କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ସମସ୍ତ ବସ୍‌ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍‌ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଶୁକ୍ରବାର ଭଞ୍ଜନଗର ପୋଲିସର ସହାୟତା ନେଇଛନ୍ତି। ଅପରପକ୍ଷେ ବସ୍‌ ନଛାଡିବା ପାଇଁ ଆନ୍ଦୋଳନରତ ଅସ୍ଥାୟୀ କର୍ମଚାରୀମାନେ ଓଏସଆରଟିସି ବସ୍‌ ଡିପୋ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଥିସହ ସନ୍ଧ୍ୟାରେ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ନେଇ ବୈଠକ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା। ଏଥିରେ ଆସନ୍ତା ମଙ୍ଗଳବାର ଦିନ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଶନିବାର ସହରରେ ଏକ ଶୋଭାଯାତ୍ରା କରାଯିବ। ଅପରପେକ୍ଷ ଆନ୍ଦୋଳନରେ ସାମିଲ ୨ଜଣ କର୍ମଚାରୀ ଶୁକ୍ରବାର ଦିନ ୧ଟାରେ ଅଶୁଂଘାତର ଶିକାର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କ୍ରିୟାନୁଷ୍ଠାନ କମିଟିରେ ସଂଘର ସଭାପତି ବଟକୃଷ୍ଣ ପଣ୍ଡା, ଆଇନଜୀବୀ ଏମ୍‌. ତାଜ୍‌. ଆଦେନୀ, ସୋମନାଥ ନାୟକ, ଅଭିମନ୍ୟୁ ଗୌଡ, ଅଶୋକ ଜେନା, ମୁରଲି ପଣ୍ଡା, ସନ୍ତୋଷ ନାୟକ, ସୁଶାନ୍ତ ମହାପାତ୍ର, ଡି. ଚେଲପତି ରାଓ, ହରିକୃଷ୍ଣ ସାହୁ, ମନୋଜ ପଟ୍ଟନାୟକ, ସନ୍ତୋଷ ତିଆଡି ପ୍ରମୁଖ ଥିଲେ।ପ୍ରକାଶ ଯେ, ଭଞ୍ଜନଗର ଓଏସ୍‌ଆରଟିସି ଜୋନ୍‌ ବିଗତ ୭ମାସ ହେବ କ୍ଷତିରେ ଚାଲିଥିଲା। ତେଣୁ କର୍ମଚାରୀଙ୍କୁ ଦରମା ବାବଦକୁ ପ୍ରାୟ ୫୪ଲକ୍ଷ ଟଙ୍କା ପ୍ରଦାନ କରାଯାଇ ପାରିନଥିଲା। ଏହାର ପ୍ରତିବାଦରେ କର୍ମଚାରୀମାନେ ବିଗତ ଏକ ସପ୍ତାହ ହେବ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଏଠାରୁ ଯାଉଥିବା ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଠାରେ ଥିବା ୨୨ଟି ବସ୍‌ ମଧ୍ୟରୁ ସଚଳ ଥିବା ୧୮ ବସ୍‌କୁ ରାଜ୍ୟର ବିଭିନ୍ନ ଜୋନ୍‌କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତି ଦ୍ୱାରା ଅନେକ କର୍ମଚାରୀ ନିଯୁକ୍ତି ହରାଇବା ସହ କେତକ ରୁଟ୍‌ରେ ବସ୍‌ ସେବା ସମ୍ପୁର୍ଣ୍ଣ ବନ୍ଦ ହୋଇଯିବା ପରିସ୍ଥିତି ଦେଖାଦେଇଛି। ଏନେଇ ଅସ୍ଥାୟୀ ବସ୍‌ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନର ସହଯୋଗ ଲୋଡାଯାଇଥିଲା। ଅନେକ ଅନୁଷ୍ଠାନ ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି। ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଧାରଣାସ୍ଥଳରେ ପହଞ୍ଚତ୍ ସମସ୍ୟାର ସମାଧାନ ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ଏହାପରେ ଅପରାହ୍ନରେ ବ୍ରହ୍ମପୁରରୁ ଓଏସ୍‌ଆରଟିସିର ଜଣେ ଅଧିକାରୀ ୨ଜଣ ଡ୍ରାଇଭରଙ୍କୁ ଧରି ଆସିଛନ୍ତି ଏହି ଜୋନରୁ ୨ଟି ବସ୍‌ ନେବାପାଇଁ। ଯାହାକୁ ନେଇ ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri