କଶ୍ମୀର ଓ ବିଜୁବାବୁ

ଇଂ. ମାୟାଧର ସ୍ବାଇଁ
କେନ୍ଦ୍ର ସରକାର ଅଗଷ୍ଟ ପ୍ରଥମ ସପ୍ତାହରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଠାଇଦେଇ ଜମ୍ମୁ-କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କଲେ। ଅନୁଚ୍ଛେଦ ୩୭୦ ବଳରେ ଜମ୍ମୁ-କଶ୍ମୀର ପାଇଁ ଅନ୍ୟ ରାଜ୍ୟଠାରୁ କେତେକ ଅଲଗା ନିୟମ ଥିଲା, ଯେପରି ଏହାର ଅଲଗା ପତାକା ଓ ସମ୍ବିଧାନ। ଏହି ଅନୁଚ୍ଛେଦରେ ଥିବା ଧାରା ୩୫(କ) ଅନୁଯାୟୀ ଅନ୍ୟ ରାଜ୍ୟର ଅଧିବାସୀମାନେ ଜମ୍ମୁ-କଶ୍ମୀରରେ ଜମି ଓ ଅନ୍ୟ ସ୍ଥାବର ସମ୍ପତ୍ତି କ୍ରୟ କରିପାରୁ ନ ଥିଲେ। ଏପରିକି ସେଠାକାର ଲୋକମାନେ ଭାରତୀୟ ନାଗରିକ ହେବା ସହିତ ଜମ୍ମୁ ଓ କଶ୍ମୀରର ନାଗରିକ ଭାବେ ଗଣା ଯାଉଥିଲେ। ଏହି ରାଜ୍ୟର ଜଣେ ମହିଳା ଅନ୍ୟ ରାଜ୍ୟର ଲୋକଙ୍କୁ ବିବାହ କଲେ, ତାହାର ପୈତୃକ ସମ୍ପତ୍ତି ସମେତ ଅନ୍ୟ କେତେକ ଅଧିକାର ହରାଉଥିଲା। ଅନୁଚ୍ଛେଦ ୩୭୦ ହଟିବା ପରେ ଅଧିକାଂଶ ଭାରତୀୟ ଖୁସି ପ୍ରକଟ କରୁଥିବା ବେଳେ କେତେକେ ଏହାର ବିରୋଧ କରୁଛନ୍ତି। ଏହା ହେଉଛି ବର୍ତ୍ତମାନ ଦେଶର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ। କିନ୍ତୁ ଏଠାରେ ଏହି ବିବାଦ ଉପରେ ଆଲୋଚନା ନ କରି ଭାରତ ସହ ଜମ୍ମୁ ଓ କଶ୍ମୀରର ମିଶ୍ରଣରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରାଯାଇଛି। ପ୍ରଥମେ କଶ୍ମୀର ଭାରତରେ ମିଶିବାର ଘଟଣାକ୍ରମକୁ ଦେଖାଯାଉ।
ଇଂରେଜମାନେ ଭାରତରୁ ଯିବା ପୂର୍ବରୁ ଏହାକୁ ଦୁଇଟି ଦେଶ ଭାରତ ଓ ପାକିସ୍ତାନ ଭାବେ ବିଭକ୍ତ କରିଦେଲେ। ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ଗଠିତ ହେଲା ଓ ୧୫ ତାରିଖରେ ଭାରତ ସ୍ବାଧୀନତା ଲାଭ କଲା। କିନ୍ତୁ ଇଂରେଜମାନେ ରାଜାମାନଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ନ ମିଶାଇ ଏହାକୁ ସେମାନଙ୍କ ଉପରେ ଛାଡ଼ିଦେଲେ। ସେମାନେ ନିଜ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନରେ ଯୋଗ ଦେଇପାରିବେ କିମ୍ବା ନିଜେ ସ୍ବାଧୀନ ହୋଇ ରହିପାରିବେ। ସ୍ବାଧୀନତା ପାଇବା ପରେ ଭାରତର ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରଚେଷ୍ଟାରେ ୫୬୫ଟି ଗଡ଼ଜାତ ରାଜ୍ୟ ଭାରତରେ ମିଶିଲେ।
ସେତେବେଳେ କଶ୍ମୀରର ଶାସକ ଥିଲେ ମହାରାଜା ହରି ସିଂହ। ସେ ଭାରତ କିମ୍ବା ପାକିସ୍ତାନରେ ନ ମିଶି ସ୍ବାଧୀନ ରହିବାକୁ ଇଚ୍ଛା କରିଥିଲେ। ସେ ନିଜ ଦେଶକୁ ପ୍ରାଚ୍ୟର ସୁଇଜରଲାଣ୍ଡ କରିବା ପାଇଁ ଚାହିଁଥିଲେ ଏବଂ ସୁଇଜରଲାଣ୍ଡ ଭଳି କଶ୍ମୀରକୁ ପୃଥିବୀର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କରିବାର ସ୍ବପ୍ନ ଦେଖିଥିଲେ। କୌଣସି ଦେଶ ସହ ନ ମିଶିବାର କାରଣ ଭାବେ କୁହାଗଲା ଯେ ଭାରତରେ ମିଶିଲେ ଏହାର ସଂଖ୍ୟାବହୁଳ ମୁସ୍‌ଲିମ ନାଗରିକମାନେ ଅସନ୍ତୁଷ୍ଟ ହେବେ ଏବଂ ପାକିସ୍ତାନରେ ମିଶିଲେ ଅଳ୍ପସଂଖ୍ୟକ ହିନ୍ଦୁ ଓ ଶିଖ୍‌ମାନେ ହଇରାଣ ହେବେ। କିନ୍ତୁ ୧୯୪୭ ମସିହା ଅକ୍ଟୋବରରେ ସବୁକିଛି ଓଲଟପାଲଟ ହୋଇଗଲା। ପାକିସ୍ତାନର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର କେତେଜଣ ପାଶ୍ଚୁନ ଜନଜାତି କଶ୍ମୀର ଆକ୍ରମଣ କଲେ। ଏହା ପଛରେ ପାକିସ୍ତାନ ସରକାରଙ୍କ ପ୍ରଚ୍ଛନ୍ନ ହାତ ଥିଲା। ଏପରିକି ପାକିସ୍ତାନର ଅନେକ ସୈନ୍ୟ ଛଦ୍ମବେଶରେ ଏହି ଆକ୍ରମଣରେ ସାମିଲ ହୋଇଥିଲେ ଏବଂ ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ଆକବର ଖାଁ ଏହାର ନେତୃତ୍ୱ ନେଇଥିଲେ। ଅକ୍ଟୋବର ଶେଷ ବେଳକୁ ପ୍ରାୟ ପାଞ୍ଚ ହଜାର ଆକ୍ରମଣକାରୀ କଶ୍ମୀରରେ ପ୍ରବେଶ କରିଥିଲେ। ସେମାନେ ତିନି ଦିନ ମଧ୍ୟରେ ମୁଜାଫରବାଦ, ଡୋମେଇ, ଗାରଭି ଓ ଚିନାରି ଅଧିକାର କରି ଉରି ଆଡ଼କୁ ଅଗ୍ରସର ହେଲେ। ସେମାନେ ଅନେକ ଗାଁରେ ନିଆଁ ଲଗାଇ ଲୁଟପାଟ କରିଥିଲେ। ଉରିଠାରେ ସେମାନଙ୍କୁ କଶ୍ମୀର ସେନାର ବ୍ରିଗେଡିୟର ରାଜିନ୍ଦର ସିଂହ ତିନିଶହ ସୈନିକଙ୍କ ସହ ପ୍ରତିରୋଧ କଲେ। ଏଥିରେ ବ୍ରିଗେଡିୟରଙ୍କ ସମେତ ଅଧିକାଂଶ ସୈନ୍ୟ ନିହତ ହେଲେ। କିନ୍ତୁ ସେମାନଙ୍କର ଏହି ସାହସିକ ଲଢ଼େଇ ଯୋଗୁ ମହାରାଜା ହରି ସିଂହଙ୍କୁ ଶ୍ରୀନଗରରୁ ଖସିଯିବା ପାଇଁ ଏବଂ ଭାରତ ସହ ମିଶ୍ରଣ ଚୁକ୍ତି କରିବା ପାଇଁ ସମୟ ମିଳିଗଲା।
୧୯୪୭ ଅକ୍ଟୋବର ୨୪ ତାରିଖରେ ମହାରାଜା ହରି ସିଂହ ସାହାଯ୍ୟ ପାଇଁ ଭାରତ ସରକାରଙ୍କୁ ଜରୁରୀ ଅନୁରୋଧ କଲେ। ତା’ ପରଦିନ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଭି.ପି. ମେନନ୍‌ ଶ୍ରୀନଗର ଯାଇ ମହାରାଜାଙ୍କୁ ସ୍ଥଳପଥରେ ଜମ୍ମୁ ପଠାଇଦେଲେ। ସେତେବେଳକୁ ରାଜପ୍ରାସାଦକୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ସୈନ୍ୟ ମଧ୍ୟ ନ ଥିଲେ। ଅକ୍ଟୋବର ୨୬ ତାରିଖରେ ଭାରତ ସରକାରଙ୍କର ପ୍ରତିରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀନଗରକୁ ଦୁଇ କମ୍ପାନୀ ସୈନ୍ୟ ପଠାଇବା ପାଇଁ ନିଷ୍ପତ୍ତି ନେଲା। ମାତ୍ର ବଡଲାଟ ମାଉଣ୍ଟ ବେଟେନ ଗୋଟିଏ ନିରପେକ୍ଷ ଦେଶକୁ ସେନା ପଠାଇବା ସପକ୍ଷରେ ନ ଥିଲେ। ଏଣୁ ମେନନ୍‌ ଜମ୍ମୁ ଯାଇ ମହାରାଜାଙ୍କୁ ପ୍ରସ୍ତାବ ଦେଲେ ଯେ ଭାରତ ସେନାର ସାହାଯ୍ୟ ପାଇବାକୁ ହେଲେ ଭାରତରେ କଶ୍ମୀରର ମିଶ୍ରଣ କରିବାକୁ ପଡ଼ିବ। ମହାରାଜା ଏଥିରେ ରାଜିହୋଇ ମିଶ୍ରଣ ଚୁକ୍ତିରେ ୧୯୪୭ ଅକ୍ଟୋବର ୨୬ ତାରିଖରେ ଦସ୍ତଖତ କଲେ। ମାତ୍ର ଏଥିରେ କଶ୍ମୀରକୁ କେତେକ ସ୍ବତନ୍ତ୍ର ସୁବିଧା ଦେବା ପାଇଁ ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବକୁ ଅସ୍ଥାୟୀ ଉଲ୍ଲେଖ କରାଯାଇ ଭାରତ ସରକାର ଅକ୍ଟୋବର ୨୭ ତାରିଖରେ ଏହାକୁ ଗ୍ରହଣ କରିନେଲେ। ଏହି ଅସ୍ଥାୟୀ ପ୍ରସ୍ତାବ ୭୨ ବର୍ଷ ପରେ ବର୍ତ୍ତମାନ ହଟିଯାଇଛି।
ଭାରତ ସରକାର ପାକିସ୍ତାନୀ ଆକ୍ରମଣକାରୀଙ୍କଠାରୁ କଶ୍ମୀରକୁ ରକ୍ଷାକରିବା ପାଇଁ ୧୯୪୭ ଅକ୍ଟୋବର ୨୭ ତାରିଖରେ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଦଓ୍ବୋନ ରଣଜିତ ରାୟଙ୍କ ନେତୃତ୍ୱରେ ପ୍ରଥମ ଦଫାରେ ପ୍ରଥମ ଶିଖ୍‌ ରେଜିମେଣ୍ଟର ୧୭ ଜଣ ସୈନିକଙ୍କୁ ପଠାଇଲେ। ଅଧିକାଂଶ ସ୍ଥଳପଥ ଆକ୍ରମଣକାରୀଙ୍କ ଦ୍ୱାରା ଅବରୋଧ ହୋଇଥିବାରୁ ଏବଂ ସମୟ ଅଭାବରୁ ଆକାଶପଥରେ ସୈନ୍ୟମାନଙ୍କୁ ନେବା ଏକମାତ୍ର ବିକଳ୍ପ ଥିଲା। ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅନୁରୋଧରେ ବିଜୁବାବୁ ଡାକୋଟା ବିମାନରେ ସୈନ୍ୟମାନଙ୍କୁ ନେଇ ଶ୍ରୀନଗର ବିମାନଘାଟିରେ ଅବତରଣ କରାଇଥିଲେ। ବିଜୁବାବୁ ଜଣେ ଦୁଃସାହସିକ ପାଇଲଟ ଭାବେ ଜଣା ଥିଲେ ଏବଂ ଏହି କାର୍ଯ୍ୟ ସେ ହିଁ କେବଳ କରିପାରିବେ ବୋଲି ନେହେରୁ ମନେ କରିଥିଲେ। ସେତେବେଳକୁ ଆକ୍ରମଣକାରୀମାନେ ଶ୍ରୀନଗର ବିମାନବନ୍ଦରକୁ ଅଧିକାର କରିଥିଲେ ନା ନାହିଁ, ତାହାର ଖବର ଜଣା ନ ଥିଲା। ଆକ୍ରମଣକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିବା ପାଇଁ ବିଜୁବାବୁ ବିପଜ୍ଜନକ ଭାବେ ବିମାନକୁ ଅତି କମ୍‌ ଉଚ୍ଚତାରେ ଉଡ଼ାଇ ନେଇଥିଲେ। ବିଜୁବାବୁ ସେହିଦିନ ଅନେକଥର ଦିଲ୍ଲୀରୁ ଶ୍ରୀନଗରକୁ ବିମାନ ଚଳାଇ ସୈନ୍ୟମାନଙ୍କୁ ସେଠାକୁ ନେଇଥିଲେ। ଫଳସ୍ବରୂପ ଭାରତୀୟ ସୈନ୍ୟମାନେ ଆକ୍ରମଣକାରୀଙ୍କୁ ଶ୍ରୀନଗର ଦଖଲ କରିବାକୁ ଦେଇ ନ ଥିଲେ ଏବଂ ସେଠାରୁ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ବିଜୁବାବୁଙ୍କ ଯୋଗୁ କଶ୍ମୀର ରକ୍ଷା ପାଇ ଭାରତରେ ମିଶିଲା। ନେହେରୁଙ୍କ ସମେତ ଅନେକ ନେତା ବିଜୁବାବୁଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ। କିନ୍ତୁ ଦୁଃଖର କଥା ଯେ, କଶ୍ମୀର ଯୁଦ୍ଧ ଇତିହାସ ଲେଖିବା ବେଳେ କେହି ବିଜୁବାବୁଙ୍କ ମହାର୍ଘ ଅବଦାନ ସମ୍ବନ୍ଧରେ ଉଲ୍ଲେଖ କରିନାହାନ୍ତି।
ଏବେ ଅନୁଚ୍ଛେଦ ୩୭୦ ହଟିଯିବା ପରେ କଶ୍ମୀର ସର୍ବତ୍ର ଆଲୋଚନାର ବିଷୟ ହୋଇଛି ଏବଂ ଲୋକେ ବିଜୁବାବୁଙ୍କୁ ମନେ ପକାଉଛନ୍ତି। ଏପରିକି ଲୋକ ସଭାରେ ମଧ୍ୟ ତାଙ୍କର ଏହି ସାହସିକ କାର୍ଯ୍ୟର ଆଲୋଚନା ହୋଇଛି। ପ୍ରକୃତ ଅର୍ଥରେ ତାଙ୍କୁ ଭାରତର ଗୋଟିଏ ଅମୂଲ୍ୟ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ।
୭୦, ଲକ୍ଷ୍ମୀବିହାର, ଫେଜ-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?