Posted inଜାତୀୟ

କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ

ବେଙ୍ଗାଲୁରୁ,୧୯ା୭  :(ପି.ଟି./ଆଇଏଏନ୍‌ଏସ୍‌):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରି ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି। ଏଥିଲାଗି ବିଧାନସଭାରେ ଗୁରୁବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏଥିରେ ସାମିଲ ହୋଇଥିଲେ ଉଭୟ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ଏବଂ ବିରୋଧୀ ଭାଜପା ବିଧାୟକମାନେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଭାଜପା ନେତାମାନେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। ଗୁରୁବାର ହିଁ ଶକ୍ତିପରୀକ୍ଷା କରାଇବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଧାନସଭାରେ ହଟ୍ଟଗୋଳ ଓ ଅଚଳାବସ୍ଥାକୁ ଆଳକରି ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ। ଏହାର ପ୍ରତିବାଦରେ ବିରୋଧୀ ଦଳ ନେତା ବି.ଏସ୍‌. ୟେଦୁରପ୍ପାଙ୍କ ସମେତ ଭାଜପା ବିଧାୟକମାନେ ରାତିସାରା ବିଧାନସଭାରେ ଧାରଣାରେ ବସିବାର ନିଷ୍ପତ୍ତି ନେଲେ। ଶୁକ୍ରବାର ଆସ୍ଥାଭୋଟ କରା ନ ଗଲେ ପରବର୍ତ୍ତୀ ଦୁଇଦିନ ଶନିବାର ଓ ରବିବାର ଛୁଟି ପଡ଼ୁଥିବାରୁ ସୋମବାର ରାଜ୍ୟ ରାଜନୀତି କେଉଁ ଆଡ଼େ ମୁହଁାଇସାରିଥିବ ସେନେଇ ଆକଳନ କରିବା କଷ୍ଟକର।
ବାଚସ୍ପତିଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମେଣ୍ଟ ସରକାର ସପକ୍ଷରେ ଆସ୍ଥାଭୋଟ ପାଇଁ ସଂକ୍ଷିପ୍ତ ପ୍ରସ୍ତାବ ଆଗତ କରିଥିଲେ। ତାଙ୍କ ନେତ୍ୱତ୍ୱାଧୀନ ୧୪ ମାସିଆ ସରକାର ପ୍ରତି ବିଦ୍ରୋହୀ ବିଧାୟକମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି। କର୍ନାଟକର ଘଟଣାକ୍ରମକୁ ସାରା ଦେଶ ଦେଖୁଛି। ଆମକୁ ସତ କହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରସ୍ତାବ ଆଗତ ହେବା ମାତ୍ରେ ଭାଜପା ନେତା ୟେଦୁରପ୍ପା ଛିଡ଼ାହୋଇ କହିଥିଲେ, ଆସ୍ଥାଭୋଟ ପ୍ରକ୍ରିୟା ଦିନକ ମଧ୍ୟରେ ହିଁ ଶେଷ ହେବା ଉଚିତ। ଏହାର ଜବାବରେ କୁମାରସ୍ବାମୀ କହିଥିଲେ, ବିରୋଧୀ ଦଳ ନେତା ତରତର ହେଉଥିବା ଭଳି ମନେହେଉଛି। ସୁପ୍ରିମକୋର୍ଟ ରାୟ ପରିପ୍ରେକ୍ଷୀରେ ହୁଇପ୍‌ ଜାରି କରିବା ନେଇ ବାଚସ୍ପତି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଆସ୍ଥାଭୋଟ ଟାଳିବା ପାଇଁ କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ନେତା ସିଦ୍ଦାରାମାୟା ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ୧୫ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ପ୍ରଭାବିତ ହୋଇ ଅନୁପସ୍ଥିତ ଅଛନ୍ତି। ସିଏଲ୍‌ପି ନେତା ଭାବେ ସେ ଜାରି କରିଥିବା ହୁଇପ୍‌ର ଭାଗ୍ୟ ସମ୍ପର୍କରେ ବାଚସ୍ପତି ଏକ ରୁଲିଂ ଦିଅନ୍ତୁ। ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ଅସାମ୍ବିଧାନିକ ବୋଲି ସିଦ୍ଦାରାମାୟା ଦର୍ଶାଇଥିଲେ। ଏସମ୍ପର୍କରେ ଆଡ୍‌ଭୋକେଟ ଜେନେରାଲଙ୍କ ପରାମର୍ଶ ନେବେ ବୋଲି କହି ବାଚସ୍ପତି ମଧ୍ୟାହ୍ନଭୋଜନ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ। ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ଶାସକ ଓ ବିରୋଧୀ ସଦସ୍ୟ ହୁଇପ୍‌ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ଭାଜପା ନେତାମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବା ପରେ ଭଜୁଭାଇ ଭାଲାଙ୍କ ବାର୍ତ୍ତାକୁ ବାଚସ୍ପତି ଗୃହରେ ପଢ଼ି ଉପସ୍ଥିତ ସଦସ୍ୟଙ୍କୁ ଶୁଣାଇଥିଲେ। ସେପଟେ ସରକାର ଭାଙ୍ଗିବା ପାଇଁ ବିଧାୟକ ଶ୍ରୀମନ୍ତଙ୍କୁ ଭାଜପା ଅପହରଣ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଥିଲା। ତାଙ୍କୁ ଅପହରଣ ପରେ ଏକ ସ୍ବତନ୍ତ୍ର ବିମାନରେ ମୁମ୍ବାଇ ନେଇ ଜବରଦସ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାର ପ୍ରମାଣ ଦିଆଯିବ ବୋଲି ବରିଷ୍ଠ ମନ୍ତ୍ରୀ ଡି.କେ. ଶିବକୁମାର କହିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଗୃହକାର୍ଯ୍ୟ ବିଳମ୍ବିତ କରାଯାଉଥିବା ଅଭିଯୋଗ ଆଣି ଭାଜପା ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହାକୁ ନେଇ ବାଚସ୍ପତି ଓ ଭାଜପା ସଦସ୍ୟ ମଧୁସ୍ବାମୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଗୃହକୁ ଘଣ୍ଟାକ ପାଇଁ ସ୍ଥଗିତ କରାଯାଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ୩ ଥର ସ୍ଥଗିତ ହେବା ପରେ ମଧ୍ୟ ସ୍ବାଭାବିକ ଅବସ୍ଥା ନ ଆସିବାରୁ ସନ୍ଧ୍ୟାରେ ବାଚସ୍ପତି ବିଧାନସଭାକୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ହେଲେ ଆସ୍ଥାଭୋଟ ନେଇ ବିତର୍କ ହୋଇପାରି ନ ଥିଲା। ନିଜ ସପକ୍ଷରେ ୧୦୫ ଏବଂ ଶାସକ ମେଣ୍ଟ ନିକଟରେ ୧୦୦ରୁ କମ୍‌ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ୟେଦୁରପ୍ପା ଏହାକୁ ବିରୋଧ କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ସେ ଓ ଭାଜପା ସଦସ୍ୟମାନେ ରାତିସାରା ବିଧାନସଭାରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କଂଗ୍ରେସ ବିଧାୟକ ଶ୍ରୀମନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ତାଙ୍କୁ କେହି ଅପହରଣ କରିନାହାନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri