କାର୍ବନ ଉତ୍ସର୍ଜନ ଚିନ୍ତା

ଇଂ. ମାୟାଧର ସ୍ବାଇଁ

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବର୍ଷକୁ ବର୍ଷ ବଢ଼ିଚାଲିଛି। ଏହାର ପରିମାଣ ୧୭୫୦ ମସିହାରେ ଶିଳ୍ପ ସଭ୍ୟତା ଆରମ୍ଭ ବେଳକୁ ବାୟୁମଣ୍ଡଳରେ ଏହାର ପରିମାଣ ୨୮୦ ନିୟୁତାଂଶ (ପିପିଏମ୍‌) ଥିବାବେଳେ ବର୍ତ୍ତମାନ ଏହା ୪୧୦ ନିୟୁତାଂଶରେ ପହଞ୍ଚିଲାଣି। ଅଙ୍ଗାରକାମ୍ଳ ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ। ମିଥେନ୍‌, ନାଇ୍‌ଟ୍ରସ୍‌ ଅକ୍‌ସାଇଡ୍‌, କ୍ଲୋରୋଫ୍ଲୋରୋକାର୍ବନ ଆଦି ହେଉଛି ଅନ୍ୟ ସବୁଜଗୃହ ଗ୍ୟାସ। ମାତ୍ର କଳକାରଖାନା ଏବଂ ବିଶେଷଭାବେ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକରୁ ବାୟୁମଣ୍ଡଳକୁ ଅଧିକ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହେଉଥିବାରୁ ଏହାର ପ୍ରଭାବ ହେଉଛି ଅଧିକ। ଏହି ଗ୍ୟାସଗୁଡ଼ିକ ଯୋଗୁ ପୃଥିବୀର ଉଷ୍ମତା ବୃଦ୍ଧି ପାଉଛି, ଯାହାଫଳରେ ମେରୁ ଅଞ୍ଚଳର ବରଫ ଓ ହିମସ୍ରୋତଗୁଡ଼ିକ ତରଳିବାକୁ ଲାଗିଲାଣି। ଏଥିପାଇଁ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ବର୍ତ୍ତମାନ ସମୁଦ୍ର ପତ୍ତନ ବର୍ଷକୁ ହାରାହାରି ୩.୨ ମିଲି ଲିଟର ବଢ଼ୁଛି ଏବଂ ପୂର୍ବାନୁମାନ କରାଯାଉଛି ଯେ, ଏହା ଚଳିତ ଶତାବ୍ଦୀର ଶେଷସୁଦ୍ଧା ୦.୨ରୁ ୨ ମିଟର ମଧ୍ୟରେ ବୃଦ୍ଧି ପାଇପାରେ। ପୃଥିବୀର ଉଷ୍ମତା ବୃଦ୍ଧି ଯୋଗୁ ଜଳବାୟୁରେ ପରିବର୍ତ୍ତନ ହେଉଛି ଏବଂ ପୃଥିବୀରେ ଅଧିକ ସଂଖ୍ୟକ ଝଡ଼ ତୋଫାନ, ଟର୍ନାଡୋ ଆଦି ଦେଖାଦେଉଛି। ନିକଟରେ ରେଡ୍‌କ୍ରସ୍‌ ପ୍ରକାଶ କରିଥିବା ଏକ ରିପୋର୍ଟରେ ଦର୍ଶାଇଛି ଯେ, ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଏହି ବର୍ଷ ମାର୍ଚ୍ଚ ମାସରେ କରୋନା ସଂକ୍ରମଣକୁ ମହାମାରୀ ଘୋଷଣା କରିବା ପରେ ପୃଥିବୀରେ ପ୍ରାୟ ୧୦୦ଟି ବିପର୍ଯ୍ୟୟ ଘଟିଛି ଏବଂ ଏଥିରୁ ଅଧିକାଂଶ ହେଉଛି ଜଳବାୟୁ ସମ୍ପର୍କିତ। ଏହି ବିପର୍ଯ୍ୟୟ ଯୋଗୁ ୫ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପରିତାପର ବିଷୟ ଯେ ଏହା ସତ୍ତ୍ୱେ କାର୍ବନ ଉତ୍ସର୍ଜନ ହ୍ରାସ ପାଇଁ ପାଞ୍ଚ ବର୍ଷ ପୂର୍ବେ ପୃଥିବୀବାସୀ ଯେପରି ଚିନ୍ତା ପ୍ରକଟ କରିଥିଲେ, ଏବେ ସେଥିରେ ଶିଥିଳତା ଦେଖାଦେଇଛି।
୨୦୧୫ ଡିସେମ୍ବରରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ଠାରେ ବିଶ୍ୱ ନେତୃବୃନ୍ଦ ଏକତ୍ରିତ ହୋଇ ବାୟୁମଣ୍ଡଳକୁ କାର୍ବନ ଉତ୍ସର୍ଜନର ନିୟନ୍ତ୍ରଣ ପାଇଁ ଏକ ସମୁଚିତ ପଦକ୍ଷେପ ନେଇଥିଲେ। ଏହା ‘ପ୍ୟାରିସ୍‌ ଜଳବାୟୁ ରାଜିନାମା’ ନାମରେ ଜଣା। କାର୍ବନ୍‌ ଉତ୍ସର୍ଜନକୁ ହ୍ରାସ କରି ୨୧୦୦ ମସିହା ସୁଦ୍ଧା ପୃଥିବୀରେ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌ ଓଦ୍ୟୋଗିକ ସ୍ତରଠାରୁ ଦୁଇ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ପାଇଁ ଏଠାରେ ସ୍ଥିର କରାଯାଇଥିଲା। ପୁନଶ୍ଚ ଏହି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବା ନିମିତ୍ତ ସମସ୍ତ ଦେଶ ଚେଷ୍ଟା କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଏଠାରେ ପ୍ରତ୍ୟେକ ଦେଶ ସ୍ବେଚ୍ଛାକୃତ ଭାବେ ନିଜ ନିଜ ଦେଶରେ ବାୟୁମଣ୍ଡଳକୁ କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଥିଲେ। ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, ଚାଇନା, ଭାରତ ଭଳି ଅଧିକ କାର୍ବନ ଉତ୍ସର୍ଜନ କରୁଥିବା ଦେଶ ସମେତ ମୋଟ ୧୯୬ଟି ଦେଶ ସ୍ବାକ୍ଷର କରିଥିଲେ। ଜଣାପଡୁଥିଲା ଦେଶଗୁଡିକ ସାମୂହିକ ଭାବେ ଏହି ବିପତ୍ତିରୁ ରକ୍ଷା ପାଇବା ପାଇଁ କାର୍ଯ୍ୟ କରିବେ। କିନ୍ତୁ ୨୦୧୭ ମସିହାରେ ଡୋନାଲ୍ଡ ଟ୍ରମ୍ପ୍‌ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ଗାଦିନସୀନ ହେବା ପରେ ଏଥିପ୍ରତି ଏକ ଶକ୍ତ ଝଟ୍‌କା ଆସିଲା। ଆମେରିକା ପ୍ୟାରିସ୍‌ ଜଳବାୟୁ ରାଜିନାମାରୁ ଓହରି ଗଲା। ରାଷ୍ଟ୍ରପତି ଟ୍ରମ୍ପ୍‌ ଜଳବାୟୁ ବିପର୍ଯ୍ୟୟକୁ ଏକ ପ୍ରତାରଣା କହିଲେ ଏବଂ ତାଙ୍କ ପୂର୍ବବର୍ତ୍ତୀ ରାଷ୍ଟ୍ରପତି ବାରାକ୍‌ ଓବାମା ତୈଳ ଓ ଗ୍ୟାସ ବ୍ୟବହାର କ୍ଷେତ୍ରରେ ଯେଉଁ କଟକଣା ଲଗାଇଥିଲେ, ତାହାକୁ କୋହଳ କରିଦେଲେ। ସୂଚନାଯୋଗ୍ୟ ଯେ, ଚାଇନା ପରେ ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ସବୁଠାରୁ ଅଧିକ କାର୍ବନ ଉତ୍ସର୍ଜନକାରୀ ଦେଶ।
ଏଣୁ ପ୍ୟାରିସ୍‌ ରାଜିନାମାରୁ ଏହା ଓହରି ଯିବା ନିଶ୍ଚିତ ଭାବେ ରାଜିନାମା ପ୍ରତି ହେଉଛି ଏକ ଶକ୍ତ ଧକ୍କା ା ଅବଶ୍ୟ ଚାଇନା ଓ ଭାରତ ଭଳି ବୃହତ୍‌ ଜନବହୁଳ ଓ ଅଧିକ କାର୍ବନ ଉର୍ତ୍ସଜନକାରୀ ଦେଶ ପ୍ୟାରିସ୍‌ ରାଜିନାମାକୁ ଗୁରୁତ୍ୱର ସହ ନେଉଥିବାରୁ ଏହା କିଛି ଆଶା ଉଜ୍ଜୀବିତ କରି ରଖିଛି।
ଏହି ବର୍ଷ ଜୋ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଘୋଷଣା କରିଛନ୍ତି ଯେ, ସେ କ୍ଷମତାକୁ ଆସିବାର ପ୍ରଥମ ଦିନରେ ହିଁ ପ୍ୟାରିସ୍‌ ଜଳବାୟୁ ରାଜିନାମାକୁ ସ୍ବୀକୃତି ଦେବେ ା କିନ୍ତୁ ବିଶେଷଜ୍ଞମାନଙ୍କର ମତ ଯେ ଯୁକ୍ତରାଷ୍ଟ୍ର ଆମେରିକା ଗତ ଚାରିବର୍ଷ ମଧ୍ୟରେ କାର୍ବନ ଉତ୍ସର୍ଜନ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅନେକ କ୍ଷତି ହୋଇଯାଇଛି ା କେବଳ ସେତିକି ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ୨୦୧୭ ମସିହାରୁ ‘ସବୁଜ ଜଳବାୟୁ କୋଷ’କୁ ପ୍ରତିଶ୍ରୁତି ଦେଇଥିବା ଅନୁଦାନ ବନ୍ଦ କରି ଦେଇଛି ା ଏହି ଅର୍ଥରାଶି ଗରିବ ଦେଶଗୁଡିକ ଅକ୍ଷୟ ଶକ୍ତି ବିକାଶ କରିବା ପାଇଁ ଉଦ୍ଦିଷ୍ଟ ଅଛି ା ଗତବର୍ଷ ଅଷ୍ଟ୍ରେଲିଆ ମଧ୍ୟ ଆମେରିକାକୁ ଅନୁସରଣ କରି ଏହି କୋଷକୁ ଅନୁଦାନ ଦେବା ବନ୍ଦ କରି ଦେଇଛି ା ଫଳରେ ବିଶ୍ୱରେ କାର୍ବନ ଉତ୍ସର୍ଜନକୁ ନିୟନ୍ତ୍ରଣ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ା ଇତିମଧ୍ୟରେ ବିଶ୍ୱ ଶକ୍ତି ସଂସ୍ଥା ଲକ୍ଷ୍ୟ କରିଛି ଯେ, କୋଭିଡ୍‌ ମହାମାରୀ ଯୋଗୁ ସୌର ଶକ୍ତି ବିକାଶରେ ବିଳମ୍ବ ହୋଇଛି ା
ନିକଟରେ ବିଖ୍ୟାତ ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ଏଇ ଅଧ୍ୟୟନରୁ ଜଣାଯାଇଛି ଯେ, ବଡ ବଡ ଔଦ୍ୟୋଗିକ ଦେଶଗୁଡିକ ମଧ୍ୟରୁ କେହି ସେମାନଙ୍କର ଘୋଷିତ କାର୍ବନ ଉତ୍ସର୍ଜନ ହ୍ରାସ ଲକ୍ଷ୍ୟ ହାସଲ କରିପାରିନାହାନ୍ତି ଏବଂ କେତେକ ଦେଶ ମଧ୍ୟ ନିଜ ନୀତିକୁ କାର୍ଯ୍ୟକାରୀ କରିବାରେ ଶିଥିଳ ହୋଇଯାଇଛନ୍ତି ା ଏଥିରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ, ୨୧୦୦ ମସିହା ସୁଦ୍ଧା ଜାଗତିକ ଉଷ୍ମତା ବୃଦ୍ଧିକୁ ଦୁଇ ଡିଗ୍ରୀ ସେଲସିୟସ ତଳେ ରଖିବା ସମ୍ଭବ ହୋଇ ନ ପାରେ ା
ଏହି ସବୁ ଚିନ୍ତାଜନକ ସ୍ଥିତି ମଧ୍ୟରେ ଗୋଟିଏ ଶୁଭ ଖବର ହେଉଛି ଯେ, ୟୁରୋପୀୟ ସଂଘ ୨୦୫୦ ମସିହା ସୁଦ୍ଧା କାର୍ବନ ସନ୍ତୁଳନ ପାଇଁ ଏହାର ସମସ୍ତ ଦେଶକୁ ନିର୍ଦ୍ଦେଶ ଦେଇଛି ଏବଂ ଏଥିପାଇଁ ମଧ୍ୟ ଗୋଟିଏ କାର୍ଯ୍ୟକାରିଣୀ ପ୍ରସ୍ତୁତ କରିଛି ା କାର୍ବନ ସନ୍ତୁଳନର ଅର୍ଥ ହେଉଛି ଆମେ ବାୟୁମଣ୍ଡଳକୁ ସେତିକି ଅଙ୍ଗାରକାମ୍ଳ ନିର୍ଗତ କରିବା, ଯେତିକି ପ୍ରାକୃତିକ ଉପାୟରେ ବାୟୁମଣ୍ଡଳରୁ ଅବଶୋଷଣ ହୋଇପାରିବ ା ଚାଇନା ମଧ୍ୟ ୨୦୬୦ ମସିହା ସୁଦ୍ଧା କାର୍ବନ ସନ୍ତୁଳନ ହାସଲ କରିବା ପାଇଁ ଘୋଷଣା କରିଛି ା ପ୍ରତ୍ୟେକ ଦେଶ ଏହିପରି ଯୋଜନା କଲେ ବିଶ୍ୱ ଏକ ବଡ ସଙ୍କଟରୁ ରକ୍ଷା ପାଇ ଯାଆନ୍ତା ା
୭୦, ଲକ୍ଷ୍ମୀ ବିହାର, ଫେଜ-୧, ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri