କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀରକିଶୋର ଦାଶ),୨୩ା୨: କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ ଚିଠି (ନଂ. ୨୧୧୨/୨୨ ଜାନୁଆରୀ ୨୦୨୪) ଯୋଗେ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପଡ଼ା ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ୟାମେରାରେ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଧରାପଡ଼ିଥିଲା। ଜଣେ ଛାତ୍ରୀ କପି ନେବା ଜଣାପଡ଼ିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସ୍ବର୍ଣ୍ଣଲତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଇଡ଼ିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଏବଂ ସୁପରିଚାଳନା ହେଉ ନ ଥିବାରୁ ଏନ୍‌କେ ହାଇସ୍କୁଲ, ବାରାହାଟିପୁରା ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ହଳଧରପୁର ସ୍କୁଲର କୁଅଁର ସିଂ ମୁଣ୍ଡା, ଘଟଗାଁ ତାରିଣୀ ହାଇସ୍କୁଲର କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ଏନ୍‌କେ ହାଇସ୍କୁଲ ବାରାହାଟିପରା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଦେହୁରୀପଶି ଏସ୍‌ଏସ୍‌ଟି ହାଇସ୍କୁଲର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଘଟଗାଁ ତାରିଣୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍‌ସି ବିଦ୍ୟାପୀଠ ନନ୍ଦିପଦା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜୟକୃଷ୍ଣ ମିଶ୍ରଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ଜେପି ଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଏମ୍‌ସି ବିଦ୍ୟାପୀଠ ନନ୍ଦିପଦାର ସହକାରୀ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଣସେଚିତ ଜମି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବରି; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ଚମ୍ପତ ରାୟଙ୍କୁ କ୍ଲିନ୍‌ଚିଟ୍‌: ପ୍ରସାଦ ଚୋରି ଘଟଣାରେ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତ ଦଳ (SIT)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବତନ ମହାସଚିବ ଚମ୍ପତ…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ମନ ନିୟନ୍ତ୍ରଣ ରଖିଲେ ନିଶାକୁ ଦୂରେଇ ହେବ: ନିଶାମୁକ୍ତ ଭାରତ ଲକ୍ଷ୍ୟ

ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ନିଶାମୁକ୍ତ ଭାରତ’ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ଭିକ୍ଷା ମାଗି ପାରିବେନି ପାକିସ୍ତାନୀ, ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ପାକିସ୍ତାନ ହଜ ଏବଂ ଉମରା ପାଇଁ ସାଉଦି ଆରବକୁ ଯାଉଥିବା ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରିଛି। ପାକିସ୍ତାନୀ ଦୂତାବାସ ଭିକ୍ଷା ମାଗିବା,…

ବିଲକୁ ଯିବା ବାଟରେ ଗୋଡାଇ ଗୋଡାଇ କାମୁଡିଲା ମାଙ୍କଡ଼, ତଳେ ପଡିଯିବାରୁ…..

ଆନନ୍ଦପୁର,୧୮।୮(ସୁଶାନ୍ତ କୁମାର ସାହୁ): ମାଙ୍କଡ଼ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ହେଉଛନ୍ତି ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri