Posted inଖେଳ

କ୍ରିକେଟ ଅଷ୍ଟ୍ରେଲିଆ ସିଇଓ କେଭିନଙ୍କ ଇସ୍ତଫା

ମେଲବୋର୍ନ, ୧୬ା୬ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେଭିନ ରବଟର୍‌ସ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇସିସି ଟି୨୦ ବିଶ୍ୱକପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ କାମଚଳା ଦାୟିତ୍ୱ ତୁଲାଇବେ। କୋଭିଡ୍‌-୧୯ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଥିବା ବେଳେ ଏହି ପରିବର୍ତ୍ତନ ଘଟିଛି। ବୋର୍ଡ ରବଟର୍‌ସଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛିି ଏବଂ ତାଙ୍କ ସ୍ଥାନରେ ହକ୍‌ଲେଙ୍କୁ ନିଯୁକ୍ତି ଦିଆଯାଇଥିବା କ୍ରିକେଟ ଅଷ୍ଟ୍ରେଲିଆର ଚେୟାରମ୍ୟାନ ଇଅଲର୍‌ସ ଏଡିଙ୍ଗ୍ସ ସୂଚନା ଦେଇଛନ୍ତି। ୪୭ ବର୍ଷୀୟ ରବଟର୍‌ସ ୮ବର୍ଷ ଧରି କ୍ରିକେଟ ଅଷ୍ଟ୍ରେଲିଆ ସହିତ ସମ୍ପୃକ୍ତ ରହି ଆସିଥିଲେ। ପ୍ରଥମେ ସେ ବୋର୍ଡର ଜଣେ ସଦସ୍ୟ ଥିଲେ। ୨୦୧୮ ଅକ୍ଟୋବରରେ ସେ ଜେମ୍ସ ସଦରଲାଣ୍ଡଙ୍କ ସ୍ଥାନରେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ଅଷ୍ଟ୍ରେଲିଆ ବଲ୍‌ ଟ୍ୟାମ୍ପରିଂ ସ୍କାଣ୍ଡାଲରେ ଛନ୍ଦି ହୋଇଯାଇଥିବାବେଳେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

ମହାମାରୀ ଯୋଗୁ ଅକ୍ଟୋବର-ନଭେମ୍ବରରେ ଦେଶରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ରବଟର୍‌ସ କିଛି ଦି ପୂର୍ବେ କହିଥିଲେ। ତେବେ ଏନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଯାହା ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଫେବୃୟାରୀ ଓ ମାର୍ଚ୍ଚରେ ମହିଳା ଟି୨୦ ବିଶ୍ୱକପ୍‌ର ସଫଳ ଆୟୋଜନ ପଛରେ ଇଂଲଣ୍ଡରେ ଜନ୍ମିତ ହକ୍‌ଲେଙ୍କ ବିଶେଷ ଭୂମିକା ରହିଛି। ଅଷ୍ଟ୍ରେଲିଆ ମଧ୍ୟ ଏଥିରେ ଚାମ୍ପିୟନ ହୋଇଥିଲା। ମହିଳା ଟି୨୦ ବିଶ୍ୱକପ୍‌ ପୂର୍ବରୁ ହକ୍‌ଲେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ କ୍ରିକେଟ ଅଷ୍ଟ୍ରେଲିଆ କମର୍ସିଆଲ ପ୍ରୋଜେକ୍ଟ ମୁଖ୍ୟଥିଲେ। ଏହା ପୂର୍ବରୁ ୨୦୧୫ରେ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଏବଂ ଲଣ୍ଡନ ଅଲିମ୍ପିକ୍ସ ଆୟୋଜକ କମିଟିରେ ୬ ବର୍ଷ ଧରି କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri