କରୋନା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏର ଭୂମିକା

ବିଚିତ୍ର ବିଶ୍ୱାଳ

କରୋନା ମହାମାରୀ ଓ ତଜ୍ଜନିତ ସୁଦୀର୍ଘ ଲକ୍‌ଡାଉନ୍‌ ଯୋଗୁ ଦେଶରେ ବେକାରି ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ ହୋଇଯାଇଛି। ଲକ୍ଷ ଲକ୍ଷ ଶ୍ରମିକ, ଛୋଟ ବେପାରୀ, ମୂଲମଜୁରି ଲାଗି ଚଳୁଥିବା ଲୋକମାନଙ୍କ ହାତରେ କାମ ନାହଁି। ଦେଶର ଏକ ସିଂହଭାଗ ଲୋକଙ୍କର କ୍ରୟଶକ୍ତି ଅତ୍ୟନ୍ତ ତଳକୁ ଚାଲିଯାଇଛି। ପରିଣାମସ୍ବରୂପ ଦେଶର ଅର୍ଥନୀତି ଅତ୍ୟନ୍ତ ମାନ୍ଦା ଅବସ୍ଥାରେ। ଏପରି ପରିସ୍ଥିତିରେ ସରକାର ଓ ସାଧାରଣ ଲୋକମାନେ ତ୍ରାଣକର୍ତ୍ତା ଭାବେ ଯାହା ଉପରେ ମୁଖ୍ୟତଃ ନିର୍ଭର କରୁଛନ୍ତି, ତାହା ହେଉଛି ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍‌’ ଅର୍ଥାତ୍‌ ଏମ୍‌ଜିଏନ୍‌ଆର୍‌ଇଜିଏ। ପ୍ରବାସରୁ ଫେରିଥିବା ତଥା କାମଦାମ ହରେଇ ବେକାର ହୋଇଯାଇଥିବା ଲୋକମାନଙ୍କୁ କାମ ଯୋଗେଇ ଗ୍ରାମୀଣ ଅର୍ଥନୀତିକୁ ସଚଳ କରିବା ପାଇଁ ସରକାର ବତ୍ତର୍ର୍ମାନ ମୁଖ୍ୟତଃ ଏମ୍‌ଜିଏନ୍‌ଆର୍‌ଇଜିଏ ଉପରେ ନିର୍ଭର କରୁଛନ୍ତି। ଏହା ସରକାରଙ୍କ ଭିନ୍ନ ଭିନ୍ନ ଘୋଷଣାରୁ ଜଣାପଡ଼ୁଛି। ପ୍ରଧାନମନ୍ତ୍ରୀ ମୋଦି କରୋନା ପାଇଁ ଯେଉଁ ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି ସେଥିରେ ଏମ୍‌ଜିଏନ୍‌ଆର୍‌ଇଜିଏ ପାଇଁ ୧.୦୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି।
ଆମେ ସାଧାରଣତଃ ଦେଖିଛୁ ଯେ, ସରକାର ଜନ ଆନ୍ଦୋଳନ ବା ନାଗରିକ ସମାଜ ଆନ୍ଦୋଳନକୁ ଆଦୌ ଭଲ ଦୃଷ୍ଟିରେ ଦେଖନ୍ତି ନାହଁି। ଆନ୍ଦୋଳନକୁ ପ୍ରାଣପଣେ ଦମନ କରିବା ବା ପଥଭ୍ରଷ୍ଟ କରିବା ସରକାରଙ୍କ ମୁଖ୍ୟ ଏଜେଣ୍ଡା ହୋଇଥାଏ। କିନ୍ତୁ ବତ୍ତର୍ର୍ମାନ ଦେଖାଯାଉଛି ଯେ, ନାଗରିକ ସମାଜ ଆନ୍ଦୋଳନର ଏକ ‘ଉପତ୍ାଦ’ ଉପରେ ଏହି କରୋନା ବିପତ୍ତି ସମୟରେ ସରକାର ସମ୍ପୂର୍ଣ୍ଣରୂପେ ଆସ୍ଥା ପ୍ରକଟ କରିଛନ୍ତି। ନାଗରିକ ସମାଜ ଆନ୍ଦୋଳନର ସେହି ଉପତ୍ାଦ ହଁି ସାରା ଦେଶକୁ ଏହି ବେକାରି ଓ ଅର୍ଥନୈତିକ ମାନ୍ଦାବସ୍ଥାର ସଂକଟରୁ ଅନେକାଂଶରେ ଉଦ୍ଧାର କରିପାରିବ ବୋଲି ଅର୍ଥନୀତିଜ୍ଞ ଓ ରାଜନୀତିଜ୍ଞମାନେ ମତ ଦେଉଛନ୍ତିି। ସେହି ନାଗରିକ ସମାଜର ଆନ୍ଦୋଳନର ଉପତ୍ାଦଟି ହେଉଛି ଏମ୍‌ଜିଏନ୍‌ଆର୍‌ଇଜିଏ। ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୫ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏ ପ୍ରଣୟନ ହୋଇଥିଲା। ସେତେବେଳେ ଏହି ଆଇନ୍‌କୁ ଏକ ଐତିହାସିକ କ୍ରାନ୍ତିିକାରୀ ଆଇନ୍‌ କୁହାଯାଉଥିଲା। କାରଣ ପ୍ରଥମ ଥର ପାଇଁ ଏହି ଆଇନ୍‌ ମାଧ୍ୟମରେ ଦେଶର ଗରିବ ଲୋକଙ୍କ ପାଇଁ ୧୦୦ ଦିନର କର୍ମନିଯୁକ୍ତି ନିଶ୍ଚିତ କରାଯାଇଥିଲା। ଲୋକମାନେ କାମ ମାଗିଲା ମାତ୍ରେ କାମ ପାଇବେ ବୋଲି ଏହି ଆଇନ୍‌ରେ କୁହାଗଲା। ଲୋକଙ୍କୁ କାମ ଯୋଗାଇବା ସରକାରୀ ବାବୁଙ୍କ ଇଚ୍ଛା ମତେ ନ ହୋଇ ଲୋକଙ୍କ ଇଚ୍ଛାରେ ହେବ ବୋଲି ଏହି ଆଇନ୍‌ରେ ସ୍ପଷ୍ଟ କୁହାଯାଇଥିଲା, ଯାହା କି ଆମ ଦେଶରେ ଏକ ଐତିହାସିକ ପରିବର୍ତ୍ତନର ସଂକେତ ଦେଇଥିଲା। ଏହି ଐତିହାସିକ ଆଇନ୍‌ଟି କେବଳ ସରକାରଙ୍କ ଯୋଜନା ଅନୁଯାୟୀ ବା ଇଚ୍ଛାରେ ଆସି ନ ଥିଲା। ଲୋକମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତିକୁ ନେଇ ନାଗରିକ ସମାଜ ତରଫରୁ ଦୀର୍ଘଦିନର ଆନ୍ଦୋଳନ ପରେ ସରକାର ଏହି ଆଇନ୍‌ ଆଣିବାକୁ ବାଧ୍ୟ ହୋଇଥିଲେ। ସମସ୍ତଙ୍କ ହାତକୁ କାମ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ବୋଲି ଏହି ଆନ୍ଦୋଳନ ତରଫରୁ ବାରମ୍ବାର ଦାବି କରାଯାଇ ଆସୁଥିଲା। ଅନେକ ବିକ୍ଷୋଭ, ସଭାସମିତି, କାର୍ଯ୍ୟକର୍ତ୍ତାଙ୍କୁ ଜେଲ୍‌ ଆଦି ପରେ ତତ୍କାଳୀନ ସରକାର ନାଗରିକ ସମାଜର ଦାବି ଶୁଣିବାକୁ ବାଧ୍ୟ ହୋଇଥିଲେ ଓ ଲୋକସଭାରେ ନିଶ୍ଚିତ କର୍ମନିଯୁକ୍ତି ଆଇନ୍‌ ପାସ୍‌ ହୋଇଥିଲା। ଏହି ଆଇନ୍‌କୁ ଲେଖିବାରେ ନାଗରିକ ସମାଜର ଅନେକ ସଭ୍ୟଙ୍କର ମଧ୍ୟ ଭୂମିକା ଥିଲା। ସିଧା ଭାଷାରେ କହିଲେ ଏମ୍‌ଜିଏନ୍‌ଆର୍‌ଇଜିଏ ଏକ ସୁଦୀର୍ଘ ନାଗରିକ ସମାଜ ଆନ୍ଦୋଳନର ସୁପରିଣାମ ଥିଲା। ଆଇନ୍‌ ପ୍ରଣୟନ ପରେ ଏଥିରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣି ଏହାକୁ ଆହୁରି ମଧ୍ୟ ଲୋକାଭିମୁଖୀ କରାଯାଇଛି। ଆଜି ଦେଶର ଏହି ଘଡ଼ିସନ୍ଧି ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏ ସବୁଠାରୁ ଉପଯୋଗୀ ଆଇନ୍‌ ଭାବେ ଉଭା ହୋଇଛି। ପ୍ରବାସରୁ ଫେରିଥିବା ଶ୍ରମିକମାନଙ୍କ ହାତକୁ କାମ ଯୋଗେଇ ଦେବା ପାଇଁ ଆମ ରାଜ୍ୟ ଓଡ଼ିଶାରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ୬୬୪୦ କୋଟି ଟଙ୍କା ଖର୍ଚ୍ଚ କରି ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କରୋନାର ଏହି ବିପଦ ସମୟରେ ସଂପ୍ରତି ସମସ୍ତଙ୍କ ମୁହଁରେ ଏମ୍‌ଜିଏନ୍‌ଆର୍‌ଇଜିଏର କଥା ହଁି ଶୁଣାଯାଉଛି। ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଜନଆନ୍ଦୋଳନ ବା ନାଗରିକ ସମାଜ ଆନ୍ଦୋଳନକୁ ସରକାରମାନେ ଆଦୌ ଅଣଦେଖା କରିବା ଉଚିତ ନୁହେଁ। ଆନ୍ଦୋଳନ ସବୁବେଳେ ଦୀର୍ଘକାଳୀନ ଭିତ୍ତିରେ ଲୋକଙ୍କ ହିତରେ ହଁି ଥାଏ। ଆନ୍ଦୋଳନକୁ ସକାରାତ୍ମକ ଭାବେ ଅନୁଧ୍ୟାନ କରି କାମରେ ଲଗେଇବା ଗଣତନ୍ତ୍ର ରାଷ୍ଟ୍ରର ଶାସକଙ୍କ ଦାୟିତ୍ୱ ହେବା ଉଚିତ। ‘କାମର ଅଧିକାର’ ଆନ୍ଦୋଳନକୁ ସେଦିନ ଯଦି ସରକାର ଅଣଦେଖା କରିଥାନ୍ତେ ଓ ଏମ୍‌ଜିଏନ୍‌ଆର୍‌ଇଜିଏ ପରି ଏକ ଆଇନ୍‌ ଆମ ଦେଶରେ ନ ଥାନ୍ତା, ତେବେ ବର୍ତ୍ତମାନ ଏତେ ଲୋକଙ୍କୁ କାମ ଯୋଗେଇବା ପାଇଁ ସରକାର କ’ଣ କରିଥାନ୍ତେ!
ଦୁର୍ଭାଗ୍ୟର ବିଷୟ ଯେ, କିଛି ବର୍ଷ ହେବ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏକୁ ଦୁର୍ବଳ କରିବାରେ ଲାଗି ପଡିଥିତ୍ଲେ ଓ ଏଥିପାଇଁ ବଜେଟ୍‌ରେ କମ୍‌ ଅର୍ଥ ବ୍ୟବସ୍ଥା କରିବା ଲକ୍ଷ୍ୟ କରାଯାଉଥିଲା। କିନ୍ତୁ ଆଜି ସରକାର ନିଶ୍ଚିତ ଭାବେ ଏମ୍‌ଜିଏନ୍‌ଆର୍‌ଇଜିଏର ମହତ୍ତ୍ୱକୁ ବୁଝୁଥିବେ ଓ ଏହା ଦେଶର କୋଟି କୋଟି ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ଯୋଗେଇବା ପାଇଁ କେତେ ଉପଯୋଗୀ ଅନୁଭବ କରୁଥିବେ।
ବତ୍ତର୍ର୍ମାନର ଏହି ଅର୍ଥନୈତିକ ମାନ୍ଦାବସ୍ଥା ଓ ବେକାରି ପରିସ୍ଥିତିରେ ଯଦି ଠିକ୍‌ଭାବେ ଏମ୍‌ଜିଏନ୍‌ଆର୍‌ଇଜିଏକୁ ତୃଣମୂଳ ସ୍ତରରେ ପ୍ରୟୋଗ କରାଯିବ, ତେବେ ନିଶ୍ଚିତ ଭାବେ ଲୋକମାନେ କାମ ପାଇବେ ଓ ଉପଯୁକ୍ତ ରୋଜଗାର ପାଇବେ। ଲୋକମାନେ ରୋଜଗାର ପାଇବା ଅର୍ଥ କ୍ଷୁଧା ଓ ଦାରିଦ୍ର୍ୟ ହଟିବ ଓ ସେମାନଙ୍କର କ୍ରୟଶକ୍ତି ବୃଦ୍ଧି ପାଇବ। ଲୋକମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଲେ ଦୁର୍ବଳ ହୋଇପଡ଼ିଥିବା ଅର୍ଥନୀତିରେ ଜୀବନ ଫେରିବ। ତେଣୁ ତୃଣମୂଳ ସ୍ତରରେ ଏହି ଆଇନ୍‌ କିପରି ଗୁରୁତ୍ୱର ସହିତ ଓ ସଚ୍ଚୋଟତାର ସହିତ ପ୍ରଣୟନ ହୋଇପାରିବ, ତାହା ସଂପ୍ରତି ସରକାରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ। ପ୍ରବାସରୁ ଫେରିଥିବା ଅନେକ ଶ୍ରମିକଙ୍କୁ ଠିକ୍‌ ଭାବେ କାମ ଯୋଗେଇ ଦେବା ପାଇଁ ସରକାରଙ୍କୁ ବ୍ୟବସ୍ଥା କରିବାକୁ ପଡ଼ିବ। ଅନେକ ପ୍ରବାସୀ ଶ୍ରମିକଙ୍କ ପାଖରେ ଜବ୍‌ କାର୍ଡ ନାହଁି। ସେମାନଙ୍କୁ ଯଥାଶୀଘ୍ର ଜବ୍‌ କାର୍ଡ ଯୋଗେଇ ଦେବା ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ। ଏତଦ୍‌ବ୍ୟତୀତ ଗାଁଠାରୁ ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ କାମ ଯୋଗେଇ ଦେବା, କାର୍ଯ୍ୟ ସ୍ଥଳୀରେ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବା, ବ୍ୟକ୍ତିଗତ ସମ୍ବଳ ସୃଷ୍ଟି କରିବା ପାଇଁ କାମ ଯୋଗେଇ ଦେବା, ଜମିର ଉନ୍ନତୀକରଣ କରିବା, ଗୃହପାଳିତ ପଶୁଙ୍କ ପାଇଁ ଗୁହାଳ ତିଆରି କରିବା, ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକାର ଛୋଟ ଛୋଟ ପ୍ରକଳ୍ପ ଆଦି କରିବା ଲାଗି ସରକାର ଏମ୍‌.ଜି.ଏନ.ଆର.ଇ.ଜି.ଏ. ମାଧ୍ୟମରେ ଲୋକମାନଙ୍କୁ କାମ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିପାରିଲେ ଲୋକମାନଙ୍କୁ କାମ ମିଳିବା ସହିତ ଆହୁରି ଅନେକ ବିକାଶମୂଳକ କାମ ବି ହୋଇପାରିବ, ଯାହା ଲୋକମାନଙ୍କୁ ଆହୁରି ଅଧିକ ରୋଜଗାର ଯୋଗେଇ ଦେବ। ଗତ ମେ ମାସରେ ଅନେକ ସ୍ଥାନରେ ଲକ୍‌ଡାଉନ୍‌ ଥିବା ସତ୍ତ୍ୱେ ବି ସମଗ୍ର ଦେଶରେ ୨.୧୯ କୋଟି ଲୋକ ଏମ୍‌.ଜି.ଏନ.ଆର.ଇ.ଜି.ଏ. ଅଧୀନରେ କାମ ମାଗିଛନ୍ତି। ଏହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ। ଏଥିରୁ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଗୁରୁତ୍ୱ ବୁଝି ହେଉଛି। ସାଧାରଣ ସମୟରେ ଏମ୍‌.ଜି.ଏନ.ଆର.ଇ.ଜି.ଏ.ର ଯେତିକି ଗୁରୁତ୍ୱ ଥିଲା ବର୍ତ୍ତମାନ କରୋନାର ବିପତ୍ତି ସମୟରେ ଏହି ଆଇନର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri