କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ନିଗମ ଅଧୀନରେ ଥିବା ରାଜ୍ୟର ଯାଅଁ।ଳ ଉତ୍ପାଦନ କେନ୍ଦ୍ର ଗୁଡ଼ିକର ବିକାଶ ସହ ଲାଭ ପରିମାଣ କିଭଳି ବୃଦ୍ଧି ପାଇବ ସେନେଇ ଯୋଜନା କରାଯିବ। ଭଞ୍ଜନଗର ଯାଅଁ।ଳ କେନ୍ଦ୍ରର ବିକାଶ ପାଇଁ ଆସିଥିବା ୮୪ ଲକ୍ଷ ଟଙ୍କା ତୁରନ୍ତ କିଭଳି ବିନିଯୋଗ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଯାଅଁ।ଳ କେନ୍ଦ୍ର ପରିସରରେ ଚାଷୀଙ୍କ ପାଇଁ ରହିବା ଓ ପାଣି ବ୍ୟବସ୍ଥା କରାଯିବ। କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଭଞ୍ଜନଗର ଅଞ୍ଚଳରେ ମାଛ ଖାଦ୍ୟ ଏବଂ ଔଷଧ ଠିକ୍‌ ଭାବେ ମିଳୁନାହିଁ। ତେଣୁ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ଯାଅଁାଳ କେନ୍ଦ୍ର ପରିସରରେ ଆଗାମୀ ଦିନରେ ଖାଦ୍ୟ ଓ ଔଷଧ ନିଗମ ପକ୍ଷରୁ ବିକ୍ରି କରିବା ବ୍ୟବସ୍ଥା କରାଯିବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ପକ୍ଷରୁ ଚଳିତବର୍ଷ ୩ କୋଟି ୬୦ ଲକ୍ଷ ଯାଅଁାଳ ବିକ୍ରି ଯୋଜନା ଅଛି। ଶୁକ୍ରବାର ସୁଦ୍ଧା ୧ କୋଟି ୭୪ ଲକ୍ଷ ଉନ୍ନତମାନର ଯାଅଁାଳ ବିକ୍ରି ହୋଇଛି। ଚଳିତ ବର୍ଷ ଲକ୍ଷ୍ୟ ଅନୁସାରେ ଯାଅଁାଳ ବିକ୍ରି ହେବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ଲାଭରେ ଚାଲୁଥିବା ବେଳେ ଆଗାମୀ ଦିନରେ ଲାଭ ପରିମାଣ ଆହୁରି କିଭଳି ଅଧିକ ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ବଢ଼ାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଅଧ୍ୟକ୍ଷ ପଟ୍ଟନାୟକ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଭଞ୍ଜନଗର ଯାଅଁାଳ କେନ୍ଦ୍ରର ପରିଚାଳକ ସରିଫ୍‌ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଭଞ୍ଜନଗର କେନ୍ଦ୍ରଟି ବହୁ ବର୍ଷ ହେବ ଲାଭରେ ଚାଲିଛି। ଏଠାରୁ ରାଜ୍ୟର ବିଭିନ୍ନ ଜିଲାକୁ ଯାଅଁାଳ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଶଂ ଜିଲାକୁ ଯାଅଁାଳ ପଠାଇବା ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?