ଖଲିପତ୍ର ଦେଲା ନୂଆ ଆଶାଭରସା

କେନ୍ଦୁଝର, ୧୭ା୩(ଡି.ଏନ.ଏ.)-ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଲାଗି ସରକାରୀ କଟକଣା ପରେ ଶାଳପତ୍ରରୁ ପ୍ରସ୍ତୁତ ହେଉଥିବା ଖଲି ଚଉତିର ବ୍ୟବହାର ବଢ଼ିଛି। ବିଭିନ୍ନ ସରକାରୀ ବୈଠକ ଓ କର୍ମଶାଳାରେ ପ୍ଲାଷ୍ଟିକ ପ୍ଲେଟ ବଦଳରେ ଏବେ ଚଉତି ବ୍ୟବହାର କରାଯାଉଛି। ପୂର୍ବରୁ ପାରମ୍ପାରିକ ଭାବେ ଖଲି ଚଉତି ପ୍ରସ୍ତୁତି କରୁଥିବା କେନ୍ଦୁଝର ଜିଲା ଦେଓବନ୍ଧ ରେଞ୍ଜ ଅନ୍ତର୍ଗତ ସାନଜୀଉଳି ଗ୍ରାମର ମହିଳାମାନେ ସଂଗଠିତ ହୋଇ ମେଶିନ ସହାୟତାରେ ଖଲି ଚଉତି ତିଆରି ଲାଗି ଆରମ୍ଭ କରିଛନ୍ତି ଏକ ଉଦ୍ୟୋଗ ା ଗାଁରେ ପ୍ରତିଷ୍ଠା ହୋଇଛି ସାନଜୀଉଳି ତାରିଣୀ ମହିଳା ଫାର୍ମସ୍‌ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ନାମକ ଏହି ଖଲି କାରଖାନା। ୨୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୨୫୩ ମହିଳା ଏହି କାରଖାନାରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏକଦା ଅଲୋଡ଼ା ହୋଇପଡ଼ିଥିବା ଖଲି ଚଉତି ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ରୋଜଗାରରେ ମୁଖ୍ୟ ସହାୟକ ହୋଇପାରଛି।
ସାନଜୀଉଳି ଗାଁ ବ୍ୟତୀତ ବଡଜୀଉଳି, ପଟାବାରୀ, ଜାମୁପଶି ଓ ଏହାର ଆଖପାଖ ଗ୍ରାମର ମହିଳାମାନେ ମଧ୍ୟ ଜଙ୍ଗଲରୁ ଶାଳପତ୍ର ଆଣି ମେଶିିନରେ ଖଲି ଓ ଚଉତି ତିଆରି କରି ବିକ୍ରି କରୁଛନ୍ତି। ଜିଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ସହଯୋଗରେ ଆରମ୍ଭ ହୋଇଥିବା ଖଲି ଫ୍ରାକ୍ଟି ଏବେ ସଫଳତାର ଶୀର୍ଷରେ ପହଞ୍ଚିଛି। ଏହାର ଉତ୍ପାଦନ ଦିନକୁ ଦିନ ବଢ଼ିବାରୁ ଏହା ଲୋକଙ୍କ ଚାହିଦା ମେଣ୍ଟାଇ ପାରୁଛି। ଜିଲାର ସାନଜୀଉଳି ଗ୍ରାମରେ ମହିଳାମାନେ ପ୍ରସ୍ତୁତ କରୁଥିବା ଖଲି ପତ୍ର ସାମଗ୍ରୀ କେବଳ ଓଡିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ବେଶ ଆଦୃତି ଲାଭ କରିଛି। ପ୍ଲାଷ୍ଟିକର ବିଳଳ୍ପ ଭାବେ ଏହାର ଚାହିଦା ବଢ଼ିଥିବାରୁ ଖଲିପତ୍ର ସଂଗ୍ରହକାରୀ ଓ ମହିଳା କାରିଗର ତଥା ଶ୍ରମଜୀବୀ ଉତ୍ସାହିତ ହୋଇ ଉଠିଛନ୍ତି। ଇତି ମଧ୍ୟରେ ଜିଲାପାଳ ଆଶିଷ ଠାକ୍‌ରେ ସାନଜୀଉଳିର ଖଲି ଚଉତି କାରଖାନାକୁ ପରିଦର୍ଶନରେ ଯାଇ ମହିଳାମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝି ଫେରିଛନ୍ତି। ମାସକୁ ସେଠାରେ ୫ହଜାର ଶାଳପତ୍ର ଖଲି ତିଆରି ହୋଇ ବିକ୍ରି ହେଉଥିବା ମିଶନ ଶକ୍ତି ବିଭାଗ ସୂତ୍ରରୁ ଜଣାପଡିଛି।
ସାନଜୀଉଳି ତାରିଣୀ ମହିଳା ଫାର୍ମର୍ସ ସର୍ଭିସେସ୍‌ ପ୍ରଡ୍ୟୁସର୍ସ କମ୍ପାନୀ ଲିଃ ସଭାପତି ତାରାମଣି ନାଏକ କହିଛନ୍ତି, ସ୍ଥାନୀୟ ଗ୍ରାମ ସମେତ ଆଖପାଖ ଗ୍ରାମର ମହିଳାମାନେ ମେଶିନ୍‌ ଦ୍ୱାରା ଖଲି ଓ ଚଉତି ତିଆରି କରୁଥିବାବେଳେ ବିଦ୍ୟୁତ ସରବରାହ ଘନଘନ ବାଧାପ୍ରାପ୍ତ ହେଉଥିବାରୁ ଏହା ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ସେହିପରି ଏଠାରେ ପାଣିର ସୁବିଧା ନ ଥିବାରୁ ଖଲି ସାମଗ୍ରୀ ପ୍ରସ୍ତୁତକାରୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଶନଶକ୍ତି ନୋଡାଲ ଅଫିସର, ଶିଶିର ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ଉଦ୍ୟୋଗ କେନ୍ଦୁଝର ଜିଲାରେ ମହିଳାମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ଏହି ଉଦ୍ୟୋଗକୁ ଜିଲାପାଳ ପରିଦର୍ଶନରେ ଯାଇ ସେଠାରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମିଶନଶକ୍ତି ବିଭାଗ ପାଣି ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛ। ବିଦ୍ୟୁତ ସମସ୍ୟା ସମାଧାନ ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?