କୃଷି ନୋବେଲ ବିଜେତା

ବିଶ୍ୱରେ ଆଗକୁ କରୋନା ଭାଇରସ୍‌ଜନିତ ମୃତ୍ୟୁ ଅପେକ୍ଷା କ୍ଷୁଧାରେ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ ବୋଲି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ହଜାର ହଜାର ଶ୍ରମିକ ଦୁଇ ବେଳା ଖାଇବା ପାଇଁ ଧାଡ଼ି ବାନ୍ଧିଥିବାର ଦେଖିବାକୁ ମିଳିଛି। ଦକ୍ଷିଣ ଆମେରିକାର ଉତ୍ତରରେ ଥିବା କଲମ୍ବିଆରେ ଗରିବ ଲୋକମାନେ ଘର ଝରକା ଆଗରେ ଲାଲ୍‌ ଲୁଗା ଓ ପତାକା ଦେଖାଇ ସେମାନେ ଭୋକରେ ଅଛନ୍ତି ବୋଲି ଦର୍ଶାଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ପୃଥିବୀସାରା ଲୋକଙ୍କ ପାଇଁ ଆଗକୁ ଖଦ୍ୟାଭାବ ବିରାଟ ସମସ୍ୟା ଭାବେ ଉଭା ହେବାକୁ ଯାଉଛି। ତେଣୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଦେଶଗୁଡ଼ିକ ପାଇଁ ଗୁରୁତ୍ୱ ବହନ କରୁଛି। ମୃତ୍ତିକା ସ୍ବାସ୍ଥ୍ୟ ବୃଦ୍ଧି ସହ ଜୈବିକ ପ୍ରଣାଳୀରେ ଅଧିକ ଚାଷ କରାଯାଇପାରିଲେ ଲୋକେ ନୀରୋଗ ରହିପାରିବେ। କାରଣ ରାସାୟନିକ ପଦ୍ଧତିରେ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବାରୁ ତାହା ଦ୍ୱାରା ଅନେକ ପ୍ରକାର ରୋଗ ବଢ଼ିଯାଉଛି। କୋଭିଡ୍‌-୧୯ଜନିତ ମହାମାରୀ ଓ ଖାଦ୍ୟ ସଙ୍କଟ ଦେଖାଦେବା ପରିପ୍ରେକ୍ଷୀରେ ପ୍ରତ୍ୟେକ ରାଷ୍ଟ୍ର ଚାହିଁଲେଣି ଜୈବିକ କୃଷିର ଉନ୍ନତି। ଏହା ଉପରେ ନିରନ୍ତର ଗବେଷଣା କରିବା ସହ କୃଷି କ୍ଷେତରେ ନୂଆ ପରୀକ୍ଷଣ କରି ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟି (ଓଏସ୍‌ୟୁ)ର ବିଖ୍ୟାତ କୃଷି ମୃତ୍ତିକା ବିଜ୍ଞାନୀ ଭାରତୀୟ-ଆମେରିକୀୟ ରତନ ଲାଲ୍‌ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳରେ ତାଙ୍କ କାର୍ଯ୍ୟକୁ ଏବେ ଓ୍ବାର୍ଲଡ ଫୁଡ୍‌ ପ୍ରାଇଜ୍‌ ବା ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେଶନ ସ୍ବୀକୃତି ଦେଇଛି। ଫାଉଣ୍ଡେଶନ ସଭାପତି ବରବରା ଷ୍ଟିନ୍‌ସନ୍‌ ୧୧ ଜୁନ୍‌ରେ ଓ୍ବାଶିଂଟନ୍‌ରୁ ଏକ ଅନଲାଇନ୍‌ କାର୍ଯ୍ୟକ୍ରମରେ ରତନଙ୍କ ନାମ ଘୋଷଣା କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଓ୍ବାର୍ଲଡ ଫୁଡ୍‌ ପ୍ରାଇଜ୍‌ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ମାନ୍‌ ବୋର୍ଲଗଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଖାଦ୍ୟର ଗୁଣବତ୍ତା ଓ ଉପଲବ୍ଧତା କ୍ଷେତ୍ରରେ ଉନ୍ନତି ଆଣିପାରିଥିବା ବୈଜ୍ଞାନିକ କିମ୍ବା ଅନ୍ୟମାନଙ୍କ କାର୍ଯ୍ୟକୁ ସ୍ବୀକୃତି ଦେବା ଲକ୍ଷ୍ୟରେ ନର୍ମାନ୍‌ ଏହି ପୁରସ୍କାର ସୃଷ୍ଟି କରିଥିଲେ। ବିଜେତାଙ୍କୁ ପୁରସ୍କାର ବାବଦକୁ ୨ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ଆଇଓ୍ବା ରାଜଧାନୀ ଦେସ୍‌ ମୌନିଜ୍‌ଠାରେ ପ୍ରଦାନ କରାଯାଇଆସୁଛି। ଏହି ସମ୍ମାନକୁ କୃଷି କ୍ଷେତ୍ରରେ ନୋବେଲ ପୁରସ୍କାର ଭାବେ ବିବେଚନା କରାଯାଇଥାଏ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ (ପିଏୟୁ)ର ଦୁଇ ଜଣ ପୂର୍ବତନ ଛାତ୍ର ଏହି ବିଶ୍ୱ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି। ରତନଙ୍କ ପୂର୍ବରୁ ଡକ୍ଟର ଗୁରୁଦେବ ସିଂ ଖୁସ୍‌ ୧୯୯୬ରେ ଏହି ସମ୍ମାନ ପାଇଥିଲେ।
ରତନ ୫ ସେପ୍ଟେମ୍ବର ୧୯୪୪ରେ ପଞ୍ଜାବର କାର୍ଯ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। ପିଏୟୁରୁ ବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇସିଏଆର୍‌)ରୁ ଏମ୍‌ଏସ୍‌ ଡିଗ୍ରୀ ହାସଲ କରିବା ପରେ ରତନ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିରୁ ପିଏଚ୍‌ଡି କରିଥିଲେ। ୧୯୬୮-୬୯ରେ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀରେ ସିନିୟର ରିସର୍ଚ୍ଚ ଫେଲୋ ଭାବେ କାର୍ଯ୍ୟ କରିବା ପରେ ୧୯୭୦ରୁ ୧୯୮୭ ଯାଏ ନାଇଜେରିଆର ଇବାଦାନ୍‌ରେ ସେ ସଏଲ୍‌ ଫିଜିସିଷ୍ଟ କାର୍ଯ୍ୟ ନିଭାଇଥିଲେ। ସେଠାରୁ ଫେରିବା ପରେ ୧୯୮୭ରେ ସେ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିରେ ଯୋଗ ଦେଇଥିଲେ। ୨୦୧୯ରେ ରତନ ମୃତ୍ତିକା ବିଜ୍ଞାନର ପ୍ରଫେସର ଏବଂ କାର୍ବନ ମ୍ୟାନେଜମେଣ୍ଟ ଆଣ୍ଡ୍‌ ସିକ୍ୱେଷ୍ଟ୍ରେଶନ ସେଣ୍ଟରର ନିର୍ଦ୍ଦେଶକ ହୋଇଥିଲେ।
ରତନ ମୃତ୍ତିକାର ଉର୍ବରତା ବଢ଼ାଇବା ପାଇଁ ନିରନ୍ତର ଗବେଷଣା କରିଆସିଥିବାରୁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ସେଥିମଧ୍ୟରୁ ୨୦୦୫ରେ ବୋର୍ଲଗ ଆଓ୍ବାର୍ଡ, ୨୦୦୬ରେ ଭୋନ୍‌ ଲିବିଗ୍‌ ଆଓ୍ବାର୍ଡ, ୨୦୧୮ରେ ଗ୍ଲିଙ୍କା ଓ୍ବାର୍ଲଡ୍‌ ସଏଲ୍‌ ପ୍ରାଇଜ୍‌ ଏବଂ ୨୦୨୦ ସକାଶେ ବିଶ୍ୱ ଖାଦ୍ୟ ପୁରସ୍କାର ତାଙ୍କୁ ଅନନ୍ୟ ଖ୍ୟାତି ଆଣିଦେଇଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri