କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟ ଦେଇ ଗତି କରି ଆସୁଛନ୍ତି। ସେ ଏବେ ସ୍କଟଲାଣ୍ଡର ଆବେରଡିନ୍‌ରେ ଅଛନ୍ତି ଓ ଟୁଇଟ୍‌ କରି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା କଥା ଜଣାଇଛନ୍ତି। ତୃତୀୟ କ୍ରିକେଟର ଭାବେ ଏନ୍‌କ୍ୱେନି ସଂକ୍ରମିତ ହୋଇଛନ୍ତି। ତାଙ୍କୁ ପୂର୍ବରୁ ପାକିସ୍ତାନର ଜାଫର ସର୍ଫରାଜ ଓ ସ୍କଟଲାଣ୍ଡର ମାଜିଦ୍‌ ହକ୍‌ ମଧ୍ୟ କରୋନା ଭାଇରସ୍‌ରେ ପଜିଟିଭ ବୋଲି ଜଣାପଡିଥିଲା।
ଗତବର୍ଷ ବ୍ରିଟେନ ଚିକିତ୍ସା ପାଇଁ ଗ୍ରେଟ୍‌ ବ୍ରିଟେନ ଯାଇଥିଲି। ୧୦ ମାସ ଧରି ସ୍ନାୟବିକ୍‌ ଅସୁସ୍ଥା କାରଣରୁ ଚିକିତ୍ସିତ ହେଉଥିଲି। ମୋତେ ଟିବି ହୋଇଛି ଓ ମୋ ଲିଭର ମଧ୍ୟ ଫେଲ୍‌ମାରିଛି। ଏବେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି। ମୋ ସହିତ ଏପରି କାହିଁକି ହେଉଛି ତାହା ଜାଣିପାରିନାହିଁ ବୋଲି ଏନ୍‌କ୍ୱେନି ଟୁଇଟ୍‌ କରି ଜଣାଇଛନ୍ତି। ୨୦୧୨ରେ ସେ ଦକ୍ଷିଣ ଆଫ୍ରିକା ପାଇଁ ୧୯ ବର୍ଷରୁ କମ୍‌ ବର୍ଗରେ ଖେଳିଥିଲେ। ଇଷ୍ଟର୍ନ ପ୍ରୋଭିନ୍ସ ପାଇଁ ଖେଳିବାକୁ ସେ ଚୁକ୍ତିବଦ୍ଧ ହୋଇଥିଳେ ଓ ଓ୍ବାରିୟର୍ସ ତରଫରୁ ଫ୍ରାଞ୍ଚାଇଜି କ୍ରିକେଟ ଖେଳିଥିଲେ। ସେ ଆମେରିଡିନସାୟାର ତରପରୁ ପେସାଦାର କ୍ରିକେଟ ଖେଳି ଆସୁଥିଲେ। ଆମେରଡିନ ରୟାଲ ଇନ୍‌ଫର୍ମାରୀରେ ସେ ଇଣ୍ଟୋନସିଭ କେୟାର ୟୁନିଟ୍‌ରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ଜିତିବା ପରେ ଅବସର ନେଲେ ଏହି କ୍ରିକେଟର, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୫।୧୦: ପାକିସ୍ତାନୀ ମହିଳା କ୍ରିକେଟର କାଇନାତ ଇମତିଆଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ଏକ ପୋଷ୍ଟ ମାଧ୍ୟମରେ ସେ ଏହି ଖବର ଜଣାଇ ଲେଖିଥିଲେ,…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?