କୋଭିଡ୍‌ ମୁକାବିଲାରୁ ଓହରିବ ଘରୋଇ ଆମ୍ବୁଲାନ୍ସ: ୨ ମାସ ହେଲା ଦିଆଯାଉନି ପ୍ରାପ୍ୟ

ଜଗତ୍‌ସିଂହପୁର ଅଫିସ,୧ା୬: ଜଗତ୍‌ସିଂହପୁର ଜିଲାରେ କରୋନା ସଂକ୍ରମିତଙ୍କ ପାଇଁ ସରକାରୀ ବାଦ୍‌ ୮ଟି ଘରୋଇ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ଏଥିସହ ୧୦ଟି ଘରୋଇ ବୋଲେରୋ କୋଭିଡ୍‌ କାମରେ ଲାଗିଛି। କିନ୍ତୁ କରୋନା ସଂକ୍ରମିତଙ୍କ ପରିବହନ ପାଇଁ ଲାଗିଥିବା ୮ ଆମ୍ବୁଲାନ୍ସ ମାଲିକଙ୍କୁ ଧାର୍ଯ୍ୟ ସର୍ତ୍ତ ମୁତାବକ ଭଡା ଓ ଚାଳକଙ୍କୁ ଖାଇବା ଆଦି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସଂକ୍ରମିତଙ୍କ ସହ ଅଧିକାଂଶ ସମୟ ଏହି ଆମ୍ବୁଲାନ୍ସ ଚାଳକ ସମୟ କଟାଉଛନ୍ତି। କିନ୍ତୁ ସେମାନଙ୍କ ବିଶେଷ ଦାୟିତ୍ୱ ନିଆଯିବା ପରିବର୍ତ୍ତେ ହତାଦର କରାଯାଉଛି। ଏ ପରିସ୍ଥିତିରେ ଆମ୍ବୁଲାନ୍ସ ଚଳାଇବା ସମ୍ଭବ ନୁହେଁ ବୋଲି ସମ୍ପୃକ୍ତ ଆମ୍ବୁଲାନ୍ସ ମାଲିକମାନେ ରବିବାର ଯୁକ୍ତି ବାଢି କୋଭିଡ୍‌ ମୁକାବିଲାରୁ ଓହରିଯିବାକୁ ଚେତାବନୀ ଦେଇଛନ୍ତି।
ଆମ୍ବୁଲାନ୍ସ ମାଲିକ ଅଞ୍ଜନ ପ୍ରଧାନ ଓ ଚାଳକ ପ୍ରଭାତ ପଣ୍ଡା ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ସେମାନଙ୍କ ଭାବାବେଗ ସହ ଖେଳୁଛି। ଆମ୍ବୁଲାନ୍ସ ଲାଗିବା ସମୟରେ କୁହାଯାଇଥିଲା, ୧୫ ଦିନରେ ଭଡା ବାବଦ ଅର୍ଥ ଦିଆଯିବ। ପ୍ରତ୍ୟେକ ଦିନ ଚାଳକଙ୍କ ଖାଇବା ବାବଦରେ ୧୨୦ ଟଙ୍କା ହିସାବରେ ଦିଆଯିବ। କିନ୍ତୁ ଏଥିମଧ୍ୟରେ ୨ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ଭଡା ମିଳୁନାହିଁ, କି ଚାଳକଙ୍କୁ ଖାଇବା ବାବଦ ଅର୍ଥ ଦିଆଯାଉନାହିଁ। ପ୍ରତ୍ୟହ କରୋନା ସଂକ୍ରମିତଙ୍କ ସହ ସେମାନେ ଅତି କମ୍‌ରେ ୪/୫ ଘଣ୍ଟା କଟାଉଛନ୍ତି। ଲୋକେ ସଂକ୍ରମଣ ଭୟରେ ସତର୍କତା ଅବଲମ୍ବନ କରୁଥିବା ବେଳେ ସେମାନେ ଜୀବନ ପ୍ରତି ବିପଦ ଜାଣି ମଧ୍ୟ ସେବାରେ ନିୟୋଜିତ ଅଛନ୍ତି। ଏହା ମଧ୍ୟରେ ଏକାଧିକ ଚାଳକ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସ ଛାଡି ପଳାଇଲେଣି। ଅଞ୍ଜନ ଏକଥା ମଧ୍ୟ କହିଛନ୍ତି, ଗତ ୩୦ ତାରିଖ ସକାଳୁ ସେ କୋଭିଡ୍‌ କାମରେ ଯାଇ ରାତିରେ ଭୋକିଲା ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ ଫେରିଥିଲେ। ପରେ ପାଉଁରୁଟି ଖାଇ ଏହି ପରିସରସ୍ଥ ନିର୍ଦ୍ଦିଷ୍ଟ କୋଠରିରେ ସଙ୍ଗରୋଧ ଭାବେ ରାତ୍ରି ଯାପନ କରିଥିଲେ। ଘର, ଗାଁକୁ ଯାଇ ହେଉ ନ ଥିବାବେଳେ ଆର୍ଥିକ ଅନଟନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗ ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି। ଆର୍‌ଟିଓ, ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପରସ୍ପର ଆଡକୁ ଅଙ୍ଗୁଳି ଦେଖାଇ ଟଙ୍କା ଦେବାରେ ବିଳମ୍ବ କରୁଛନ୍ତି। ଏଥିମଧ୍ୟରେ ୩ ଥର ସେମାନେ ବନ୍ଦ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ଖୁବ୍‌ କମ୍‌ ଦିନରେ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ପରେ ପ୍ରତାରିତ କରାଯାଇଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ବିଜୟା ପଣ୍ଡା କହିଛନ୍ତି, ଶୁବ୍‌ଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଉଦ୍ୟମ ହେଉଛି। ଏଥିସହ ସେମାନଙ୍କୁ କୋଭିଡ୍‌ କାମରୁ ନିବୃତ୍ତ ନ ହେବା ପାଇଁ ବୁଝାଯାଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri