଏକିନା ଧନମତୀ(୩୧), ୩ ପୁଓ ସଚିଦାନନ୍ଦ(୮), ମାଣିକ୍ୟ(୫), କୁଞ୍ଜବିହାରୀ(୨)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଘରଡିହ ଖଁଡ଼େକେ ଛାଡ଼ି ଦେଲେ ସଁପତି ବଲି କିଛି ନାଇଁ। ଦୁଇ ମାଏଝି ମୁନୁଷ୍‌ କୁଲିମଜୁରି କରି ପରିବାର ଚଲଉଛନ୍‌। ଅଭାବ ଅନାଟନ ଲାଗି ଭଲ ଘରଖଁଡ଼େ କରି ନାଇଁପାରବାର। ଯେନ୍‌ ମାଏଟ୍‌ ଖପର ଘରଟା ବି ଅଛେ ସେଟା ଅନେକ ସମିଆରେ ମରାମତି କରି ନାଇଁପାରବାର। ଏନ୍‌ତାଥି ଖରା, ବରଷା, ଶୀତରେ କୁଟୁମବସିଆ ବଡ଼ା ଦହଗଁଜ୍‌ ହେଉଛନ୍‌। ସେନ୍‌ତା ପରିବାରରେ ୫ ପରାନୀ ଥିଲାବେଲେ ସରକାରୀ ଯୋଜନାରେ ମାସିକ ଚାଉଲ ମିଲୁଛେ ୧୦ କେ.ଜି.। ଭୁଦ୍ର ସରକାରୀ ଯୋଜନାରେ ଘରଖଁଡ଼େ ଆର ମାସିକ ୨୫ କେ.ଜି. ଚାଉଲ ଲାଗି ପଁଚେତ୍‌ରେ ଗୁହାରି କରି କରି ଥକିଗଲେନ। ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ ଅଭିଯୋଗ କରିଛନ୍‌। ଆବାସ ଯୋଜନାରେ ଘରଖଁଡ଼େ ଆର ମାସିକ ୨୫ କେ.ଜି. ଚାଉଲ ଯୁଗେଇ ଦେବାକେ ଭୁଦ୍ର ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀଅ ବ୍ଲକ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?