ଖଲିପତ୍ର ଦେଲା ନୂଆ ଆଶାଭରସା

କେନ୍ଦୁଝର, ୧୭ା୩(ଡି.ଏନ.ଏ.)-ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଲାଗି ସରକାରୀ କଟକଣା ପରେ ଶାଳପତ୍ରରୁ ପ୍ରସ୍ତୁତ ହେଉଥିବା ଖଲି ଚଉତିର ବ୍ୟବହାର ବଢ଼ିଛି। ବିଭିନ୍ନ ସରକାରୀ ବୈଠକ ଓ କର୍ମଶାଳାରେ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଏବେ ଚଉତି ବ୍ୟବହାର କରାଯାଉଛି। ପୂର୍ବରୁ ପାରମ୍ପାରିକ ଭାବେ ଖଲି ଚଉତି ପ୍ରସ୍ତୁତି କରୁଥିବା କେନ୍ଦୁଝର ଜିଲା ଦେଓବନ୍ଧ ରେଞ୍ଜ ଅନ୍ତର୍ଗତ ସାନଜୀଉଳି ଗ୍ରାମର ମହିଳାମାନେ ସଂଗଠିତ ହୋଇ ମେଶିନ ସହାୟତାରେ ଖଲି ଚଉତି ତିଆରି ଲାଗି ଆରମ୍ଭ କରିଛନ୍ତି ଏକ ଉଦ୍ୟୋଗ ା ଗାଁରେ ପ୍ରତିଷ୍ଠା ହୋଇଛି ସାନଜୀଉଳି ତାରିଣୀ ମହିଳା ଫାର୍ମସ୍‌ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ନାମକ ଏହି ଖଲି କାରଖାନା। ୨୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୫୩ ମହିଳା ଏହି କାରଖାନାରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏକଦା ଅଲୋଡ଼ା ହୋଇପଡ଼ିଥିବା ଖଲି ଚଉତି ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ରୋଜଗାରରେ ମୁଖ୍ୟ ସହାୟକ ହୋଇପାରଛି।
ସାନଜୀଉଳି ଗାଁ ବ୍ୟତୀତ ବଡଜୀଉଳି, ପଟାବାରୀ, ଜାମୁପଶି ଓ ଏହାର ଆଖପାଖ ଗ୍ରାମର ମହିଳାମାନେ ମଧ୍ୟ ଜଙ୍ଗଲରୁ ଶାଳପତ୍ର ଆଣି ମେଶିିନରେ ଖଲି ଓ ଚଉତି ତିଆରି କରି ବିକ୍ରି କରୁଛନ୍ତି। ଜିଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ସହଯୋଗରେ ଆରମ୍ଭ ହୋଇଥିବା ଖଲି ଫ୍ରାକ୍ଟି ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି। ଏହାର ଉତ୍ପାଦନ ଦିନକୁ ଦିନ ବଢ଼ିବାରୁ ଏହା ଲୋକଙ୍କ ଚାହିଦା ମେଣ୍ଟାଇ ପାରୁଛି। ଜିଲାର ସାନଜୀଉଳି ଗ୍ରାମରେ ମହିଳାମାନେ ପ୍ରସ୍ତୁତ କରୁଥିବା ଖଲି ପତ୍ର ସାମଗ୍ରୀ କେବଳ ଓଡିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ବେଶ ଆଦୃତି ଲାଭ କରିଛି। ପ୍ଲାଷ୍ଟିକର ବିଳଳ୍ପ ଭାବେ ଏହାର ଚାହିଦା ବଢ଼ିଥିବାରୁ ଖଲିପତ୍ର ସଂଗ୍ରହକାରୀ ଓ ମହିଳା କାରିଗର ତଥା ଶ୍ରମଜୀବୀ ଉତ୍ସାହିତ ହୋଇ ଉଠିଛନ୍ତି। ଇତି ମଧ୍ୟରେ ଜିଲାପାଳ ଆଶିଷ ଠାକ୍‌ରେ ସାନଜୀଉଳିର ଖଲି ଚଉତି କାରଖାନାକୁ ପରିଦର୍ଶନରେ ଯାଇ ମହିଳାମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝି ଫେରିଛନ୍ତି। ମାସକୁ ସେଠାରେ ୫ହଜାର ଶାଳପତ୍ର ଖଲି ତିଆରି ହୋଇ ବିକ୍ରି ହେଉଥିବା ମିଶନ ଶକ୍ତି ବିଭାଗ ସୂତ୍ରରୁ ଜଣାପଡିଛି।
ସାନଜୀଉଳି ତାରିଣୀ ମହିଳା ଫାର୍ମର୍ସ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ସଭାପତି ତାରାମଣି ନାଏକ କହିଛନ୍ତି, ସ୍ଥାନୀୟ ଗ୍ରାମ ସମେତ ଆଖପାଖ ଗ୍ରାମର ମହିଳାମାନେ ମେଶିନ୍‌ ଦ୍ୱାରା ଖଲି ଓ ଚଉତି ତିଆରି କରୁଥିବାବେଳେ ବିଦ୍ୟୁତ ସରବରାହ ଘନଘନ ବାଧାପ୍ରାପ୍ତ ହେଉଥିବାରୁ ଏହା ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ସେହିପରି ଏଠାରେ ପାଣିର ସୁବିଧା ନ ଥିବାରୁ ଖଲି ସାମଗ୍ରୀ ପ୍ରସ୍ତୁତକାରୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଶନଶକ୍ତି ନୋଡାଲ ଅଫିସର, ଶିଶିର ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଉଦ୍ୟୋଗ କେନ୍ଦୁଝର ଜିଲାରେ ମହିଳାମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ଏହି ଉଦ୍ୟୋଗକୁ ଜିଲାପାଳ ପରିଦର୍ଶନରେ ଯାଇ ସେଠାରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମିଶନଶକ୍ତି ବିଭାଗ ପାଣି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛ। ବିଦ୍ୟୁତ ସମସ୍ୟା ସମାଧାନ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri