କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ ଦଶ ଅନୁଜ୍ଞା: ମିଛ କୁହ ନାହିଁ, ମାତାପିତାଙ୍କୁ ସମ୍ମାନ ଦିଅ ଇତ୍ୟାଦିର କିଛି ଅର୍ଥ ନାହିଁ। ମୋ ବିଶ୍ୱରେ କେବଳ ଗୋଟିଏ ଅନୁଜ୍ଞା ଅଛି: ତୁମେ କାହାରି ଦୁଃଖଯନ୍ତ୍ରଣାର କାରଣ ହୁଅ ନାହିଁ। ସଂକ୍ଷେପରେ କହିଲେ, ସଚେତନ ହୋଇ ବଞ୍ଚ। କ’ଣ ଖାଉଚ, କେଉଁଠି ଚାଲୁଚ, କ’ଣ ବ୍ୟବହାର କରୁଚ, କ’ଣ କହୁଚ ଓ କ’ଣ ଆଶା କରୁଚ, ସେସବୁକୁ ଭଲକରି ତନଖି ଦେଖ। ତାହା କରିପାରିଲେ ତୁମେ ଏକ ସଫଳ ଓ ସାର୍ଥକ ଜୀବନ ଜିଇପାରିବ ଏବଂ ସାରା ଦୁନିଆ ନିଜକୁ ତୁମ ପାଦତଳେ ଅଜାଡ଼ି ଦେବ।
ଚମଡ଼ା, ମାଂସ, ଅଣ୍ଡା, କ୍ଷୀର- ଏସବୁ ପାଇଁ ମୋ ଦୁନିଆରେ ତ କେବଳ ‘ନା’ ହିଁ ‘ନା’ ରହିଛି। କିନ୍ତୁ କିଛି ଚିନ୍ତା ନ କରି ଆପଣ ଏପରି ଆଉ କିଛି କାର୍ଯ୍ୟ କରନ୍ତି, ଯାହା କରିବା ଉଚିତ ନୁହେଁ ବା ନ କରିଥିଲେ ଭଲ ହୋଇଥାନ୍ତା।
ବୋନସାଇ (ବାମନୀକୃତ ଗଛ) କିଣନ୍ତୁ ନାହିଁ, ରଖନ୍ତୁ ନାହିଁ ବା ଗ୍ରହଣ କରନ୍ତୁ ନାହିଁ। ଏଗୁଡ଼ିକ ପ୍ରକୃତରେ ବଡ଼ ଗଛ, ଯାହାର ବାରମ୍ବାର ଚେର କାଟି ଓ ବଢ଼ିବାକୁ ନ ଦେଇ ବାମନ କରି ଦିଆଯାଏ। ତିନି ଇଞ୍ଚ ଗଭୀର କୁଣ୍ଡ ଭିତରେ ଏକ ଅଶ୍ୱତ୍ଥ ବୃକ୍ଷ ଭଳି ନିଜର ଅବସ୍ଥା ହୋଇଥିଲେ କିପରି ଅନୁଭବ କରିଥାନ୍ତେ କଳ୍ପନା କରନ୍ତୁ। ଚାଇନିଜମାନେ ଗୋଟିଏ ଝିଅ ଜନ୍ମ ହେବା ପରେ ପରେ ତା’ ପାଦକୁ ବାନ୍ଧିଦେଲେ ଏବଂ ସେ ବଡ଼ ହେବା ପରେ ତା’ର ପାଦ ସେଇ ଦୁଇ ଇଞ୍ଚର ହୋଇ ରହିଗଲା। ସେ ସାରା ଜୀବନ ଦୁଃଖଯନ୍ତ୍ରଣାରେ କଟାଇଲେ। ଗଛମାନଙ୍କ କ୍ଷେତ୍ରରେ ବି ସେଇ ଏକା ଅନୁଭବ ହୋଇଥାଏ। ଏ ବାମନୀକରଣ ପ୍ରକ୍ରିୟା ହେଉଛି ଅତ୍ୟନ୍ତ ନୃଶଂସ ଓ ନୀତିବିଗର୍ହିତ। ଧନୀ ଲୋକମାନେ ନିଜ ଘରର ଶୋଭା ବଢ଼ାଇବା ପାଇଁ ଓ ଆତ୍ମବଡ଼ିମା ଦେଖାଇବା ପାଇଁ ଏହିସବୁ ଗଛ କିଣନ୍ତି। ଯେଉଁମାନେ ଏ ବୋନସାଇ ଗଛ ତିଆରି କରନ୍ତି, ସେମାନେ ଅତ୍ୟନ୍ତ ନୃଶଂସ ଓ ପ୍ରକୃତି ଉପରେ କ୍ଷମତା ବିସ୍ତାର କରିବାକୁ ଚାହାନ୍ତି। ସେମାନେ ନିଜ ସପକ୍ଷରେ ଏତିକି ସଫେଇ ଦେଇଥାନ୍ତି: ଆମେ ଏ ଗଛଗୁଡ଼ିକୁ ମାଗଣା ଖାଦ୍ୟ ଓ ପାଣି ଦେଉଛୁ। ତାଙ୍କୁ ରୋଗପୋକ କବଳରୁ ରକ୍ଷା କରୁଛୁ, ସେମାନଙ୍କ କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଉଛୁ, ଆମେ ସେମାନଙ୍କ ପାଣିପାଗକୁ ନିୟନ୍ତ୍ରିତ କରୁଛୁ ଏବଂ ସେମାନେ ଏକ ସହଜ ଜୀବନ ବଞ୍ଚୁଛନ୍ତି। ତା’ହେଲେ ଜେଲରେ ଥିବା ମଣିଷଙ୍କ ପ୍ରତି ଏବଂ ପରୀକ୍ଷାଗାରରେ ବ୍ୟବହୃତ ପ୍ରାଣୀମାନଙ୍କ ପ୍ରତି ବି ତ ସେହିପରି ଆଚରଣ କରାଯାଏ।
ବାହାଘର ପାର୍ଟିରେ ଘୋଡ଼ାମାନଙ୍କୁ ବ୍ୟବହାର କରନ୍ତୁ ନାହିଁ। ଏମାନେ ସାଧାରଣତଃ ମାଈ ଘୋଡ଼ା ଓ ଧଳା ରଙ୍ଗର, ତେଣୁ ସେମାନେ ସହଜରେ ଅଂଶୁଘାତର ଶିକାର ହୋଇଥାନ୍ତି। ଘୋଡ଼ାମାନଙ୍କର କାନ ଓ ମୁହଁ ଅତ୍ୟନ୍ତ ସମ୍ବେଦନଶୀଳ। ବାହାଘର ସ୍ଥଳରେ ପହଞ୍ଚିବା ପାଇଁ ସେମାନଙ୍କୁ ମାଇଲ ମାଇଲ ଚାଲିବାକୁ ପଡ଼େ, ତା’ପରେ ଘଣ୍ଟା ଘଣ୍ଟା ଧରି ବରଯାତ୍ରୀ ପାର୍ଟି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଠିଆ ହୋଇ ରହିବାକୁ ପଡ଼େ। ତା’ପରେ ଘଣ୍ଟା ଘଣ୍ଟା ଧରି ମାଇକ୍‌, ବାଜା, ବାଣ, ଲୋକଙ୍କ ପାଟିତୁଣ୍ଡ ଓ ଚିତ୍କାର ଆଦିର ଅତି ଉଚ୍ଚ କାନଫଟା ଶବ୍ଦ ସହ୍ୟ କରିବାକୁ ପଡ଼େ। ସେମାନେ ଯେପରି କାମୁଡ଼ିବେ ନାହିଁ ଓ ନିୟନ୍ତ୍ରଣରେ ରହିବେ, ସେଥିପାଇଁ ତାଙ୍କ ନାକ ଓ ପାଟିରେ ଦଉଡ଼ି ଭିଡ଼ା ହୋଇଥାଏ। ଏହାଦ୍ୱାରା ସେମାନଙ୍କ ପାଟିରୁ ରକ୍ତ ଝରେ, ଘାଆ ହୋଇଯାଏ, ଦାନ୍ତର ସ୍ଥାୟୀ କ୍ଷତି ହୁଏ ଏବଂ ଅଶେଷ ଯନ୍ତ୍ରଣା ହୁଏ। ମଣ କରିବା ତାଲିମ ସମୟରେ ସେମାନଙ୍କୁ ପ୍ରବଳ ପିଟାଯାଏ। କୌଣସି ପ୍ରାଣୀର ଏପରି ଯନ୍ତ୍ରଣା ସମୟରେ ଆପଣ ବିବାହ ଉତ୍ସବରେ ମଉଜ କରିବାକୁ ଚାହାନ୍ତି? ଏହା କ’ଣ ଆପଣଙ୍କୁ ଖୁସି ଦେଇପାରିବ?
ଚଢ଼େଇକୁ ପଞ୍ଜୁରିରେ ରଖିବା, ମାଛକୁ କାଚ ପାଣିପାତ୍ରରେ ରଖିବା ଓ କୁକୁରକୁ ଫିତାରେ ବା ଚେନ୍‌ରେ ବାନ୍ଧି ରଖିବା ମଧ୍ୟ ସେମାନଙ୍କ ପ୍ରତି ନିର୍ଯାତନା ଛଡ଼ା ଆଉ କିଛି ନୁହେଁ। କୁକୁର ଦଉଡ଼ିବାକୁ ଚାହେଁ ଓ ଏଣେ ତେଣେ ଶୁଙ୍ଘିବାକୁ ଚାହେଁ। କିନ୍ତୁ ଅନେକ ମାଲିକ କୁକୁରକୁ ବାହାରକୁ ବୁଲାଇ ନେଲାବେଳେ ଚେନ୍‌ରୁ ଆଦୌ ଖୋଲନ୍ତି ନାହିଁ। ମାଲିକ ଯେତିକି ବେଗରେ ଚାହାନ୍ତି, କୁକୁର ସେତିକି ବେଗରେ ତାଙ୍କ ସହ ଚାଲନ୍ତି। କୁକୁରକୁ ବୁଲାଇ ନେବା ବେଳେ ତା’ର ମଳ ସଫା କରିବାକୁ ଭୁଲନ୍ତୁ ନାହିଁ, ନ ହେଲେ ଅନ୍ୟ ଲୋକମାନେ ବିରକ୍ତି ପ୍ରକାଶ କରିବେ।
ପୋଷା ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ କିନ୍ତୁ ସେମାନଙ୍କୁ ପାଉଁରୁଟି ଦିଅନ୍ତୁ ନାହିଁ। ପାଉଁରୁଟିରେ ମଇଦା ଓ ଚିନି ଛଡ଼ା କୌଣସି ପୌଷ୍ଟିକତା ନ ଥାଏ। ଏହା ସେମାନଙ୍କ ଭୋକ ମାରିଦିଏ ଓ ସେମାନଙ୍କ ପ୍ରାକୃତିକ ଖାଦ୍ୟ ଯଥା କୀଟ, ଫଳ ଓ ମଞ୍ଜି ଖାଇବାରୁ ବଞ୍ଚିତ କରେ, ଯାହା ସେମାନଙ୍କୁ ସୁସ୍ଥ ରଖିବା ସହ ବଢ଼ିବାରେ ସାହାଯ୍ୟ କରିଥାନ୍ତା। ଅନୁପଯୁକ୍ତ ଖାଦ୍ୟ ସେମାନଙ୍କୁ ଅସୁସ୍ଥ କରିଥାଏ। ପାଉଁରୁଟି ଓଦା ହେବା ପରେ ଅଠାଳିଆ ହୋଇ ତାଙ୍କ ପାକସ୍ଥଳୀରେ ଲାଗିରହି ପଚିଯାଏ ଓ ସେମାନଙ୍କ ମୃତ୍ୟୁର କାରଣ ହୋଇପାରେ। ପାଉଁରୁଟି ଛୋଟ, ଶୁଖିଲା ଓ ବାସି ହୋଇଥିଲେ ମଧ୍ୟ ସମସ୍ୟା ଦେଖାଯାଏ। ତେଣୁ ଚଢ଼େଇମାନଙ୍କୁ ସେମାନଙ୍କ ପ୍ରାକୃତି ଖାଦ୍ୟ, ବାଦାମ, ସୂର୍ଯ୍ୟମୁଖୀ, କଖାରୁ ଓ ନାଉ ମଞ୍ଜି, ଚାଉଳ ଓ ଖଟା ଫଳ ବ୍ୟତୀତ ଋତୁକାଳୀନ ଫଳ ଆଦି ଖାଇବାକୁ ଦିଅନ୍ତୁ।
ଘରେ ବା ଅଫିସରେ ଆକ୍ୱାରିୟମ୍‌ ରଖିବା ଅନାବଶ୍ୟକ। ପଞ୍ଜୁରି ଭିତରେ ଥିବା ଚଢ଼େଇ ପରି ମାଛମାନେ ଏଥିରେ ଖୁବ୍‌ କଷ୍ଟ ପାଇଥାନ୍ତି। ମାଛମାନେ ସମୁଦ୍ରରେ ମାଇଲ ମାଇଲ ପହଁରନ୍ତି, ଆକ୍ୱାରିୟମ୍‌ ଭିତରେ ସେ ସୁଯୋଗ କାହିଁ? ଖାଇବାକୁ ଦିଆଗଲେ ମଧ୍ୟ ବନ୍ଦୀ ଜୀବନ କାହାକୁ ବି ସୁଖ ଦେଇପାରେ ନାହିଁ। ଅନ୍ୟ ପ୍ରଜାତିର ମାଛଙ୍କ ଗହଳି ଭିତରେ ଆକ୍ୱାରିୟମ୍‌ ଭିତରେ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ନ୍ତି। ସେମାନଙ୍କୁ ମାଛ ଖାଦ୍ୟ ନାମରେ ଅନ୍ୟ ମାଛଙ୍କ ମଲା ଶୁଖିଲା ଦେହର ଗୁଣ୍ଡ ଖାଇବାକୁ ମିଳେ। ଏପରି କୁଖାଦ୍ୟ ଓ ପରିବେଶରେ କେଇ ସପ୍ତାହ ଭିତରେ ସେମାନଙ୍କ ମୃତ୍ୟୁ ଘଟେ। ଆପଣମାନେ ନିଜେ ଏ କାର୍ଯ୍ୟରୁ ଦୂରରେ ରହିବା ସହ ଅନ୍ୟମାନଙ୍କୁ ବିରୋଧ କରିବା ଉଚିତ।
ପ୍ଲାଷ୍ଟିକ୍‌ ଥଳି ଭିତରେ ଘରର ବଳକା ଖାଦ୍ୟ, ପରିବା ବା ଫଳ ଚୋପା ଆଦି ଫୋପାଡ଼ନ୍ତୁ ନାହିଁ। ଭୋକିଲା କୁକୁର ଓ ଗାଈମାନେ ତାକୁ ଖାଇ ମୃତ୍ୟୁମୁଖରେ ପଡ଼ନ୍ତି। ଗାଈମାନଙ୍କ ପେଟରେ ପ୍ଲାଷ୍ଟକ୍‌ ଜରିଗୁଡ଼ିକ ଜମା ହୋଇ ପ୍ରତିମାସରେ ଲକ୍ଷାଧିକ ଗାଈ ମୃତ୍ୟୁବରଣ କରୁଛନ୍ତି। ବରଂ ବିଭିନ୍ନ ପ୍ରକାର ବଳକା ଖାଦ୍ୟକୁ ଅଲଗା ଅଲଗା କରି ଏମିତି ଜାଗାରେ ଖୋଲା ପକାନ୍ତୁ, ଯେମିତି ବୁଲା ପ୍ରାଣୀ ବା ଚଢ଼େଇ ଖାଇପାରିବେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri