କାଠ ଦେବ ନାହିଁ ବନ ବିଭାଗ : ଅଧାରୁ ଅଟକିଛି ରଥ ନିର୍ମାଣ

ଉଦଳା,୧ା୬ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ରଥଯାତ୍ରା ପାଇଁ କାଠ ଅଭାବରୁ ରଥ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି। ଏ ନେଇ ହଜାର ହଜାର ଜଗନ୍ନାଥପ୍ରେମୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି। ରୀତିନୀତି ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥ ଚକରେ ଅଖ ଲାଗି କରାଯିବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୪ ତାରିଖରେ ରଥଯାତ୍ରା ହେବାକୁ ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଜଗନ୍ନାଥ ମନ୍ଦିର କମିଟି ଏବଂ ରଥ ପରିଚାଳନା କମିଟିର ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରଥ ନିର୍ମାଣ କାର୍ଯ୍ୟ ଜୁନ୍‌ ୧୫ ତାରିଖ ମଧ୍ୟରେ ଶେଷ ହୋଇଥାଏ ା ଏବେ କେବଳ ପୁରୁଣା କାଠରେ ରଥ ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇ ରହିଛି। ୩ ମାସ ପୂର୍ବରୁ ରଥ ପରିଚାଳନା କମିଟି ପକ୍ଷରୁ ଉଦଳା ବନବିଭାଗ ଏବଂ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ଆବଶ୍ୟକ କାଠ ଯୋଗାଇ ଦେବାକୁ ନିବେଦନ କରାଯାଇଥିଲା ା ହେଲେ ଉଦଳା ବନବିଭାଗର ରେଞ୍ଜ ଅଧିକାରୀ ରଥ ନିର୍ମାଣ ନିମନ୍ତେ କାଠ ଯୋଗାଇ ଦିଆଯାଇପାରିବ ନାହିଁ ବୋଲି ରଥ କମିଟି ସଂପାଦକ ଲକ୍ଷ୍ମଣ ନାୟକଙ୍କୁ ରୋକଠୋକ୍‌ ଜଣାଇ ଦେଇଛନ୍ତି ା ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ା ଏହି ରଥଯାତ୍ରା ନିମନ୍ତେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥାଏ ା ତାହା କେବଳ ଭକ୍ତମାନଙ୍କର ଅନୁଦାନ ଅର୍ଥରୁ ମିଳିଥାଏ ା ରଥ ପରିଚାଳନା କମିଟିର ସଭାପତି ଭାବେ ନବ ନିର୍ବାଚିତ ବିଧାୟକ ଭାସ୍କର ମଢେଇ ଥିବାବେଳେ ବ୍ୟସ୍ତ ଥିବା କାରଣରୁ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରି ପାରି ନ ଥିବା ଜଣାପଡିଛି ା ବନବିଭାଗ କେବଳ ରଥ ନିର୍ମାଣକୁ ଅଳ୍ପ କେତେ ଖଣ୍ଡ କାଠପଟା ଯୋଗାଇ ଦେବ ବୋଲି ସୂଚନା ଦେଇଥିବା ଜଣାପଡିଛି ା ରଥ ପାଇଁ ଆବଶ୍ୟକ କାଠ ବନବିଭାଗ କାହିଁକି ଦେବ ନାହିଁ ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି। ଏହି ରଥଯାତ୍ରା ଦୁଇ ଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିବସରେ ପୁରୁଷମାନେ ରଥ ଟାଣି ଥାଆନ୍ତି ଏବଂ ଦ୍ୱିତୀୟ ଦିବସରେ ମହିଳା ଶ୍ରଦ୍ଧାଳୁମାନେ ରଥ ଟାଣି ଶ୍ରୀ ଜୀଉଙ୍କୁ ମାଉସୀମା ମନ୍ଦିରରେ ପହଞ୍ଚାଇଥାନ୍ତି ା ଖୁବଶୀଘ୍ର ରଥ ନିର୍ମାଣ ପାଇଁ ବନବିଭାଗ ଆବଶ୍ୟକ କାଠ ଯୋଗାଇ ଦେବାକୁ ରଥ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?