ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍‌ ମେଁ ନିକଲା ହୋଗା ଚାନ୍ଦ୍‌ ଆଦି ସିରିଏଲ୍‌ରେ ଭଲ ଅଭିନୟ କରିଥିଲେ। ଶ୍ରୁତି ନିର୍ଦ୍ଦେଶକ ଦାନିଶ୍‌ ଅସଲମ୍‌ଙ୍କୁ ବିବାହ କରିଛନ୍ତି। ଆଲିନା ଅସଲମ୍‌ ନାମକ ତାଙ୍କର କନ୍ୟା ସନ୍ତାନ ଅଛନ୍ତି। ଏବେ ନିଜ ପାରିବାରିକ ଜୀବନରେ ବେଶ୍‌ ଖୁସି ଅଛନ୍ତି ଶ୍ରୁତି। ତାଙ୍କୁ ନେଇ ବଲିଉଡ୍‌ରେ ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ହିନ୍ଦୀ ଫିଲ୍ମ ରାଜନୀତିରେ ସେ ଅର୍ଜୁନ ରାମପାଳଙ୍କ ସହିତ ଅଭିନୟ କରିଥିଲେ। ଅର୍ଜୁନଙ୍କ ସହିତ ଏକ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି ନିଜର ନିୟନ୍ତ୍ରଣ ହରାଇଥିଲେ ବୋଲି କୁହାଯାଏ। ଶଟ୍‌ ଶେଷ ପରେ ଶୁଟିଂସେଟ୍‌ର ଅନ୍ୟ ସଦସ୍ୟଙ୍କ ସହାୟତାରେ ତାଙ୍କୁ ସ୍ବାଭାବିକ କରାଯାଇଥିଲା। ଏହି ବିଷୟ ସେତେବେଳେ ବେଶ୍‌ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

‘ମହାଭାରତ’ର କାହାଣୀକୁ ବଡ ପରଦାରେ ଆଣିବେ ରାଜାମୌଲି!

ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ, ଆର୍‌ଆର୍‌ଆର୍‌ ବକ୍ସ ଅଫିସରେ ରେକର୍ଡ କରିଛି। ଏହା ପରେ ନିର୍ଦ୍ଦେଶକ ଆଗକୁ ‘ମହାଭାରତ’ କାହାଣୀ ଉପରେ...

ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ...

ଆସୁ ଆସୁ ଧମାଲ ମଚାଇଲାଣି ଏହି ରିମେକ୍‌ ସଙ୍ଗ୍‌

ମୁମ୍ବାଇ: ୯୦ ଦଶକରେ ପରଦାକୁ ଆସିଥିବା ଅଧିକାଂଶ ଫିଲ୍ମ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ମାଧୁରୀ ଦିକ୍ଷିତ ଓ ସଞ୍ଜୟ ଦତ୍ତଙ୍କ ଷ୍ଟାର...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍‌ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି...

ଆଉ କେତେ ଦିନ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ବର୍ତ୍ତମାନ ଗୁଣାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କଲେ ଆମ...

ଜନ୍ମଦିନ ପାଳନ କରନ୍ତି ନାହିଁ ସୋନୁ ସୁଦ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। କରୋନା ଯୋଗୁ ଲକ୍‌ଡଉନ୍‌ ହେବା ପରଠାରୁ ଲୋକଙ୍କୁ ସହାୟତାର ହାତ ବଢାଇଆସୁଛନ୍ତି...

Advertisement
Archives

Model This Week