Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ଫୋକସରେ ପନ୍ତ

କିଙ୍ଗ୍‌ଷ୍ଟନ (ଜାମାଇକା), ୩୦।୮(ପି.ଟି.)- ସ୍ଥାନୀୟ ସାବିନା ପାର୍କ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନରେ ବୃହତ୍‌ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଦ୍ୱିତୀୟ ଟେଷ୍ଟ ଜିତି କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଟେଷ୍ଟ କ୍ରିକେଟ ଖେଳିବାର କଳା ଓ୍ବେଷ୍ଟଇଣ୍ଡିଜ କ୍ରିକେଟରମାନେ ହରାଇଥିବାରୁ ଭାରତ ପ୍ରଥମ ମ୍ୟାଚ୍‌ ଭଳି ଏଥିରେ ମଧ୍ୟ ବିଜୟୀ ହେବା ଆଶା କରାଯାଉଛି। ପୂର୍ବରୁ ମଧ୍ୟ ଭାରତ ଟି୨୦ ଓ ଦିନିକିଆ ସିରିଜରେ କ୍ଲିନ୍‌ ସୁଇପ୍‌ କରିଥିଲା।
ସାବିନା ପାର୍କରେ ପାରିପାର୍ଶ୍ୱକ ପରିସ୍ଥିତି ବେଶ୍‌ ଭଲ ରହିଛି। ପିଚ୍‌ ମଧ୍ୟ ବେଶ୍‌ ଭଲ ରହିଛି। ଫଳରେ ଆଉ ଏକ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଭାରତୀୟ ବୋଲିଂ କୋଚ୍‌ ଭାରତ ଅରୁଣ କହିଛନ୍ତି। ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଇଶାନ୍ତ ଶର୍ମା ପ୍ରଥମ ମ୍ୟାଚ୍‌ରେ ଯଥାକ୍ରମେ ୬ ଓ ୮ ଉଇକେଟ ହାସଲ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତାକୁ ପଦାରେ ପକାଇଥିଲେ। ପୁଣି ଥରେ ଏହି ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ଏହି ଦୁଇ ବୋଲର ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଥବାରୁ ଭାରତ ଦଳରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଆଶା କରାଯାଉଛି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇ ନ ଥିଲେ ମଧ୍ୟ ତାଙ୍କୁ ଅନ୍ତିମ ଏକାଦଶକରୁ ବାଦ୍‌ ଦିଆଯିବ ନାହିଁ ବୋଲି ଆଶା କରାଯାଉଛି। ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଯେଉଁ ଭରସା ରଖିଛି ପନ୍ତ ତାକୁ ପ୍ରମାଣ କରିବାକୁ ପ୍ରୟାସ କରିବେ। ସେ କେତେ ରନ୍‌ ସଂଗ୍ରହ କରୁଛନ୍ତି ତାହା ଅବଶ୍ୟ ବଡ଼ କଥା ନୁହଁ। କିନ୍ତୁ ସେ ଯେଉଁଭଳି ଭାବେ ବେପରୁଆ ଶଟ୍‌ ଖେଳି ଆଉଟ ହେଉଛନ୍ତି ତାହା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ୨୧ ବର୍ଷୀୟ ପନ୍ତଙ୍କୁ ନେଇ ଭାରତୀୟ କ୍ରିକେଟ ବହୁତ ଆଶା ରଖିଛି। ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସବୁ ଫର୍ମାଟକୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ଯଥାକ୍ରମେ ୦, ୪, ଅପରାଜିତ ୬୫, ୨୦, ୦, ୨୪ ଓ ୭ ରନ ସଂଗ୍ରହ କରିଛନ୍ତି। ଇତିମଧ୍ୟରେ ଅଭିଜ୍ଞ ଉଇକେଟକିପର ରିଦ୍ଧିମାନ ଶାହା ଇଞ୍ଜୁରିରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପନ୍ତଙ୍କ ଦୁର୍ବଳ ଫର୍ମ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ସହ ଅଗ୍ରଣୀ ହାସଲ କରିଥିବାରୁ ଭାରତ ଉପରେ କୌଣସି ଚାପ ନାହିଁ। ପ୍ରଥମ ମ୍ୟାଚ୍‌ରେ ଚମକ ଦେଖାଇବାରେ ବିଫଳ ହୋଇଥିବା ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ମିଡିଲ ଅର୍ଡରରେ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଚାପରେ ଉପଯୋଗୀ ଅର୍ଦ୍ଧଶତକ ଓ ଶତକ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ ହନୁମା ବିହାରୀ ୯୩ ରନର ଲଢ଼ୁଆ ପାଳି ଖେଳି ନିଜ ଚୟନର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ଦିନିକଆ ତାରକା ରୋହିତ ଶର୍ମାଙ୍କୁ ଏବେ ଦଳରେ ସାମିଲ ହେବା ପାଇଁ ଅପେକ୍ଷା କରିବାକୁ ପଡିବ। ଦ୍ରୁତ ବୋଲିଂରେ ଇଶାନ୍ତ ଓ ବୁମ୍‌ରାଙ୍କୁ ବାଦ୍‌ ଦେଲେ ମହମ୍ମଦ ସାମି ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଅଲରାଉଣ୍ଡର ହିସାବରେ ରବୀନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ଦକ୍ଷତାର ପ୍ରମାଣ ଦେଇଛନ୍ତି।
ଅପରପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଘରୋଇ ପରିବେଶରେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଦୁଇଟି ଯାକ ଇନିଂସରେ ଦଳର କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧ ଶତକ ହାସଲ କରିପାରିନାହାନ୍ତି। ଶିମରନ ହେଟମେୟର ଓ ସାଇ ହୋପ୍‌ଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ମଧ୍ୟ ବିଫଳ ହୋଇଛନ୍ତି। ତେବେ ଦ୍ୱିତୀୟ ଇନିଂସରେ ରଷ୍ଟନ ଚେଜ୍‌ ଲଢ଼େଇ କରିବାକୁ ପ୍ରୟାସ କରିଥିଲେ। ନୂଆ ବଲ୍‌ରେ ଦୁଇ ଦ୍ରୁତ ବୋଲର ଶାନନ ଗାବ୍ରିଏଲ ଓ କେମର ରୋଚ୍‌ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ। ଅନ୍ୟ ଖେଳାଳିମାନଙ୍କଠାରୁ ସମର୍ଥନ ପାଇ ନ ଥିଲେ ମଧ୍ୟ ଏହି ଦୁଇ ବୋଲର ଦମ୍‌ଦାର ବୋଲିଂ କରି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ୍‌, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରେଗ୍‌ ବ୍ରାଥଓ୍ବେଟ, ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ, ରଷ୍ଟନ ଚେଜ୍‌, ରାଖିମ କର୍ନଓ୍ବାଲ, ଶେନ ଡୋରିଚ୍‌, ଶାନନ ଗାବ୍ରିଏଲ, ଶିମରନ ହେଟମେୟର, ସାଇ ହୋପ୍‌, କିମୋ ପଲ ଓ କେମର ରୋଚ।
ସମୟ: ରାତି ୮ଟା
ସ୍ଥାନ: ସାବିନା ପାର୍କ, କିଙ୍ଗ୍‌ଷ୍ଟନ
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri