Posted inଖେଳ

କ୍ରିକେଟ ପାଇଁ ବିଷ୍ଣୋଇ ଛାଡ଼ିଥିଲେ ଦ୍ୱାଦଶ ବୋର୍ଡ ପରୀକ୍ଷା

ଜୟପୁର,୧୦।୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପାଇଁ ସଫଳ ପ୍ରଦର୍ଶନ କରିଥିବା ବୋଲର ରବି ବିଷ୍ଣୋଇଙ୍କ ସମ୍ପର୍କରେ କିଛି ରୋଚକ କଥା ଜଣାପଡ଼ିଛି। ୧୬ ବର୍ଷରୁ କମ୍‌ ବୟସ ବର୍ଗରେ ସେ ଚୟନ ହୋଇ ନ ଥିଲେ। ୧୯ ବର୍ଷରୁ କମ୍‌ ବର୍ଗର ଟ୍ରାଏଲରେ ମଧ୍ୟ ସେ ଦୁଇ ଥର ବିଫଳ ହୋଇଥିଲେ। ଏହାପରେ ମଧ୍ୟ ସେ ବିଶ୍ୱାସ ହରାଇ ନ ଥିଲେ। ରାଜସ୍ଥାନ ରୟାଲ୍ସ ନେଟ୍ସରେ ବୋଲିଂ କରିବା ପରେ ହିଁ ତାଙ୍କୁ ବିଶେଷ ପରିଚୟ ମିଳିଥିଲା। ୨୦୧୮ର ଘଟଣା। ସେ ରାଜସ୍ଥାନ ରୟାଲ୍ସ ଦଳର ନେଟ୍ସରେ ଅଭ୍ୟାସ କରୁଥିଲେ। ଦ୍ୱାଦଶ ପରୀକ୍ଷା ଦେବା ପାଇଁ ତାଙ୍କ ବାପା ଫୋନ୍‌ କରି କହିଥିଲେ। ଏହା ଥିଲା ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଦୁଇ କୋଚ୍‌ଙ୍କ ପରାମର୍ଶ ନେଇଥିଲେ। ସେମାନେ କହିଥିଲେ, ଏବେ ନ ହେଲେ କେବେ ନୁହେଁ। ପାଠ ଓ କ୍ରିକେଟ ମଧ୍ୟରେ ଗୋଟିଏ ଚୟନ କରିବାକୁ କହିଥିଲେ। ଏହି ବର୍ଷ ହିଁ ବିଷ୍ଣୋଇ କ୍ରିକେଟ ଜଗତର ନଜରକୁ ଆସିଥିଲେ। ଯୋଧପୁରସ୍ଥିତ ସ୍ପାର୍ଟନ ଏକାଡେମୀର ଅନ୍ୟତମ କୋଚ୍‌ ପ୍ରଦ୍ୟୋତ୍‌ ସିଂ କହିଛନ୍ତି, ୨୦୧୮ ମାର୍ଚ୍ଚରେ ତାଙ୍କୁ ରୟାଲ୍ସ ଦଳର ନେଟ୍ସରେ ବୋଲିଂ କରିବାକୁ ସୁଯୋଗ ମିଳିବ କି ନାହିଁ ଜଣା ନ ଥିଲା। ସୁଯୋଗ ମିଳିବା ପରେ ତାଙ୍କ ବାପା ଘରକୁ ଫେରି ଦ୍ୱାଦଶ ପରୀକ୍ଷା ଦେବାକୁ କହିଥିଲେ। ସେ ଫେରିବାକୁ ଚିନ୍ତା କରିଥିଲେ। କିନ୍ତୁ ଭାଗ୍ୟରେ କିଛି ଅଲଗା ହିଁ ଲେଖାଥିଲା। ସେ ସେହି ବର୍ଷ ଦ୍ୱାଦଶ ପରୀକ୍ଷା ଦେଇ ନ ଥିଲେ। ଏବେ ପର୍ଯ୍ୟନ୍ତ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ସିଂଙ୍କ ସହ ଶାହରୁଖ ପଠାନ ମେଣ୍ଟର ଥିଲେ। ଉଲ୍ଲେଖଯୋଗ୍ୟ, ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ସେ ୧୭ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୪।୭: ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସବୁ ଔଷଧ ଦୋକାନ ଆଗରେ ରେଟ୍‌ ଚାର୍ଟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri