କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଏମାନେ କିଛି କିଛି ସାହାଯ୍ୟ କରିଥିବା ଦେଖାଯାଇଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ଯୋଦ୍ଧାଙ୍କୁ ଏକ ସରପ୍ରାଇଜ ଗିଫ୍ଟ ଦେଇଥିବା ଜଣାପଡିଛି। ଯେଉଁଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି।

ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଏକ ଟୁଇଟ୍‌ କରି ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଆଲିଆ ପଠାଇଥିବା ସରପ୍ରାଇଜ ଗିଫ୍ଟର ଏକ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ଯେଉଁଥିରେ ରହିଛି ଏକ ଚକୋଲେଟ୍‌ ବାର୍‌, ସ୍ବିଟ ବନ୍‌, ଡ୍ରିଙ୍କ ସହ କିଛି ସ୍ନାକ୍ସ। ଏହାସହ ଉକ୍ତ ବକ୍ସରେ ଏକ କାଗଜରେ ଆଲିଆ ଲେଖିଛନ୍ତି, ‘ଧନ୍ୟବାଦ ଆପଣମାନେ ଯାହା ବି କରୁଛନ୍ତି ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖୁଛନ୍ତି। ଆପଣ ଅସଲ ହିରୋ।’ଏଥିପାଇଁ ଡାକ୍ତର ଶ୍ରୀପଦ ଗଙ୍ଗାପୁରକର ଆଲିଆଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାସହ ଡାକ୍ତର ଲେଖିଛନ୍ତି କରୋନା ସଙ୍କଟ ସମୟରେ ଆପଣଙ୍କ ଏହି ସରପ୍ରାଇଜ ଗିଫ୍ଟ ଖୁବ୍‌ ନିଆରା। ଜଣାପଡିଛି କି ଏହି ସରପ୍ରାଇଜ୍‌ ଗିଫ୍ଟ ଆଲିଆ ମୁମ୍ବାଇରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଛନ୍ତି। ତାଙ୍କର ଏହି କାମ ପାଇଁ ପ୍ରଶଂସକମାନେ ଆଲିଆଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri