କନ୍‌ଭେୟର ବେଲ୍ଟରେ କଞ୍ଚାମାଲ ପରିବହନ କରିବ ଟାଟା ଷ୍ଟିଲ୍‌: ଶେଷ ମୁହୁର୍ତ୍ତରେ ଜନଶୁଣାଣି ସ୍ଥଗିତ

ଯୋଡ଼ା, ୨୭।୯ (ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ଟାଟା ଷ୍ଟିଲ କମ୍ପାନୀ କନ୍‌ଭେୟର ବେଲ୍ଟରେ କଞ୍ଚାମାଲ୍‌ ପରିବହନ କରିବ। ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍‌ ଖଣିଠାରୁ ପୂର୍ବ ଯୋଡ଼ା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ ଲୁହାପଥର କଞ୍ଚାମାଲ ପରିବହନ ପାଇଁ କନଭେୟର ବେଲ୍ଟ ନିର୍ମାଣ ନିମନ୍ତେ ୩.୯୮୦ ପରିମିତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ୨୭ ତାରିଖ ଶୁକ୍ରବାର ଜନଶୁଣାଣି କରାଯିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଯୋଡ଼ା ପୌରପାଳିକା ପକ୍ଷରୁ ପତ୍ର ସଂଖ୍ୟା ୭୦୩୨/୧୦।୯।୨୦୧୯ ରିଖରେ ନୋଟିସ ଜାରି କରାଯାଇଥିଲା। ଏପରିକି ଜନଶୁଣାଣିରେ ଏହି ପ୍ରକଳ୍ପ ପ୍ରଭାବିତ ୧୧, ୧୨, ୧୩ ନଂ ଓ୍ବାର୍ଡବାସୀ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତ୍‌ଜନିତ ସାମାଜିକ ପ୍ରଭାବ ଉପରେ ନିଜ ନିଜର ମତାମତ ରଖିବା ପାଇଁ ମଧ୍ୟ ନୋଟିସ ଜାରି କରାଯାଇଥିଲା। ମାତ୍ର ବିଶେଷ କାରଣରୁ ଶେଷ ମୂହୁର୍ତ୍ତରେ ଉକ୍ତ ଜନଶୁଣାଣିକୁ ସ୍ଥଗିତ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ମାଇନିଂ ଏରିଆ ଟ୍ରକ୍‌ ଓନର ଆସୋସିଏଶନ(ମାଟୋଆ) ପକ୍ଷରୁ ପ୍ରକଳ୍ପ ଓ ଜନଶୁଣାଣି ଉଭୟକୁ ବିରୋଧ କରିବାକୁ ସଜବାଜ ହୋଇଥିବା ଜଣାପଡ଼ିଛି।
ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ବାଂଶପାଣିସ୍ଥିତ ମାଟୋଆ କାର୍ଯ୍ୟାଳୟଠାରେ ସଂଘର ଶତାଧିକ ଗାଡ଼ି ମାଲିକ ଏକତ୍ରିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଉକ୍ତ ବୈଠକରେ ଟାଟା ଷ୍ଟିଲ୍‌ କମ୍ପାନୀ ଖଣ୍ଡବନ୍ଧ ଲୌହ ମାଙ୍ଗାନିଜ୍‌ ଖଣିଠାରୁ ପୂର୍ବ ଯୋଡ଼ା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ କନ୍‌ଭେୟର ବେଲ୍ଟ ଯୋଗେ କଞ୍ଚାମାଲ ପରିବହନ କଲେ ଯେଉଁ ସମସ୍ୟା ଉପୁଜିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଗାଡ଼ିମାଲିକ ସଂଘରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଡମ୍ପର ରେଜିଷ୍ଟ୍ରି ଭୁକ୍ତ ଅଛନ୍ତି। କନଭେୟର ବେଲ୍ଟ ଯୋଗେ କଞ୍ଚାମାଲ ପରିବହନ ହେଲେ ଦୈନିକ କାର୍ଯ୍ୟ ପାଉଥିବା ଉକ୍ତ ଗାଡ଼ିଗୁଡିକ ସମ୍ପୂର୍ଣ୍ଣ ଭାବେ ପରିବହନ କାର୍ଯ୍ୟରୁ ବଞ୍ଚିତ ହେବେ। ଟାଟା ଷ୍ଟିଲ କମ୍ପାନୀର ଏହି ବେଲ୍ଟ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ସର୍ବାଧିକ ଗାଡିମାଲିକ ପ୍ରଭାବିତ ହେବେ ବୋଲି ବୈଠକରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ପ୍ରକଳ୍ପକୁ ବିରୋଧ କରାଯିବ ବୋଲି ମାଟୋଆ ସଂଘର ସଭାପତି ରଞ୍ଜିତ ବାରିକ, ଗାଡି ମାଲିକ ଶୈଳେନ୍ଦ୍ର ଜୋରା, ସରୋଜ ପ୍ରହରାଜ୍‌, ସୋଏବ ଖାଁ, ସଞ୍ଜୟ ପାତ୍ର, ଅମର ମହାକୁଡ, ସତ୍ୟାନନ୍ଦ କାରୁଆ, ମହେଶ ସିଂ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ୧୧,୧୨ ଓ ୧୩ ନଂ ଓ୍ବାର୍ଡର ଅଞ୍ଚଳବାସୀ ପ୍ରଶାନ୍ତ ଆପଟ, ଚତୁର୍ଭୁଜ ପଲେଇ, ଗୁରୁଦେବ ଆପଟ, ମୂରଲି ବେହେରା, ବିଷ୍ଣୁ ବାରିକ, ଅଜୟ ବାରିକ, ଏମ.ଡି ଖାନ୍‌ ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ୨୦୧୪ ମସିହାରେ ଯୋଡା ଫେରୋ ମାଙ୍ଗାନିଜ ପ୍ଲାଣ୍ଟ ନିର୍ମାଣ ପାଇଁ ହୋଇଥିବା ଜନଶୁଣାଣି ବେଳେ କମ୍ପାନୀ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଜନଶୁଣାଣିକୁ ନିଜ ସପକ୍ଷରେ କରାଇ ନେଇଥିଲା ା ମାତ୍ର ଏଯାବତ୍‌ ତାହା ପୂରଣ କରିବାରେ କମ୍ପାନୀ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଣୁ ଟାଟାଷ୍ଟିଲ କମ୍ପାନୀର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ଗ୍ରହଣ କରାଯିବ ନାହିଁ। ଯୋଡା ଖଣି ମଣ୍ଡଳରେ ଥିବା ଅନେକ ଖଣି ଓ ଶିଳ୍ପ କମ୍ପାନୀ ଏଣିକି ଲୁହାପଥରକୁ ସଡକ ପଥରେ ପରିବହନ ନ କରି ଭୂମି ଉପରୁ କନଭେୟର ବେଲ୍ଟ ଜରିଆରେ ପରିବହନ କରିବେ ଏବଂ ଭୂମି ତଳେ ବଡ ବଡ ପାଇପ ଲାଇନ୍‌ ଜରିଆରେ ଜଳ ଏବଂ ଲୁହାପଥରକୁ ମିଶାଇ କାଦୁଅ ପାଣି କରି ପରିବହନ କରିବେ। ଏହାଦ୍ୱାରା ସମ୍ପୂର୍ଣ୍ଣ ରାଜ୍ୟରେ ଟ୍ରକ୍‌ ବ୍ୟବସାୟ ପ୍ରାୟତଃ ବନ୍ଦ ହୋଇଯିବ। ରାଜ୍ୟରେ ଲକ୍ଷାଧିକ ଲୋକ ବେକାର ହୋଇଯିବେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଟାଟାଷ୍ଟିଲ କମ୍ପାନୀର କର୍ପୋରେଟ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ ୨୭ ତାରିଖରେ ହେବାକୁ ଥିବା ଜନଶୁଣାଣି ସ୍ଥଗିତ ହୋଇଛି ା ତେବେ ଏହି ପ୍ରୋଜେକ୍ଟ ଏକ ଟେକ୍ନିକାଲି ପ୍ରୁଭେନ୍‌ ପ୍ରୋଜେକ୍ଟ। ଏହାଦ୍ୱାରା ରାସ୍ତା ଘାଟ ପ୍ରଦୂଷଣ ବହୁ ମାତ୍ରାରେ କମ୍‌ ରହିବ। ଏହାଦ୍ୱାରା ଟ୍ରକ୍‌, ଡମ୍ପର ଗୁଡ଼ିକର କିଛି କ୍ଷତି ହେବ ନାହିଁ। ସେମାନେ ଯେତିକି କାର୍ଯ୍ୟ ପାଉଥିଲେ ସେତିକି କାର୍ଯ୍ୟ ପାଇବେ। ଆଗାମୀ ଦିନରେ କାର୍ଯ୍ୟ କରୁଥିବା ଗାଡି ସଂଖ୍ୟା ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଟାଟାଷ୍ଟିଲ କମ୍ପାନୀ ସିଏସ୍‌ଆର ଆକ୍ଟିଭିଟ୍‌ରେ ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ କରିଛି ଏବଂ ଆଗକୁ ମଧ୍ୟ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି ବୋଲି ଆଚାର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri