କର୍କଟ ରୋଗ୍‌ରେ ପୀଡିତ ରୂପ: ଉଷୋକଷା ଲାଗି ପରହର ଖୁରିଗିନା ମାଜୁଛନ୍‌

ଜାମଟିକ୍ରା, ୨୨।୮ (ଡି.ଏନ.ଏ):  ବରଗଡ଼ ଜିଲା ଅତାବିରା ଏନ୍‌ଏସି ଓ୍ବାର୍ଡ ନମ୍ବର ୧ର ବାସିନ୍‌ଦା ରୂପ ବଗର୍ତ୍ତି(୬୪)। ବଛ୍‌ରେ ଉପରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ସେ ବୁର୍ଲାରେ ଚିକିଛା କରେଇ ଉଷୋକଷା ଖାଉଥିଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ଅତାବିରା ଏନ୍‌ଏସି ଓ୍ବାର୍ଡ ନମ୍ବର ୧ର ରୂପ ବଗର୍ତ୍ତିକଁର ପରିବାର କହେଲେ ଝି’ ଉର୍ମିଲା ଆର ପୁଓ ଜୟକୃଷ୍ଣକୁଁ ନେଇ ତାକର ସଁସାର। ଆପ୍‌ନେ ପରମେ ବଗର୍ତ୍ତି କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ହେଇ ଚିକିଛା ଅଭାବୁ ଆଏଜ୍‌କେ ୭ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। ଜାଗାବାଡ଼ି ଅଭାବୁ ପରିବାରଟା ପରହର ଘରେ ଆଶ୍‌ରେ ନେଇଛନ୍‌। ଝି’ ଉର୍ମିଲା ପରହର ଘରେ ବାସନକୁସନ ମାଜୁଥିଲାବେଲେ ଭାଇ ଜୟକୃଷ୍ଣ କୁଲି ମଜୁରି କରି ପରିବାର ଚଲଉଛନ୍‌। ଏନ୍‌ତାଥି ଫେବୃୟାରୀ ୨୦୧୮ରେ ରୂପର ଦିହିପା ଖରାପ ହେଇଥିଲା। ପରିବାର ଲୋକ୍‌ ତାହାକୁ ବୁର୍ଲା ବଡ଼ ଡାକ୍‌ତରଖାନାରେ ନେଇ ଦେଖେଇଥିଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ଜନାପଡ଼ଲା ଯେ, ରୂପ ତଁଟିରେ କର୍କଟ ରୋଗ୍‌ ହେଇଛେ। ଝି’ପୁଓ ପେଟ୍‌ କାଟି ରଖିଥିବାର ଟଁକା ଖରଚ୍‌ କରି ମା’ର ଚିକିଛା, ଉଷୋକଷା କରି ନିରାଶ ହେଲେ। ଏହେଦେ ସେମାନେ ବି ଉପେ ଶୂଇନ୍‌। ଟଁକା ପଏସା ଅଭାବୁ ମା’ର ଉଚ୍‌ ଚିକିଛା କରବାକେ ସେମାନେ ଅକ୍ଷମ। ଇଆଡ଼େ ତଁଟିରେ କ୍ୟାନସର ହେଇଥିବାର ଲାଗି ରୂପ ଠିକ୍‌ରେ ଖାଇପିଇ ନାଇଁ ପାରବାର। ଚିକିଛା, ଉଷୋକଷା ଅଭାବୁ ଦିନୁଦିନ୍‌କେ ରୂପର ଦିହିପା ବିଗିଡ଼ବାରେ ଲାଗିଛେ। ଉଷୋକଷାର ପଏସା ବାହାର କରବାର ଲାଗି ରୂପ ପରହର ଖୁରିଗିନା ମାଜୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନ କାର୍ଡରେ ପରିବାରକେ ମିଲୁଥିବାର ମାସିକ ୧୫ କେ.ଜି. ଚାଉଲ ଆର ରୂପ ପାଉଥିବାର ୫ଶହ ଟଁକା ବିଧବା ଭତା। ନିଜର ଜାଗାବାଡ଼ି ନାଇଁଥିବାର ଲାଗି ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ଝି’ପୁଓ ଟଁକା ପଏସା ଅଭାବୁ ମା’ର ଚିକିଛା କରେଇ ନାଇଁପାରି ଭଗବାନ ଭରସାରେ ରହିଛନ୍‌। ଏନ୍‌ତାଥି ଝି’ ଉର୍ମିଲା ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ଜିଲା ଆର ଥାନୀୟ ପରଶାସନକେ ମା’ର ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri