କୃଷି ନୋବେଲ ବିଜେତା

ବିଶ୍ୱରେ ଆଗକୁ କରୋନା ଭାଇରସ୍‌ଜନିତ ମୃତ୍ୟୁ ଅପେକ୍ଷା କ୍ଷୁଧାରେ ଅଧିକ ଲୋକଙ୍କ ପ୍ରାଣହାନି ଘଟିବ ବୋଲି ଅନ୍ତର୍ଜାତୀୟ ରିପୋର୍ଟ ପ୍ରକାଶ ପାଇଛି। ଭାରତରେ ହଜାର ହଜାର ଶ୍ରମିକ ଦୁଇ ବେଳା ଖାଇବା ପାଇଁ ଧାଡ଼ି ବାନ୍ଧିଥିବାର ଦେଖିବାକୁ ମିଳିଛି। ଦକ୍ଷିଣ ଆମେରିକାର ଉତ୍ତରରେ ଥିବା କଲମ୍ବିଆରେ ଗରିବ ଲୋକମାନେ ଘର ଝରକା ଆଗରେ ଲାଲ୍‌ ଲୁଗା ଓ ପତାକା ଦେଖାଇ ସେମାନେ ଭୋକରେ ଅଛନ୍ତି ବୋଲି ଦର୍ଶାଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ପୃଥିବୀସାରା ଲୋକଙ୍କ ପାଇଁ ଆଗକୁ ଖଦ୍ୟାଭାବ ବିରାଟ ସମସ୍ୟା ଭାବେ ଉଭା ହେବାକୁ ଯାଉଛି। ତେଣୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଦେଶଗୁଡ଼ିକ ପାଇଁ ଗୁରୁତ୍ୱ ବହନ କରୁଛି। ମୃତ୍ତିକା ସ୍ବାସ୍ଥ୍ୟ ବୃଦ୍ଧି ସହ ଜୈବିକ ପ୍ରଣାଳୀରେ ଅଧିକ ଚାଷ କରାଯାଇପାରିଲେ ଲୋକେ ନୀରୋଗ ରହିପାରିବେ। କାରଣ ରାସାୟନିକ ପଦ୍ଧତିରେ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବାରୁ ତାହା ଦ୍ୱାରା ଅନେକ ପ୍ରକାର ରୋଗ ବଢ଼ିଯାଉଛି। କୋଭିଡ୍‌-୧୯ଜନିତ ମହାମାରୀ ଓ ଖାଦ୍ୟ ସଙ୍କଟ ଦେଖାଦେବା ପରିପ୍ରେକ୍ଷୀରେ ପ୍ରତ୍ୟେକ ରାଷ୍ଟ୍ର ଚାହିଁଲେଣି ଜୈବିକ କୃଷିର ଉନ୍ନତି। ଏହା ଉପରେ ନିରନ୍ତର ଗବେଷଣା କରିବା ସହ କୃଷି କ୍ଷେତରେ ନୂଆ ପରୀକ୍ଷଣ କରି ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭର୍ସିଟି (ଓଏସ୍‌ୟୁ)ର ବିଖ୍ୟାତ କୃଷି ମୃତ୍ତିକା ବିଜ୍ଞାନୀ ଭାରତୀୟ-ଆମେରିକୀୟ ରତନ ଲାଲ୍‌ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳରେ ତାଙ୍କ କାର୍ଯ୍ୟକୁ ଏବେ ଓ୍ବାର୍ଲଡ ଫୁଡ୍‌ ପ୍ରାଇଜ୍‌ ବା ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେଶନ ସ୍ବୀକୃତି ଦେଇଛି। ଫାଉଣ୍ଡେଶନ ସଭାପତି ବରବରା ଷ୍ଟିନ୍‌ସନ୍‌ ୧୧ ଜୁନ୍‌ରେ ଓ୍ବାଶିଂଟନ୍‌ରୁ ଏକ ଅନଲାଇନ୍‌ କାର୍ଯ୍ୟକ୍ରମରେ ରତନଙ୍କ ନାମ ଘୋଷଣା କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଓ୍ବାର୍ଲଡ ଫୁଡ୍‌ ପ୍ରାଇଜ୍‌ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ମାନ୍‌ ବୋର୍ଲଗଙ୍କ ଦ୍ୱାରା ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଖାଦ୍ୟର ଗୁଣବତ୍ତା ଓ ଉପଲବ୍ଧତା କ୍ଷେତ୍ରରେ ଉନ୍ନତି ଆଣିପାରିଥିବା ବୈଜ୍ଞାନିକ କିମ୍ବା ଅନ୍ୟମାନଙ୍କ କାର୍ଯ୍ୟକୁ ସ୍ବୀକୃତି ଦେବା ଲକ୍ଷ୍ୟରେ ନର୍ମାନ୍‌ ଏହି ପୁରସ୍କାର ସୃଷ୍ଟି କରିଥିଲେ। ବିଜେତାଙ୍କୁ ପୁରସ୍କାର ବାବଦକୁ ୨ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ଆଇଓ୍ବା ରାଜଧାନୀ ଦେସ୍‌ ମୌନିଜ୍‌ଠାରେ ପ୍ରଦାନ କରାଯାଇଆସୁଛି। ଏହି ସମ୍ମାନକୁ କୃଷି କ୍ଷେତ୍ରରେ ନୋବେଲ ପୁରସ୍କାର ଭାବେ ବିବେଚନା କରାଯାଇଥାଏ। ଭାରତ ପରିପ୍ରେକ୍ଷୀରେ ଦେଖିଲେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ (ପିଏୟୁ)ର ଦୁଇ ଜଣ ପୂର୍ବତନ ଛାତ୍ର ଏହି ବିଶ୍ୱ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି। ରତନଙ୍କ ପୂର୍ବରୁ ଡକ୍ଟର ଗୁରୁଦେବ ସିଂ ଖୁସ୍‌ ୧୯୯୬ରେ ଏହି ସମ୍ମାନ ପାଇଥିଲେ।
ରତନ ୫ ସେପ୍ଟେମ୍ବର ୧୯୪୪ରେ ପଞ୍ଜାବର କାର୍ଯ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। ପିଏୟୁରୁ ବିଏସ୍‌ ଡିଗ୍ରୀ ଅର୍ଜନ କରିଥିଲେ। ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇସିଏଆର୍‌)ରୁ ଏମ୍‌ଏସ୍‌ ଡିଗ୍ରୀ ହାସଲ କରିବା ପରେ ରତନ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିରୁ ପିଏଚ୍‌ଡି କରିଥିଲେ। ୧୯୬୮-୬୯ରେ ୟୁନିଭର୍ସିଟି ଅଫ୍‌ ସିଡ୍‌ନୀରେ ସିନିୟର ରିସର୍ଚ୍ଚ ଫେଲୋ ଭାବେ କାର୍ଯ୍ୟ କରିବା ପରେ ୧୯୭୦ରୁ ୧୯୮୭ ଯାଏ ନାଇଜେରିଆର ଇବାଦାନ୍‌ରେ ସେ ସଏଲ୍‌ ଫିଜିସିଷ୍ଟ କାର୍ଯ୍ୟ ନିଭାଇଥିଲେ। ସେଠାରୁ ଫେରିବା ପରେ ୧୯୮୭ରେ ସେ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିରେ ଯୋଗ ଦେଇଥିଲେ। ୨୦୧୯ରେ ରତନ ମୃତ୍ତିକା ବିଜ୍ଞାନର ପ୍ରଫେସର ଏବଂ କାର୍ବନ ମ୍ୟାନେଜମେଣ୍ଟ ଆଣ୍ଡ୍‌ ସିକ୍ୱେଷ୍ଟ୍ରେଶନ ସେଣ୍ଟରର ନିର୍ଦ୍ଦେଶକ ହୋଇଥିଲେ।
ରତନ ମୃତ୍ତିକାର ଉର୍ବରତା ବଢ଼ାଇବା ପାଇଁ ନିରନ୍ତର ଗବେଷଣା କରିଆସିଥିବାରୁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ସେଥିମଧ୍ୟରୁ ୨୦୦୫ରେ ବୋର୍ଲଗ ଆଓ୍ବାର୍ଡ, ୨୦୦୬ରେ ଭୋନ୍‌ ଲିବିଗ୍‌ ଆଓ୍ବାର୍ଡ, ୨୦୧୮ରେ ଗ୍ଲିଙ୍କା ଓ୍ବାର୍ଲଡ୍‌ ସଏଲ୍‌ ପ୍ରାଇଜ୍‌ ଏବଂ ୨୦୨୦ ସକାଶେ ବିଶ୍ୱ ଖାଦ୍ୟ ପୁରସ୍କାର ତାଙ୍କୁ ଅନନ୍ୟ ଖ୍ୟାତି ଆଣିଦେଇଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri