ରୁଷିଆ ଉପରେ ଆଉ ୫୦୦ କଟକଣା

ଓ୍ବାଶିଂଟନ/ମସ୍କୋ/କିଭ୍‌,୨୪।୨: ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ତୃତୀୟ ବର୍ଷରେ ପଦାର୍ପଣ କରୁଛି। ଏହି ଯୁଦ୍ଧର ପ୍ରଭାବ କେବଳ ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ସୀମିତ ହୋଇ ରହିନାହିଁ। ଯୁଦ୍ଧ ଯୋଗୁ ବଡ଼ ଧରଣର ଭୂରାଜନୈତିକ ପରିବର୍ତ୍ତନ ବିଭିନ୍ନ କ୍ଷେତ୍ରକୁ ବହୁଳ ପ୍ରଭାବିତ କରିଛି। ୨୦୨୨ ଫେବୃଆରୀ ୨୪ରୁ ଅଦ୍ୟାବଧି ଯୁଦ୍ଧରେ ୧୦,୫୮୨ ଲୋକଙ୍କ ମୃତ୍ୟୁ ଘଟିଲାଣି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନିର୍ଦ୍ଦେଶ କ୍ରମେ ୟୁକ୍ରେନ୍‌ ସୀମାରେ ସଂଘର୍ଷରତ ୪୫,୦୦୦ ସୈନ୍ୟ ନିହତ ହେଲେଣି। ୧୪ ନିୟୁତର ଅଧିକ ୟୁକ୍ରେନୀୟ ବିସ୍ଥାପିତ ହୋଇଥିବା ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି। ଜାତିସଂଘ ତଥ୍ୟ ଅନୁସାରେ ୬.୫ ନିୟୁତ ୟୁକ୍ରେନୀୟ ବିଭିନ୍ନ ଦେଶକୁ ଶରଣ ମାଗିଥିବାବେଳେ ୩.୭ ନିୟୁତର ଅଧିକ ଦେଶ ଭିତରେ ବିସ୍ଥାପିତ ହୋଇସାରିଛନ୍ତି। ମସ୍କୋ ଦଖଲ ଦଖଲ କରିଥିବା ଅଞ୍ଚଳରୁ ୟୁକ୍ରେନୀୟ ସୈନ୍ୟ ପ୍ରତ୍ୟାବର୍ତ୍ତନ କରନ୍ତୁ ଏବଂ ସମସ୍ତ କ୍ଷତିର ଭରଣା ରୁଷିଆ କରୁ ବୋଲି କିଭ୍‌ ଚାହୁଁଛି। ଅନ୍ୟପକ୍ଷେ ୟୁକ୍ରେନ୍‌ ଗୋଷ୍ଠୀନିରପେକ୍ଷ ଏବଂ ଅଣଆଣବିକ ମାନ୍ୟତା ସହ ସନ୍ତୁଷ୍ଟ ରହୁ ବୋଲି ରୁଷିଆ କହିଆସୁଛି।
ଆମେରିକା ସମେତ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ୟୁରୋପୀୟ ସଂଘ (ଇୟୁ) ୟୁକ୍ରେନ୍‌କୁ ଦେଇଆସୁଥିବା ଆର୍ଥତ୍କ ତଥା ସାମରିକ ସହାୟତା କିଛି ମାସ ଧରି ସଂକୁଚିତ ହୋଇଆସୁଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସହାୟତା ବଢ଼ାଇବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ୟୁକ୍ରେନ୍‌କୁ ସହୟତା ବୃଦ୍ଧି ନିମନ୍ତେ କଂଗ୍ରେସକୁ ଅନୁରୋଧ କରିଛନ୍ତି। ୟୁକ୍ରେନ୍‌ ଉପରେ ଆକ୍ରମଣକୁ ୨ ବର୍ଷ ପୂରୁଥିବାବେଳେ ଏବଂ ଗତ ସପ୍ତାହରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌୍‌ଙ୍କ ଦୃଢ଼ ସମାଲୋଚକ ବିରୋଧୀ ଦଳ ନେତା ଏଲେକ୍ସି ନାଭାଲ୍‌ନିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଜବାବରେ ଆମେରିକା ଏବଂ ୟୁରୋପୀୟ ସଂଘ (ଇୟୁ) ରୁଷିଆ ଉପରେ ସାନି କଟକଣା ଲଗାଇଛନ୍ତି। ରୁଷିଆ ଓ ଏହାର ଯୁଦ୍ଧାସ୍ତ୍ର ଉପରେ ଆମେରିକା ୫୦୦ରୁ ଅଧିକ ନୂଆ କଟକଣା ଲଗାଇଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ଏହା ଏକାଥରକେ ସର୍ବାଧିକ କଟକଣା। ୫ଟି ସଂଘୀୟ ମାମଲାରେ ରୁଷିଆର ଦ୍ୱିତୀୟ ବୃହତ୍‌ ବ୍ୟାଙ୍କ୍‌ର ମୁଖ୍ୟ ଏବଂ ଅନ୍ୟ ବ୍ୟବସାୟୀ ଓ ସେମାନଙ୍କ ମଧ୍ୟସ୍ଥମାନଙ୍କୁ ଟାର୍ଗେଟ କରାଯିବା ସହ ଅନେକଙ୍କୁ ଗିରଫ କରାଯାଇଛି। ସେହିପରି ରୁଷିଆକୁ ଦ୍ୱୈତ ବ୍ୟବହାର୍ଯ୍ୟ ସାମଗ୍ରୀ ରପ୍ତାନି କରୁଥିବା କେତେକ ବିଦେଶୀ କମ୍ପାନୀ ବିରୋଧରେ ଇୟୁ କଟକଣା ଲଗାଇଛି। ସେମାନେ ରପ୍ତାନି କରୁଥିବା ସାମଗ୍ରୀ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧରେ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ରୁଷିଆର ନ୍ୟାୟ ବିଭାଗ ସଦସ୍ୟଙ୍କ ସମେତ ସ୍ଥାନୀୟ ରାଜନେତା ଓ ଅଫିସରମାନଙ୍କୁ ଇୟୁ ଟାର୍ଗେଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?