ଯୁବ ପିଢିିଙ୍କୁ ଦିଅନ୍ତି ପରିବତ୍ତର୍ର୍ନର ବାର୍ତ୍ତା : ନୃତ୍ୟ ଓ ଅଭିନୟ କଳାରେ ପ୍ରବୀଣ ଗୁରୁ ଦାସ

 

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-ଦୀର୍ଘ ୨୦ ବର୍ଷର କଳା ସାଧନା ଭିତରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ବଢିଛନ୍ତି । ଜଣେ କଳାକାର ହେବା ଲାଗି ପିଲା ଦିନୁ ଦେଖିଥିଲେ ସ୍ବପ୍ନ । ଏହାକୁ ସାକାର ରୂପ ଦେବାଲାଗି ନିରନ୍ତର ସାଧନା କରି ଜଣେ ଓଡିଶୀ ନୃତ୍ୟଗୁରୁ ଭାବେ ହାସଲ କରିଛନ୍ତି ପରିଚୟ। କେବଳ ନୃତ୍ୟ ନୁହେଁ ଅଭିନୟ କଳାରେ ବି ସେ ବେଶ୍‌ ମାହିର। ବିଭିନ୍ନ ଓଡିଆ ଧାରାବାହିକ ପରେ ଏବେ ପ୍ରଥମ କରି ‘ହେ ବନ୍ଧୁ ବିଦାୟ’ ଓଡିଆ ଚଳଚ୍ଚିିତ୍ରରେ ଖଳ ନାୟକ ଭୂମିକାରେ ଅଭିନୟର ସୁଯୋଗ ପାଇଛନ୍ତି। ଉଭୟ ନୃତ୍ୟ ଓ ଅଭିନୟ କଳାରେ ପରିବର୍ତ୍ତନର ବାର୍ତ୍ତା ଦେଇଥାନ୍ତି ବୋଲି କହିଛନ୍ତି ସେ ।
କଳା ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଶିଳ୍ପୀ ହେଲେ ଗୁରୁ ଦାସ। କେନ୍ଦୁଝର ଡି.ଏନ୍‌ ହାଇସ୍କୁଲରୁ ମାଟ୍ରିକ ପରେ ଡି.ଡି.କଲେଜରୁ ସ୍ନାତକ ହାସଲ କରିଥିଲେ। ପରେ ଉତ୍କଳ ସଙ୍ଗୀତ ନାଟକ ବିଦ୍ୟାଳୟରେ କଳା ଅଧ୍ୟୟନ ସହ ଚଣ୍ଡିଗଡ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର ଓ ଅଭିନୟରେ ତାଲିମ ନେଇଥିଲେ। ଏହାପରେ କଳାକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ସେ ଏହି ଜଗତରେ ପାଦ ଦେଇଥିଲେ ା ସେ କହନ୍ତି, କଳାକାରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। କଠିନ ପରିଶ୍ରମ, ସାଧନା ଓ ଗୁରୁଭକ୍ତି ଜଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥାଏ।
ଉପାନ୍ତ, ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ କଳାର ପ୍ରଚାର ପ୍ରସାର ଲାଗି ପ୍ରାୟ ଏକ ଦଶନ୍ଧି ହେବ ସଂଗୀତ, ନୃତ୍ୟ ଓ ଅଭିନୟ ବିଦ୍ୟାଳୟ ଖୋଲି ଅନେକ ଯୁବ ପ୍ରତିଭାଙ୍କୁ ତାଲିମ ଦେଇଛନ୍ତି। ଆଗକୁ ନୂତନ ପ୍ରତିଭା ସୃଷ୍ଟି କରିବା ଲକ୍ଷ୍ୟରେ ସେ କାର୍ଯ୍ୟ କରୁଛନ୍ତି। ନିଜେ ପ୍ରଥମେ ମଞ୍ଚ ଶୋ’ରେ ଆରମ୍ଭ କରିଥିଲେ ଅଭିନୟ ଜୀବନ। ପରେ ବିଭିନ୍ନ ଟିଭି ଚ୍ୟାନେଲରେ ରାନି, ଦୁର୍ଗା, ତୋ ଅଗଣାର ତୁଳସୀ, ରହିଛି ରହିବି ତୋ ପାଇଁ ଆଦି ଧାରାବାହିକରେ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ରେଡିଓରେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ପରିବେଷଣ କରିଥିଲେ ସେ। କେନ୍ଦୁଝର ଜିଲାରେ ନାଟ୍ୟକଳା ଓ ସଂସ୍କୃତିକୁ ଆଗକୁ ନେବା ଲାଗି ସେ ଏକ ଚିତ୍ରାଳୟ ଖୋଲି ବିଭିନ୍ନ ସଂସ୍ଥାକୁ ନାଟ୍ୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ତାଙ୍କ ବାପା ସ୍ବର୍ଗତ ଶାରଦା ଦାସ ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ମା’ ଶାନ୍ତିପ୍ରିୟା ମହାନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ । ସମ୍ପ୍ରତି ଗୁରୁ ଦାସ ନିଜ ମା’ ଓ ଝିଅ ଶ୍ୱେତାଙ୍କ ସହିତ ପୁରୁଣା କେନ୍ଦୁଝର ସହରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri