କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ବର୍ଷ ପୁରିଲା: କମ୍ପାନୀ ବିରୋଧରେ ଗର୍ଜିଲା ବିରୋଧୀ ମଞ୍ଚ

କଳିଙ୍ଗନଗର,୩ା୧(ଡି.ଏନ.ଏ.): ଶିଳ୍ପ କାରଖାନା ପାଇଁ ଭିଟାମାଟି ହରାଇଥିବା ଆଦିବାସୀଙ୍କ ବିକାଶ ବଦଳରେ ବିନାଶ ଘଟିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମି ଅଧିଗ୍ରହଣକୁ ନେଇ ସମ୍ବିଧାନର ଖୋଲା ଉଲ୍ଲଂଘନ କରାଯାଇଛି। ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଯେଉଁ ଆଦିବାସୀମାନେ ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ ସେମାନଙ୍କ ଉପରକୁ ଅମାନବୀୟ ଭାବରେ ଗୁଳିଚାଳନା କରି ୧୩ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତାହତ ପରିବାରବର୍ଗ ଏବେ ବି ବିଭିନ୍ନ ସମସ୍ୟାରେ କାଳାତିପାତ କରୁଛନ୍ତି। ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମିଳିତ ଭାବେ ଗୁରୁବାର କଳିଙ୍ଗନଗର ବୀରଭୂମି ଆମ୍ବଗାଡିଆଠାରେ ବିସ୍ଥାପନ ଜନମଞ୍ଚର ସଭାପତି ଅମର ସିଂ ବାନରାଙ୍କ ଅଧ୍ୟକ୍ଷତାରେ ବିରୋଧୀ ସଂଗ୍ରାମର ଚତୁର୍ଦ୍ଦଶ ବାର୍ଷିକୀ ଶହୀଦ ସ୍ମୃତି ସମାବେଶରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। ଆଦିବାସୀମାନେ ପ୍ରକୃତିକୁ ଭଲପାଇ ପ୍ରକୃତି କୋଳରେ ନିଜର ଜୀବନଜିବିକା ବିତାଇଥାନ୍ତି। କୃଷି ଛାଡ଼ି ଆଜି କାରଖାନାରେ ଠିକାଦାରଙ୍କ ପାଖରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ କେତେକ ମୁଷ୍ଟିମେୟ ଆଦିବାସୀ ନେତା କମ୍ପାନୀଗୁଡ଼ିକର ବୋଲକରା ସାଜି ନିଜର ସ୍ବାର୍ଥ ସାଧନ କରିଛନ୍ତି ବୋଲି ସଭାରେ ମତପ୍ରକାଶ ପାଇଛି।
ଗୁରୁବାର ସକାଳୁ ଦିରି ଦୁଲ୍‌ସୁନୁମ୍‌, ହୟରାଚାମ, ଜାତିସାପା କରିବା ପରେ ଚମ୍ପାକୋଇଲିରୁ ଏକ ଶୋଭାଯାତ୍ରାରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ପୋଷାକ ପିନ୍ଧି ସରକାର ଓ କମ୍ପାନୀ ବିରୋଧରେ ନାରାଦେଇ ବୀରଭୂମିରେ ପହଞ୍ଚିଥିଲେ। ଶହୀଦ ସ୍ତମ୍ଭ ନିକଟରେ ଆଦିବାସୀ ପରମ୍ପରାନୁସାରେ ପୂଜାର୍ଚ୍ଚନା କରି ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ପୋସ୍କୋ ବିରୋଧୀ ଜନମଞ୍ଚର ଆବାହକ ପ୍ରଶାନ୍ତ ପାଇକରାଏ, ଆର୍‌ପିଆଇର ଓଡିଶା ମୁଖ୍ୟ ଅବଦୁଲ ୱାଲି, ସତୀଶ ବିଡିୟୁଇ, ସିନି ସଏ, ସ୍ବର୍ଣ୍ଣଲତା ବାନାର, ଝରଣା ମହନ୍ତ, ଜିତେନ୍ଦ୍ର ଜାମୁଣ୍ଡା, ଲକ୍ଷ୍ମଣ ମୁଛୁ, ନଟି ଅଙ୍ଗରାଇ, ମନିଆ ତିରିଆ, ବାଳ ମୁଛ, ରଚନା ପାଢୀ, ସ୍ବାତୀ ମିଶ୍ର, ବହୁଜନ କ୍ରାନ୍ତିି ମୋର୍ଚ୍ଚାର ସହସଂଯୋଜକ ଭାଇ ରାଠୋର ଏବଂ ବିସ୍ଥାପନ ବିରୋଧୀ ଜନମଞ୍ଚର ସଭାପତି ଅମରସିଂ ବାନରା, ସମ୍ପାଦକ ରବୀନ୍ଦ୍ର ଜାରିକା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ୨୦୦୬ରେ ସରକାର ଓ କାରଖାନା କର୍ତ୍ତୃପକ୍ଷ ମିଶି ଆଦିବାସୀଙ୍କୁ ହତ୍ୟାକରି ତାଙ୍କ ଶବ ଉପରେ କାରଖାନା ପ୍ରତିଷ୍ଠା କରିଛନ୍ତି। ମତ୍ୟୁବରଣ କରିଥିବା ଆଦିବାସୀଙ୍କୁ ସେମାନଙ୍କ କ୍ଷତି ପୂରଣ ଦିଆଗଲା ନାହିଁ। କଟା ହାତ ପାପୁଲିଗୁଡ଼ିକର ଡିଏନ୍‌ଏ ପରୀକ୍ଷା କରି ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇନାହିଁ। ବିସ୍ଥାପିତ କଲୋନୀରେ ରହୁଥିବା ଆଦିବାସୀଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ବିସ୍ଥାପିତ ପରିବାରଙ୍କୁ ତାଲିକାଭୁକ୍ତ କରିବାରେ କାରଖାନା କର୍ତ୍ତୃପକ୍ଷ ଅନିୟମିତତା କରିଛନ୍ତି। କମ୍ପାନୀ ଉପତ୍ାଦନକ୍ଷମ ହୋଇ କୋଟି କୋଟି ଟଙ୍କା ଲାଭ କରୁଥିବାବେଳେ ମୃତାହତ ଓ ବିସ୍ଥାପିତ ପରିବାର ଗୁଡିକୁ ପାୈଷ୍ୟ ପରିବାର ରୂପେ ଗ୍ରହଣ କରି ନାହିଁ। ଅତି କମ୍‌ରେ ୧ଶହ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରି ତାହାର ସୁଧରେ ଉକ୍ତ ପରିବାରଗୁଡ଼ିକୁ ପ୍ରତିପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିବା ପାଇଁ ସଭାରେ ଦାବି ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଥିଲା। କଳିଙ୍ଗନଗର ଅଞ୍ଚଳର ସମସ୍ତ ଛକ ବଜାରରେ ପୋଲିସ ଫୋର୍ସ ମୂତୟନ କରାଯିବା ସହିତ ଏସ୍‌ପି ଚରଣସିଂ ମୀନା ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri