କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା। ହେଲେ ଅଗଷ୍ଟ ଶେଷ ଆଡ଼କୁ ରିମାଇଣ୍ଡର ଆସିବା ପରେ ଅନୁଗୋଳ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଗତ ୫ ତାରିଖରେ ପ୍ରତି ଉପଖଣ୍ଡ ଉପଜିଲାପାଳଙ୍କୁ ଚିଠି (ନଂ. ୯୩୪) କରାଯାଇ ଆସନ୍ତା ୧୫ ତାରିଖ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଧିକାଂଶ ସମୟ ଇଣ୍ଟରନେଟ କାର୍ଯ୍ୟ କରୁ ନ ଥିବାରୁ ଏହି ସମୟ ମଧ୍ୟରେ କିପରି କାର୍ଯ୍ୟ ଶେଷ କରାଯିବ ତାହାକୁ ନେଇ ଏବେ ହରଡ଼ଘଣାରେ ପଡ଼ିଛି ପ୍ରଶାସନ।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଫେବୃୟାରୀ ୧୧ରେ ଚିଠି ନଂ ୧୩୧୭ରେ ଅନୁଗୋଳ ଜିଲା ପ୍ରଶାସନ ନିକଟକୁ ଏହି ନିର୍ଦ୍ଦେଶ ଆସିଥିଲା। ଏହାପରେ ଚିଠି ନଂ ୭୩୬୭/୩୦ା୮ା୨୦୧୯ ଓ ୭୪୦୯/୩୧ା୮ା୨୦୧୯ରେ ବିଭାଗୀୟ ନିର୍ଦ୍ଦେଶକ ପୁନର୍ବାର ଜିଲା ପ୍ରଶାସନ ନିକଟକୁ ଚିଠି ଲେଖିଥିଲେ। ଉକ୍ତ ଚିଠି ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ଗତ ୫ ତାରିଖରେ ଉପଖଣ୍ଡ ଉପଜିଲାପାଳମାନଙ୍କୁ ଚିଠି କରି ଏହାର ଶତପ୍ରତିଶତ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ପ୍ରତି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଠିକା କର୍ମଚାରୀ (ପ୍ରୋଗ୍ରାମ ଆସିଷ୍ଟାଣ୍ଟ) ମାନଙ୍କୁ ଭିନ୍ନ ଭିନ୍ନ ବ୍ଲକରେ କାର୍ଯ୍ୟ କରିବା ପାଇଁ ଡେପୁଟେଶନରେ ପଠାଯିବା ସହ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ରହିବାକୁ କୁହାଯାଇଛି। ତଦନୁଯାୟୀ ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପ୍ରସନ୍ନ କୁମାର ସାହୁଙ୍କୁ ପାଲଲହଡ଼ା ବ୍ଲକକୁ ବଦଳି କରାଯାଇଛି। ସେହିପରି ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୁଧାଂଶୁ ଶେଖର ପାତ୍ରଙ୍କୁ ଆଠମଲ୍ଲିକ ବ୍ଲକ, ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ନିବେଦିତା ପଟ୍ଟନାୟକଙ୍କୁ ଅନୁଗୋଳ ବ୍ଲକ ଓ ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ବଅଁରପାଳ ବ୍ଲକକୁ ଡେପୁଟେଶନରେ ପଠାଯାଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଜଣେ ଲେଖାଏ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ହେଲେ ସମସ୍ୟା ହେଉଛି, ନିୟୋଜିତ ଏହି କର୍ମଚାରୀମାନଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲେ ହେଁ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସୁବିଧା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହୋଇପାରୁ ନାହିଁ। ଏପରି କି ବ୍ଲକ କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ମୋବାଇଲ ଡାଟା କେବୁଲ ଲଗାଇ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି ବୋଲି ବିଭିନ୍ନ ସ୍ଥାନରୁ ଅଭିଯୋଗ ହେଉଛି। ଏପରି ପରିସ୍ଥିତିରେ ସରକାର ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ କିପରି କାର୍ଯ୍ୟ ଶେଷ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବ୍ଲକ ଅଞ୍ଚଳରେ ଏଭଳି ସମସ୍ୟା ଥିବା ବେଳେ ପୌରାଞ୍ଚଳ ଓ ଏନଏସିରେ ୯୦ ପ୍ରତିଶତରୁ ଅଧିକ କାର୍ଯ୍ୟ ସରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ବର୍ଷ ଆରମ୍ଭରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିବାବେଳେ କାହିଁକି ଏତେ ବିଳମ୍ବରେ ଓ ଅବ୍ୟବସ୍ଥିତ ଢଙ୍ଗରେ ଡିଜିଟାଲ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହାକୁ ନେଇ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଜିଲାରେ ଭତ୍ତା ପାଉଥିବା ଲୋକଙ୍କୁ ଡିଜିଟାଲ ସଂଲଗ୍ନ କରାଯିବା ପାଇଁ ୪ଟି ଉପଖଣ୍ଡର ପ୍ରୋଗ୍ରାମ ଆସିଷ୍ଟାଣ୍ଟମାନଙ୍କୁ ନିୟୋଜିତ କରାଯାଇଛି। ୧୫ ତାରିଖ ମଧ୍ୟରେ କାର୍ଯ୍ୟ ସରିବାର ସମୟସୀମା ରହିଛି। ଅଧିକ ୨/୩ ଦିନ ପର୍ଯ୍ୟନ୍ତ ଏହାକୁ ବଢ଼ାଯାଇପାରେ। କାର୍ଯ୍ୟ ସରିବା ପରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ପୁଣି ନିଜ କାର୍ଯ୍ୟାଳୟକୁ ପଠାଇ ଦିଆଯିବ। ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ନ ଥିବା ଅଭିଯୋଗ ଆସୁଛି। ସେହିସବୁ ସ୍ଥାନରେ କିପରି ସେବା ତ୍ୱରାନ୍ବିତ କରାଯିବ ସେ ନେଇ ଜିଲା ପ୍ରଶାସନ ନଜର ରଖିଥିବା ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri