କୃଷି ବୀମା ଅର୍ଥ ପ୍ରଦାନ, ଜଳସେଚନ ବ୍ୟବସ୍ଥା :ଦାବିଚାଷୀଙ୍କ ୬ ଘଣ୍ଟା ରାସ୍ତା ଅବରୋଧ

ନୂଆପଡ଼ା ଅଫିସ/ଖଡ଼ିଆଳ,୧୦।୮(ଡି.ଏନ.ଏ.)
ଗତବର୍ଷ ମରୁଡ଼ିର ଉଚିତ କୃଷିବୀମା ଟଙ୍କା ପ୍ରଦାନ ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ଯୋଗାଣ ଦାବିରେ ଚାଷୀମାନେ ଖଡିଆଳ-ଭବାନୀପାଟଣା ରାସ୍ତାକୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ ା ଫଳରେ ଉପରୋକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲେ ା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତି ପଡିଥିଲା ା ଏଥିରେ ଉପରୋକ୍ତ ବ୍ଲକ ଅନ୍ତର୍ଗତ ଖାସବାହାଲ ଏବଂ ଦୋହେଲପଡା ପଞ୍ଚାୟତର ଚାଷୀମାନେ ସାମିଲ ହୋଇଥିଲେ।
ଶୁକ୍ରବାର ସକାଳ ୬ଟାରେ ଜିଲା ଭାଜପା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତିୱାରୀ, ଯୁବ କଂଗ୍ରେସର ହୀରାଧର ମେହେରଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଦୋହେଲପଡା ନିକଟରେ ରାଜରାସ୍ତାକୁ ଆସିଥିଲେ। ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ। ଫଳରେ ସମସ୍ତ ପ୍ରକାର ଗାଡି ଚଳାଚଳ ବନ୍ଦ ହୋଇଥିଲା। ଏଥିରେ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ପରେ ପ୍ରଶାସନ ତରଫରୁ ତହସିଲଦାର ସିନ୍ଧୁସୁତା ପାତ୍ର, ବିଡ଼ିଓ ଉତ୍ତମ ବାଗ, ସ୍ଥାନୀୟ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲା କୃଷି ଅଧିକାରୀ ନରୋତ୍ତମ ବେହେରା ପ୍ରମୁଖ ଅବରୋଧ ସ୍ଥଳରେ ପହଞ୍ଚତ୍ ଥିଲେ। ଚାଷୀମାନେ ଗତବର୍ଷ ମରୁଡ଼ିର ଶିକାର ହୋଇଥିଲେ । ଏଥିପାଇଁ କୃଷି ବୀମା କରିଥିଲେ। ହେଲେ ଆଜିଯାଏଁ ସେମାନଙ୍କୁ ଉଚିତ ମୂଲ୍ୟ ମିଳିପାରି ନାହିଁ। ଫଳରେ ଦୁଇ ପଞ୍ଚାୟତ ଚାଷୀମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷେ ଏହି ଅଞ୍ଚଳବାସୀ ବାରମ୍ବାର ମରୁଡ଼ିର ଶିକାର ହେଉଥିଲେ ମଧ୍ୟ ନିକଟରେ ଯାଇଥିବା ଲୋୟର ଇନ୍ଦ୍ର କେନାଲର ପାଣି ଦିଆଯାଉନାହିଁ। ଏହି ଦାବି ଉପରେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ସକାଶେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିବା ପରେ ଦିନ ୧୨ଟାରେ ଅବରୋଧ ହଟିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରେମଲାଲ ବାଗ, ଫକୀର ମୋହନ ବେହେରା, ବେଣୁପାଣି ବେହେରା, କବି ଛତ୍ରିଆ, ଯଶୋବନ୍ତ ହଂସ, ଚନ୍ଦ୍ର ବେହେରା, ଜିମୁତ ବେହେରା, ଧରଣୀଧର ବେହେରା, ମନୋଜ ବେହେରା, ବଳରାମ ପଟେଲ, ବିରଞ୍ଚତ୍ ବେହେରା, କୁନାଲ ବେହେରା, କପିଳ ମାଝି ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri