Posted inଜାତୀୟ

କୋଭି୍‌ଡ ସଂକ୍ରମଣ ରୋକିବ ନିମଛେଲି

କୋଲକାତା,୨ା୩: ମହାମାରୀ କରୋନା ସଂକ୍ରମଣ ରୋକିବାରେ ନିମ ଗଛ ଛେଲିର ରସ ସହାୟକ ହେବ। କୋଲକାତାସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍‌ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଆଇଏସ୍‌ଇଆର୍‌) ଗବେଷଣାରେ ଏହା କୁହାଯାଇଛି। ନିମର ଔଷଧୀୟ ଗୁଣ ପାଇଁ ଶହ ଶହ ବର୍ଷ ଧରି ଏହାକୁ ବିଭିନ୍ନ ରୋଗ ଭଲ କରିବାରେ ବ୍ୟବହାର କରାଯାଉଛି। କୋଭିଡ୍‌ ବ୍ୟତୀତ ମ୍ୟାଲେରିଆ, ପେଟ କାଟିବା, ଅଲସର ଏବଂ ଚର୍ମଜନିତ ବହୁ ରୋଗ ଭଲ କରିବା ପାଇଁ ନିମଛେଲିକୁ ବହୁଳମାତ୍ରାରେ ବ୍ୟବହାର କରାଯାଏ। ନିମ ଛେଲି ରସର ବ୍ୟବହାର ଦ୍ୱାରା କରୋନା ଜନିତ ଗୁରୁତର ସମସ୍ୟାକୁ ସହଜରେ ଏଡାଇହେବ ବୋଲି ଗବେଷଣା କରୁଥିବା ଆମେରିକା ୟୁନିଭରସିଟି ଅଫ୍‌ କୋଲରାଡୋ ସ୍କୁଲ ଅଫ ମେଡିସିନର ପ୍ରଫେସର ମାରିଆ ନଗେଲ କହିଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାକୁ ସମ୍ପୂର୍ଣ୍ଣ ଭାବେ ଭଲ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବୈଜ୍ଞାନିକମାନେ ବାହାର କରି ନ ଥିବାବେଳେ ମହାମାରୀ ସଂକ୍ରମଣରୁ ନିମରେ ତିଆରି ଔଷଧ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଚେଇଯୋର ନିକଟରେ ଓଲଟିଲା ଫ୍ଲାଏ ଆସ୍ ବୋଝେଇ ହାଇୱା: କ୍ୟାବିନ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ, ଯାତାୟାତ ଠପ୍

ଲାଞ୍ଜିଗଡ଼,୧୯।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥର କୁଚେଇଯୋର (ଡେଙ୍ଗେନ୍)…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରକୁ ଯିବେ ମୋଦି, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।…

ଚାମେଲିଙ୍କ ଭାଇଙ୍କୁ ବି ମିଳିଲା ଜାମିନ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି…

ଗିରିଜାଶଙ୍କରଙ୍କ ବିବାହ ସମ୍ପନ୍ନ

ପାଟଣା,୧୯ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଗିରିଜାଶଙ୍କର ମନ୍ଦିର ପରିସରରେ ଗୁରୁବାର ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ (ଶିବ ବିବାହ ଓ ଶୀତଳଷଷ୍ଠୀ) ଉତ୍ସବ…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ଅଗଷ୍ଟ ୧୯ରୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବାକୁ ନିଷ୍ପତ୍ତି…

ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ…

ଜମି ବିବାଦରୁ ବାପପୁଅଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ପାରଳାଖେମୁଣ୍ଡି,୧୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୁରୁବାର ରାତିରେ ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଉପରେ ମରଣାନ୍ତକ…

ଜଗନ୍ନାଥପୁର ପଞ୍ଚାୟତକୁ ଆଇଏସ୍‌ଓ ୯୦୦୧:୨୦୧୫ ମାନ୍ୟତା

ଲାଞ୍ଜିଗଡ଼,୧୯ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏସ୍‌ଓ ୯୦୦୧ : ୨୦୧୫ ମାନ୍ୟତା ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri