ନିଆରା ‘ବୁଢ଼ା ସାର୍‌’ : ବିନା ପାରିଶ୍ରମିକରେ ୪୨ ବର୍ଷ ଶିକ୍ଷାଦାନ

ପଦ୍ମପୁର,୧୭।୩(ଡି.ଏନ.ଏ.)- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଗୋରାମାଟି ଗଁ। ର ଜଣେ ନିଆରା ମଣିଷ ଗୋଲକ ପ୍ରସାଦ ପାଢ଼ୀ। ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪୨ବର୍ଷ ଧରି ବିନା ଚାକିରି ବିନା ପାରିଶ୍ରମିକରେ ସେ ଶିକ୍ଷାଦାନ କରିଆସୁଛନ୍ତି। ଏଥିସହ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କୁ ସମସ୍ତେ ବୁଢ଼ା ସାର୍‌ ବୋଲି ଡାକିଥାନ୍ତି।
ଗୋଲକ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ତିହିଡ଼ି ବ୍ଲକ ପାଳିଆ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ସେ ସମୟରେ ଗ୍ରାମରେ ପ୍ରାଥମିକ ଶିକ୍ଷାର ବିଶେଷ ସୁବିଧା ନ ଥିଲା। ସଚେତନତା ଅଭାବ ସାଙ୍ଗକୁ ଲୋକଙ୍କର ଆର୍ଥିକ ସ୍ଥିତି ଭଲ ନ ଥିଲା। ଏହାକୁ ଆଖି ଆଗରେ ରଖି ସେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ଆଗେଇ ଆସିଥିଲେ। ଚାକିରି ନ ଖୋଜି ଗଁା ସ୍କୁଲରେ ସ୍ବେଚ୍ଛାକୃତ ଭାବେ ଶିକ୍ଷାଦାନ ଆରମ୍ଭ କରିଥିଲେ। ୧୯୨୧ରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୨୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୫ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ୧୯୭୮ଠାରୁ ଗୋଲକ ଏହି ବିଦ୍ୟାଳୟକୁ ନିୟମିତ ଯାଇ ବିନା ପାରିଶ୍ରମିକରେ ପାଠ ପଢ଼ାଇ ଆସୁଛନ୍ତି। ଇଂଲିଶ, ଗଣିତ ଓ ସାହିତ୍ୟରେ ସେ ବେଶ୍‌ ଦକ୍ଷ। ଛାତ୍ରୀଛାତ୍ରଙ୍କ ଭଲପାଇବା ଓ ସେମାନଙ୍କ ଜ୍ଞାନ ଅର୍ଜନରେ ସହାୟତା କରି ଗୋଲକ ନିଜ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ଦେହ ଖରାପ ନ ହେଲେ ସେ ଦିନଟିଏ ବି ସ୍କୁଲ ଯିବା ବନ୍ଦ କରି ନ ଥାନ୍ତି।
ଗୋଲକ କହନ୍ତି, ଶିକ୍ଷାର ପ୍ରସାର ଘଟିଲେ ଗଁା ଗଣ୍ଡାରେ ବିକାଶ ଆସିବ। ଶିକ୍ଷାର୍ଥୀଙ୍କୁ ଭଲପାଇବା ଦେଇ ଶିକ୍ଷାଦାନ କଲେ ତାହା ସେମାନଙ୍କ ଜୀବନକୁ ଉନ୍ନତ କରି ଗଢ଼ି ତୋଳିବ। ବ୍ୟକ୍ତିଗତ ଜୀବନରେ ଗୋଲକ ବେଶ୍‌ ସରଳ ଓ ଅମାୟିକ। ଘରେ ପୁଅବୋହୂ ଓ ନାତି ନାତୁଣୀଙ୍କୁ ନେଇ ତାଙ୍କ ପରିବାର। ସ୍ତ୍ରୀଙ୍କର ଦେହାନ୍ତ ହେବା ପରେ ଏବେ ପରିଣତ ବୟସରେ ମଧ୍ୟ ନିଜ କାମ ନିଜେ କରିବା ସହିତ ଗଁ। ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି। ଏପରି କି କୌଣସି ସରକାରୀ ସହାୟତା ନେବାକୁ ସେ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି। ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରସାଦ ମଲ୍ଲିକ କହିଛନ୍ତି, ଗୋଲକ ଜଣେ ଗାନ୍ଧିବାଦୀ ଓ ସ୍ବାଭିମାନୀ ମଣିଷ। ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ଗୋଲକଙ୍କ ଶିକ୍ଷାଦାନ ପାଇଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଛି ବୋଲି ପ୍ରଧାନ ଶିକ୍ଷକ ଜୀବନବନ୍ଧୁ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri