Posted inଖେଳ

‘କରୋନାକୁ ହରାଇବାରେ କ୍ରୀଡ଼ା ସହାୟକ ହୋଇପାରେ’

ନୂଆଦିଲ୍ଲୀ, ୨୩।୬-କରୋନା ଭାଇରସ ସଂକ୍ରମଣ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଔଷଧ ବାହାରି ନ ଥିବାରୁ କରୋନା ବିପକ୍ଷ ଲଢ଼େଇରେ ବିଜୟ ହାସଲ ପାଇଁ କ୍ରୀଡ଼ା ସହାୟତା କରିପାରେ ବୋଲି ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ପ୍ରକାଶ କରିଛନ୍ତି। ସମସ୍ତେ ନିଜ ଜୀବନ ଶୈଳୀରେ କିଛିନା କିଛି ଶାରୀରିକ କାର୍ଯ୍ୟକଳାପ ସାମଲ କରିବା ଆବଶ୍ୟକ ବୋଲି ସିନ୍ଧୁ କହିଛନ୍ତି। କରୋନା ଭାଇରସ ସଂକ୍ରମଣରେ ବିଶ୍ୱରେ ୮.୫ ମିଲିଅନ ଲୋକ ସଂକ୍ରମିତ ହୋଇଥିବାବେଳେ ୪୫୦,୦୦୦ ଲୋକଙ୍କର ପ୍ରାଣ ଗଲାଣି।
”କରୋନା ଭାଇରସ ପାଇଁ ଔଷଧ କିମ୍ବା ନିର୍ଦ୍ଧିଷ୍ଟ ଚିକିତ୍ସା ବାହାରି ନ ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଜରୁରୀ ହୋଇ ପଡ଼ିଛି। ତେଣୁ ଏ କ୍ଷେତ୍ରରେ କ୍ରୀଡ଼ା କିମ୍ବା ଅନ୍ୟ ଶାରୀରିକ କାର୍ଯ୍ୟକଳାପ ନିହାତି ଗୁରୁତ୍ୱପୂର୍ଣ୍ଣ। ଏହି ଯୁଦ୍ଧରେ ବିଜୟ ପାଇଁ କ୍ରୀଡ଼ା ସହାୟତା କରିପାରେ“ ବୋଲି ସୋମବାର ଏଫଆଇସିସିଆଇ ପକ୍ଷରୁ ଆୟୋଜିତ ହେଲ୍‌ଥକେୟାର ଓ ହାଇଜିନ୍‌ ଏକ୍ସପୋ ୨୦୨୦ ଉଦ୍‌ଘାଟନ ଅବସରରେ ସିନ୍ଧୁ ପ୍ରକାଶ କରିଛନ୍ତି। ଭାରତରେ ଏହି ଜୀବାଣୁରେ ୪.୨୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୧୩,୭୦୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୁପାରିସକୁ ମାନିବା ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ କିଛି ସମୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସିନ୍ଧୁ ପ୍ରକାଶ କରିଛନ୍ତି। ହୃଦରୋଗ, ଡାଇବେଟିସ, ଉଚ୍ଚ ରକ୍ତଚାପ, କ୍ୟାନସର ଏବଂ ମାନସିକ ବିଷାଦ ରୋଗରେ ପୀଡ଼ିତ ବ୍ୟକ୍ତି ପ୍ରତି ସପ୍ତାହରେ ଅତିକମ୍‌ରେ ୩୦୦ ମିନିଟ ଆରୋବିକ୍‌ କାର୍ଯ୍ୟକଳାପ କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଆଇପିଏଲ୍‌ ଅଧାରୁ ସ୍ବଦେଶ ଫେରିଯିବେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୫: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳ ପାକିସ୍ତାନ ସହିତ ୪ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri