କିସିଂ ସିନ୍‌ ଅଭ୍ୟାସ କରିବାକୁ କହିଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଗତ କିଛିବର୍ଷ ମଧ୍ୟରେ ରାଧିକା ଆପ୍ତେ, କଳ୍‌କୀ କୋଚଲିନ୍‌ ଓ ବିଦ୍ୟା ବଲାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ନିଜର କାଷ୍ଟିଂ କାଉଚ୍‌ ଅନୁଭବ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି। ହେଟ୍‌ଷ୍ଟୋରି-୨ ଷ୍ଟାର ଜରିନ୍‌ ଖାନ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ବଲିଉଡ୍‌ ଜଗତରେ ନୂଆ ନୂଆ ପାଦ ଥାପିଥିବା ବେଳେ ଦୁଇ ଥର କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ। ଏକ କିସିଂ ସିନ୍‌କୁ ଅଭ୍ୟାସ କରିବାକୁ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ କହିଥିଲେ। କିନ୍ତୁ ଜରିନ୍‌ ଏହି ସିନ୍‌ ଅଭ୍ୟାସ କରିବାକୁ ମନା କରିଦେଇଥିଲେ। ସେହିଭଳି ଇଣ୍ଡଷ୍ଟ୍ରିର ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବନ୍ଧୁତ୍ୱରୁ ଅଧିକ ପ୍ରିୟ ହେବା ଲାଗି ପ୍ରସ୍ତାବ ଦେଇଥିଲେ। ଯଦି ସେ ଏପରି କରନ୍ତି ତେବେ ତାଙ୍କୁ ଆଗାମୀ ଫିଲ୍ମ କିପରି ମିଳିବ ସେନେଇ ସେ ଧ୍ୟାନ ଦେବେ ବୋଲି ଅଫର୍‌ ମଧ୍ୟ ଦେଇଥିଲେ। ହେଲେ ଏହି ଅଫର୍‌କୁ ଜରିନ୍‌ ମନା କରିଦେଇଥିଲେ। ଏଥିସହ ସେ କହିଛନ୍ତି, ଇଣ୍ଡଷ୍ଟ୍ରିକୁ ସେ ନୂଆ ଆସିଥିବା ବେଳେ ଲୁକ୍‌ସ ଓ ଓଜନକୁ ନେଇ ତାଙ୍କୁ ବହୁତ କମେଣ୍ଟ ଶୁଣିବାକୁ ମିଳିଛି। ଜରିନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ଏୟାରହୋଷ୍ଟେସ୍‌ ହେବାକୁ ଇଚ୍ଛା ଥିବା ବେଳେ ଅଧିକ ଓଜନ ଯୋଗୁ ତାଙ୍କୁ ସେଥିରେ ଯିବାକୁ ସୁଯୋଗ ମିଳି ନ ଥିଲା ବୋଲି ଜରିନ୍‌ କହିଛନ୍ତି।
ମନେପକାଇ ଦିଆଯାଇପାରେ ଯେ, ପୂର୍ବରୁ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବଲାନ ମଧ୍ୟ ଜଣେ ନିର୍ଦ୍ଦେଶକଙ୍କ ବିରୋଧରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିଲେ। ସେ ଚେନ୍ନାଇରେ ଥିବା ବେଳେ ନିର୍ଦ୍ଦେଶକ ଜଣକ ତାଙ୍କୁ ଦେଖା କରିବାକୁ କହିଥିଲେ। ହେଲେ ଏକ କଫି ଶପ୍‌ରେ ଦେଖାହେବାକୁ କହିବାରୁ ସେ ତାଙ୍କୁ ହୋଟେଲ ରୁମ୍‌ରେ ଦେଖା ହୋଇ କଥା ହେବାକୁ ବାଧ୍ୟ କରିଥିଲେ ବୋଲି ବିଦ୍ୟା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri