କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ବର୍ଷ ପୁରିଲା: କମ୍ପାନୀ ବିରୋଧରେ ଗର୍ଜିଲା ବିରୋଧୀ ମଞ୍ଚ

କଳିଙ୍ଗନଗର,୩ା୧(ଡି.ଏନ.ଏ.): ଶିଳ୍ପ କାରଖାନା ପାଇଁ ଭିଟାମାଟି ହରାଇଥିବା ଆଦିବାସୀଙ୍କ ବିକାଶ ବଦଳରେ ବିନାଶ ଘଟିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜମି ଅଧିଗ୍ରହଣକୁ ନେଇ ସମ୍ବିଧାନର ଖୋଲା ଉଲ୍ଲଂଘନ କରାଯାଇଛି। ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଯେଉଁ ଆଦିବାସୀମାନେ ଜଳ, ଜମି, ଜଙ୍ଗଲର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ ସେମାନଙ୍କ ଉପରକୁ ଅମାନବୀୟ ଭାବରେ ଗୁଳିଚାଳନା କରି ୧୩ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତାହତ ପରିବାରବର୍ଗ ଏବେ ବି ବିଭିନ୍ନ ସମସ୍ୟାରେ କାଳାତିପାତ କରୁଛନ୍ତି। ବିସ୍ଥାପନ ବିରୋଧୀ ଜନମଞ୍ଚ ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ମିଳିତ ଭାବେ ଗୁରୁବାର କଳିଙ୍ଗନଗର ବୀରଭୂମି ଆମ୍ବଗାଡିଆଠାରେ ବିସ୍ଥାପନ ଜନମଞ୍ଚର ସଭାପତି ଅମର ସିଂ ବାନରାଙ୍କ ଅଧ୍ୟକ୍ଷତାରେ ବିରୋଧୀ ସଂଗ୍ରାମର ଚତୁର୍ଦ୍ଦଶ ବାର୍ଷିକୀ ଶହୀଦ ସ୍ମୃତି ସମାବେଶରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। ଆଦିବାସୀମାନେ ପ୍ରକୃତିକୁ ଭଲପାଇ ପ୍ରକୃତି କୋଳରେ ନିଜର ଜୀବନଜିବିକା ବିତାଇଥାନ୍ତି। କୃଷି ଛାଡ଼ି ଆଜି କାରଖାନାରେ ଠିକାଦାରଙ୍କ ପାଖରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ କେତେକ ମୁଷ୍ଟିମେୟ ଆଦିବାସୀ ନେତା କମ୍ପାନୀଗୁଡ଼ିକର ବୋଲକରା ସାଜି ନିଜର ସ୍ବାର୍ଥ ସାଧନ କରିଛନ୍ତି ବୋଲି ସଭାରେ ମତପ୍ରକାଶ ପାଇଛି।
ଗୁରୁବାର ସକାଳୁ ଦିରି ଦୁଲ୍‌ସୁନୁମ୍‌, ହୟରାଚାମ, ଜାତିସାପା କରିବା ପରେ ଚମ୍ପାକୋଇଲିରୁ ଏକ ଶୋଭାଯାତ୍ରାରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପାରମ୍ପରିକ ପୋଷାକ ପିନ୍ଧି ସରକାର ଓ କମ୍ପାନୀ ବିରୋଧରେ ନାରାଦେଇ ବୀରଭୂମିରେ ପହଞ୍ଚିଥିଲେ। ଶହୀଦ ସ୍ତମ୍ଭ ନିକଟରେ ଆଦିବାସୀ ପରମ୍ପରାନୁସାରେ ପୂଜାର୍ଚ୍ଚନା କରି ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ପୋସ୍କୋ ବିରୋଧୀ ଜନମଞ୍ଚର ଆବାହକ ପ୍ରଶାନ୍ତ ପାଇକରାଏ, ଆର୍‌ପିଆଇର ଓଡିଶା ମୁଖ୍ୟ ଅବଦୁଲ ୱାଲି, ସତୀଶ ବିଡିୟୁଇ, ସିନି ସଏ, ସ୍ବର୍ଣ୍ଣଲତା ବାନାର, ଝରଣା ମହନ୍ତ, ଜିତେନ୍ଦ୍ର ଜାମୁଣ୍ଡା, ଲକ୍ଷ୍ମଣ ମୁଛୁ, ନଟି ଅଙ୍ଗରାଇ, ମନିଆ ତିରିଆ, ବାଳ ମୁଛ, ରଚନା ପାଢୀ, ସ୍ବାତୀ ମିଶ୍ର, ବହୁଜନ କ୍ରାନ୍ତିି ମୋର୍ଚ୍ଚାର ସହସଂଯୋଜକ ଭାଇ ରାଠୋର ଏବଂ ବିସ୍ଥାପନ ବିରୋଧୀ ଜନମଞ୍ଚର ସଭାପତି ଅମରସିଂ ବାନରା, ସମ୍ପାଦକ ରବୀନ୍ଦ୍ର ଜାରିକା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ୨୦୦୬ରେ ସରକାର ଓ କାରଖାନା କର୍ତ୍ତୃପକ୍ଷ ମିଶି ଆଦିବାସୀଙ୍କୁ ହତ୍ୟାକରି ତାଙ୍କ ଶବ ଉପରେ କାରଖାନା ପ୍ରତିଷ୍ଠା କରିଛନ୍ତି। ମତ୍ୟୁବରଣ କରିଥିବା ଆଦିବାସୀଙ୍କୁ ସେମାନଙ୍କ କ୍ଷତି ପୂରଣ ଦିଆଗଲା ନାହିଁ। କଟା ହାତ ପାପୁଲିଗୁଡ଼ିକର ଡିଏନ୍‌ଏ ପରୀକ୍ଷା କରି ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର ହୋଇନାହିଁ। ବିସ୍ଥାପିତ କଲୋନୀରେ ରହୁଥିବା ଆଦିବାସୀଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ବିସ୍ଥାପିତ ପରିବାରଙ୍କୁ ତାଲିକାଭୁକ୍ତ କରିବାରେ କାରଖାନା କର୍ତ୍ତୃପକ୍ଷ ଅନିୟମିତତା କରିଛନ୍ତି। କମ୍ପାନୀ ଉପତ୍ାଦନକ୍ଷମ ହୋଇ କୋଟି କୋଟି ଟଙ୍କା ଲାଭ କରୁଥିବାବେଳେ ମୃତାହତ ଓ ବିସ୍ଥାପିତ ପରିବାର ଗୁଡିକୁ ପାୈଷ୍ୟ ପରିବାର ରୂପେ ଗ୍ରହଣ କରି ନାହିଁ। ଅତି କମ୍‌ରେ ୧ଶହ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରି ତାହାର ସୁଧରେ ଉକ୍ତ ପରିବାରଗୁଡ଼ିକୁ ପ୍ରତିପୋଷଣ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିବା ପାଇଁ ସଭାରେ ଦାବି ହୋଇଛି। ଶାନ୍ତିଶୃଙ୍ଖଳା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଥିଲା। କଳିଙ୍ଗନଗର ଅଞ୍ଚଳର ସମସ୍ତ ଛକ ବଜାରରେ ପୋଲିସ ଫୋର୍ସ ମୂତୟନ କରାଯିବା ସହିତ ଏସ୍‌ପି ଚରଣସିଂ ମୀନା ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri