Posted inଖେଳ

କଳିଙ୍ଗରେ ଓଡ଼ିଶା ଏଫ୍‌ସି-ଗୋଆ ମୁକାବିଲା

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ସିଜନର ଏକ ହେଭିଓ୍ବେଟ ମୁକାବିଲାରେ ବୁଧବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶା ଏଫ୍‌ସି ଓ ଶକ୍ତିଶାଳୀ ଏଫ୍‌ସି ଗୋଆ। ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚରେ ଶତପ୍ରତିଶତ ବିଜୟ ରେକର୍ଡ ବହନ କରୁଛି। ତେଣୁ ଏହି ଧାରା ବଜାୟ ଲକ୍ଷ୍ୟରେ ରହିଛି। ଏଠାରେ କ୍ରମାଗତ ୪ ମ୍ୟାଚ ଜିତିବାପରେ ଜୋସେପ୍‌ ଗୋମ୍ବାଉଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ଗତ ସପ୍ତାହରେ ବେଙ୍ଗାଲୁରୁଠାରେ ୦-୩ ଗୋଲରେ ବେଙ୍ଗାଲୁରୁ ଏଫ୍‌ସି ନିକଟରୁ ପରାଜିତ ହୋଇଥିଲା। ଏବେ ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା ଏଫସି।
ସାଣ୍ଟାନାଙ୍କ ସ୍ଥାନରେ ମାନୁଏଲ
ଓଡ଼ିଶା ଏଫ୍‌ସିର ତାରକା ଷ୍ଟ୍ରାଇକର ଆରିଡାନେ ସାଣ୍ଟାନା ଆହତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ତେଣୁ ତାଙ୍କ ସ୍ଥାନରେ ସ୍ପାନିଶ୍‌ ଫରଓ୍ବାର୍ଡ ମାନୁଏଲ ଓନୁଙ୍କୁ ଓଡ଼ିଶା ଏଫ୍‌ସି ଋଣ ସୂତ୍ରରେ ଆଣିଛି। ୩୨ ବର୍ଷୀୟ ଓନୁ ୨୦୧୯ ସିଜନ ଆରମ୍ଭରେ ବେଙ୍ଗାଲୁରୁ ଏଫସି ଦଳରେ ଯୋଗ ଦେଇଥିଲେ। ଏବେ ସେ ଚଳିତ ସିଜନ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଏଫସି ପକ୍ଷରୁ ଖେଳିବେ। ସାଣ୍ଟାନା ୧୪ ମ୍ୟାଚରୁ ୯ ଗୋଲ ଦେଇ ଓଡ଼ିଶା ଏଫସି ପାଇଁ ମ୍ୟାଚ ବିଜେତା ସାଜିଥିଲେ। ଏବେ ଓନୁ ତାଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ଆଶା ରଖିଛନ୍ତି କୋଚ୍‌ ଗୋମ୍ବାଉ। ଓଡ଼ିଶା ଏଫସି ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଗୋଆ ବିପକ୍ଷରେ ବିଜୟ ହାସଲ କରିପାରିଲେ ଦଳର ଏହି ସ୍ଥାନ ଅଧିକ ମଜଭୁତ ହୋଇଯିବ। ତେବେ ମନେ ପକାଇ ଦିଆଯାଇପାରେ ଯେ, ଚଳିତ ସିଜନର ଟପ୍‌-୩ ଟିମ୍‌ ଏଟିକେ, ଏଫସି ଗୋଆ ଓ ବେଙ୍ଗାଲୁରୁ ଏଫସି ବିପକ୍ଷରେ ଓଡ଼ିଶା ଏଫସି ଏପର୍ଯ୍ୟନ୍ତ ଗୋଲ ଦେବାରେ ସକ୍ଷମ ହୋଇନାହିଁ। ତେଣୁ ଦଳପାଇଁ ଆଗାମୀ ମ୍ୟାଚ ନିଶ୍ଚିତ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।
ଆହତ ଥିବାରୁ ଆଗାମୀ ମ୍ୟାଚରେ ଓଡ଼ିଶା ଏଫସି ପକ୍ଷରୁ ମାର୍କୋସ ଟେବାର ଖେଳିବା ସମ୍ଭାବନା କମ୍‌। ସେହିପରି ଓଡ଼ିଆ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ ଓ କାର୍ଲୋସ ଡେଲ୍‌ଗାଡୋ ୪ ହଳଦିଆ କାର୍ଡ ପାଇସାରିଥିବାରୁ ଆଗାମୀ ମ୍ୟାଚ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ”ଚଳିତ ଲିଗ୍‌ରେ ଗୋଆ ଅନ୍ୟତମ ଶ୍ରେଷ୍ଠ ଦଳ। ସେମାନେ କିପରି ଖେଳନ୍ତି ତାହା ଆମେ ଭଲଭାବେ ଜାଣୁ। ଆମେ ନିଜ ଷ୍ଟାଇଲ୍‌ରେ ଖେଳିବୁ। ଆଗାମୀ ମ୍ୟାଚ ପାଇଁ ଆମେ ପ୍ରସ୍ତୁତ“ ବୋଲି ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ଗୋମ୍ବାଉ।
ଅନ୍ୟପକ୍ଷରେ ଗୋଆ ବାହାର ପରିବେଶରେ କ୍ରମାଗତ ୨ଟି ପରାଜୟ ପରେ ଏହି ମ୍ୟାଚ ଖେଳିବାକୁ ଯାଉଛି। ତେବେ କୋଚ୍‌ ସର୍ଗିଓ ଲୋବେରା ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ। ଦଳ ଅହମଦ ଜାହୋଉଙ୍କ ଅନୁପସ୍ଥିତି ଅନୁଭବ କରିବ। ଏପରି ସ୍ଥିତିରେ ହ୍ୟୁଗୋ ବୌମୋସଙ୍କ ଉପରେ ଅତିରିକ୍ତ ଚାପ ରହିବ। ସେ ଚଳିତ ସିଜନରେ ୬ଟି ଗୋଲ ଦେଇ ସାରିଥିବାବେଳେ ୪ଟି ଗୋଲ ହେବାରେ ସହାୟତା କରିଛନ୍ତି। ଇଡୁ ବେଡିଆ ମଧ୍ୟ ଲାଇନ୍‌-ଅପ୍‌ରେ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ”ଚଳିତ ସିଜନ ସମସ୍ତ ଦଳପାଇଁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏବଂ କଷ୍ଟସାଧ୍ୟ ହୋଇଛି। ଆମ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ। ଆମେ ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର ସହ ଆଇଏସଏଲ ଜିତିବାକୁ ଚାହୁଁଛୁ। ଆମେ ସେହି ଲକ୍ଷ୍ୟରେ ଅଗ୍ରଗତି କରୁଛୁ“ ବୋଲି ଲୋବେରା ପ୍ରକାଶ କରିଛନ୍ତି।
ଇଣ୍ଡିଆନ ସୁପରଲିଗ୍‌
ମ୍ୟାଚ ଆରମ୍ଭ: ରାତି ୭ଟା ୩୦


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?