‘କଳା ଓ ସଙ୍ଗୀତ ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବନ୍ତ,୧୬।୧୦(ସ୍ବ.ପ୍ର.)- କଳା ଓ ସଙ୍ଗୀତର ଯାଦୁକରୀ ପ୍ରଭାବ ରହିଛି। ଏହା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବା ସମ୍ଭବ। ଏଥିଲାଗି ଗ୍ରାମାଞ୍ଚଳର କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଓ ଏହାର ପ୍ରଚାର ପ୍ରସାର ଲାଗି ସେ ଛାତ୍ରୀଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି ବୋଲି ସଙ୍ଗୀତ ଜଗତରେ ବହୁମୁଖୀ ପ୍ରତିଭାର ଅଧିକାରୀ ସୁପରିଚିତ କଳାକାର ନୃସିଂହ କର ମତବ୍ୟକ୍ତ କରିଛନ୍ତି।
ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଚକ୍ରାପାଢୀ ଗ୍ରାମରେ ନୃସିଂହଙ୍କ ଘର । ପିଲାଦିନୁ ସଙ୍ଗୀତ କଳା ପ୍ରତି ଆକୃଷ୍ଟ ହୋଇଥିଲେ। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଯନ୍ତ୍ର ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପରେ ଉକତ୍ଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସହାୟତାରେ ଆଗରପଡାସ୍ଥିତ ଶ୍ରୀ ରଘୁନାଥଜୀଉଙ୍କ ସେବାରେ ନିଯୁକ୍ତି ପାଇବା ସହିତ ଉଚ୍ଚଶିକ୍ଷା ଲାଭ କରିଥିଲେ। ସଙ୍ଗୀତ ବାଦ୍ୟଯନ୍ତ୍ରରେ ଚଣ୍ଡିଗଡ ବିଶ୍ୱ ବିଦ୍ୟାଳୟରୁ ବିଶାରଦ, ଡିପ୍ଲୋମା ଓ ଡିଗ୍ରୀ ହାସଲ କରିଥିଲେ। ଓଡିଶାର ସମସ୍ତ ଆଗଧାଡିର ସଙ୍ଗୀତକାରଙ୍କ ସହ ସଙ୍ଗୀତ ପରିବେଷଣର ସୁଯୋଗ ପାଇବା ସହ ହାରମୋନିୟମ, ତବଲା, ବେହେଲା, ଗୀଟାର, ଇଲେକ୍ଟ୍ରୋନିକ୍ସ କେସିଓ ଆଦି ବାଦ୍ୟ ଯନ୍ତ୍ରରେ ସେ ନିଜ ପ୍ରତିଭା ଫୁଟାଇ ପାରିଛନ୍ତି। ସଙ୍ଗୀତ ମଧ୍ୟମରେ ସାମାଜିକ ସଚେତନା ସୃଷ୍ଟି ଲାଗି ସେ ଗଢିଛନ୍ତି ‘ଲୋକଶକ୍ତି’ ଅନୁଷ୍ଠାନ । ଭାରତ ସରକାରଙ୍କ ସଙ୍ଗୀତ ନାଟକ ବିଭାଗ ଦ୍ୱାରା ମନୋନୀତ ହୋଇ ଓଡିଶାର ବିଭିନ୍ନ ପ୍ରାନ୍ତରେ ସଙ୍ଗୀତ ଓ ପଥପ୍ରାନ୍ତ ନାଟକ ପରିବେଷଣ କରି ପରିବେଶ, ସ୍ବାସ୍ଥ୍ୟ, ନାରୀଶିକ୍ଷା, ଶିଶୁ ଶ୍ରମିକ ଉଚ୍ଛେଦ, ବୃକ୍ଷରୋପଣ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସିଛନ୍ତି। ଏବେ ବିଶ୍ୱ ସ୍ବାସ୍ଥ୍ୟ ସେବା ସଂଘରେ ଯୋଗ ଦେଇ ଯୋଗ ମାଧ୍ୟମରେ ସୁସ୍ଥ ଶରୀର ଗଠନ ଲାଗି ଲୋକଙ୍କୁ ବୁଝାଇଛନ୍ତି।
ନୃସିଂହ କହନ୍ତି, କଳା ଓ ସଙ୍ଗୀତ ମୋ ଜୀବନ। ମନରେ ଯେତେ ଦୁଃଖ ଥିଲେ ମଧ୍ୟ ସଙ୍ଗୀତର ତାଳେ ତାଳେ ତାହା ସ୍ବତଃ ଅପସରି ଯାଇଥାଏ। ସମ୍ବଳ ଅଭାବରୁ ଆଗକୁ ବଢିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇ ଥିଲେ ବି ସେ ସଂଘର୍ଷ ଜାରି ରଖିଛନ୍ତି। ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଇ ସେମାନଙ୍କୁ ସଫଳ କଳାକାର ଭାବେ ଗଢିପାରିଲେ ତାଙ୍କ ଜୀବନ ସାର୍ଥକ ହେବ ବୋଲି କହିଛନ୍ତି ।
ସଙ୍ଗୀତ ସାଧନାକୁ ଆଦରି ନେବା ପରଠାରୁ ସେ ଛୋଟବଡ ଥିଏଟର ଓ ଅପେରା ଗଢିବା ସହ କଳାର ପ୍ରଚାର ପ୍ରସାର ଲାଗି କାର୍ଯ୍ୟ କରି ଆସୁଛନ୍ତି। ଭାରତ ସରକାରଙ୍କ ସଙ୍ଗୀତ ନାଟକ ବିଭାଗ ଦ୍ୱାରା ଯୋଗ୍ୟ ବିବେଚିତ ହୋଇ ‘ଲୋକଶକ୍ତି’ ସଂସ୍ଥା ଜରିଆରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରି ସେ ଯଥେଷ୍ଟ ଆନନ୍ଦ ଅନୁଭବ କରିଛନ୍ତି। ସମ୍ପ୍ରତି ଆଗରପଡା ଅଞ୍ଚଳରେ ଛାତ୍ରୀଛାତ୍ରଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉତ୍ସବରେ ସଙ୍ଗୀତ ପରିବେଷଣ କରି ସେ ସମବେତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥାନ୍ତି। ଶେଷ ଜୀବନ ପର୍ଯ୍ୟନ୍ତ ସେ କଳା ସଙ୍ଗୀତକୁ ନେଇ ଜିଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

NEET Re-Exam ପରୀକ୍ଷାରେ ବଡ଼ ପରିବର୍ତ୍ତନ, ପରୀକ୍ଷା ସମୟ ଅବଧି…..

ନୂଆଦିଲ୍ଲୀ,୧୨।୬: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, NTA କିଛି ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri