କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି

ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରଞ୍ଜନ ସାହୁ ଦିନିକିଆ ଜିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପୂର୍ବାହ୍ନରେ ଆରଡିସି ଜିଲାପାଳଙ୍କ ପ୍ରକୋଷ୍ଠରେ ସମୀକ୍ଷା କରି ଖୋଲା ଯାଇଥିବା ମୋଟ ୧୬୨ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଆବଶ୍ୟକ ଶଯ୍ୟା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଜିଲାରେ ୬୦ହଜାର ୮୪୧ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୪ହଜାର ୫୦୦ଶ୍ରମିକଙ୍କୁ ଦେଢ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୧ଟଙ୍କା ମୂଲ୍ୟରେ ୩ ମାସର ଗହମ/ଚାଉଳ ଓ ପରିବାର ପ୍ରତି ୧୦୦୦ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଜଣ ପ୍ରତି ୫ କିଲୋଗ୍ରାମ ଚାଉଳ/ଗହମ ବଣ୍ଟନ ଚାଲିଛି। ରବିବାରଠାରୁ ପରିବାର ପ୍ରତି ମାଗଣାରେ ୧ କିଲୋଗ୍ରାମ ଲେଖାଏଁ ଡାଲି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ମଧ୍ୟାହ୍ନଭୋଜନ ଯାଜନାରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଗ୍ରୀମ ଚାଉଳ, ଡାଲି, ଅଣ୍ଡା ମିଳିଛି କି ନାହିଁ ସାହୁ ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ ଓ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ପରେ ଆରଡିସି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଥିବା ସୋନପୁର ସହରର ସଂସ୍କୃତି ଭବନ, ବିଶିମୁଣ୍ଡା ପଞ୍ଚାୟତର ଡୁଙ୍ଗୁରିପାଲିସ୍ଥିତ କୁଶଳେଶ୍ୱର ହାଇସ୍କୁଲ, ହରଡଖୋଲ ପଞ୍ଚାୟତର ସୁବେଶ୍ୱର ହାଇସ୍କୁଲ ପରିଦର୍ଶନ କରିଥିଲେ। ସରକାରୀ ଆଇଟିଆଇ ପରିସରରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ଏହି ଅବସରରେ ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡା, ଡାକ୍ତର ପ୍ରଦୀପ କୁମାର ଗୁରୁ, ନୋଡାଲ ଅଫିସର ଶର୍ମିଷ୍ଠା ଧଳ, ମ୍ୟୁନିସିପାଲିଟି ଇଓ ସୂର୍ଯ୍ୟାଂଶୁ ରୁଟ୍‌ ଓ ତାରିଣୀ ପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର: ୨୧ରେ ଖୋଲିବ ସ୍କୁଲ

ସମ୍ବଲପୁର,୧୭।୬ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ଭାରପ୍ରାପ୍ତ ଜିଲାପାଳ ସୁଚାରୁ ବଳ ସୂଚନା ଦେଇଛନ୍ତି ।...

ସରିଲା ଖରା ଛୁଟି: କଳାହାଣ୍ଡିରେ ଖୋଲିବ ସ୍କୁଲ

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ): ସରିଲା ଖରା ଛୁଟି। ମଙ୍ଗଳବାରଠାରୁ କଳାହାଣ୍ଡି ଜିଲାରେ ଖୋଲିବ ସ୍କୁଲ। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରହିବ ପାଠ ପଢା।...

ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍‌ପିଙ୍କୁ ପାଛୋଟିନେଲେ

ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ...

କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ...

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌...

ଜମିରେ କରୁଥିଲେ କାମ: ବଜ୍ରପାତରେ ଚାଲିଗଲା ଜୀବନ

କୋରାପୁଟ/ନାରାୟଣପାଟଣା,୧୭।୬(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଲପଗୁଡ଼ା ଗ୍ରାମରେ ସୋମବାର ବର୍ଷା ପବନ ସହ ଘଡଘଡି ହୋଇ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣେ ଚାଷୀଙ୍କ...

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri