କନ୍ଧମାଳରେ ଗଣଶିକ୍ଷା ମନ୍ତ୍ରୀ: ମାଟ୍ରିକ ପରୀକ୍ଷା ଠିକ୍‌ରେ କରିବାକୁ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୬ା୧-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ସମୀକ୍ଷା କରିଛନ୍ତି। ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ରର ଢାଞ୍ଚା ବଦଳିବ। ଛାତ୍ରୀଛାତ୍ରଙ୍କୁ ଏଥିପାଇଁ ଅଭ୍ୟସ୍ତ କରିବାକୁ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆଗୁଆ ପରାମର୍ଶ ଦିଆଯାଇଛି। ଛାତ୍ରୀଛାତ୍ରୀମାନଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରତିଦିନ ୩ ଟିମ୍‌ ଅତର୍କିତ ଭାବେ ଅନ୍ୟାନ୍ୟ କାର୍ଯ୍ୟାଳୟ ସହିତ ବିଦ୍ୟାଳୟ ପରିଦର୍ଶନ କରି ପାଠ ପଢ଼ାଉଛନ୍ତି। ସେମାନେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଉପସ୍ଥିତି, ପିଲାମାନଙ୍କ ଉପସ୍ଥିତି, ମଧ୍ୟାନ୍ନ ଭୋଜନ ଏବଂ ବିଦ୍ୟାଳୟର ସମସ୍ୟା ମଧ୍ୟ ତଦାରଖ କରୁଛନ୍ତି। ତେଣୁ ଗତବର୍ଷର ମାଟ୍ରିକ୍‌ ଫଳାଫଳ ଯେପରି ପୁନରାବୃତ୍ତି ନ ହେବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଜିଲାପାଳ ଡା.ବୃନ୍ଦା ଡି ଜିଲାରେ ଶିକ୍ଷା ବ୍ୟବସ୍ଥା ଏବଂ ନିଆଯାଉଥବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଉକ୍ତ ପଦକ୍ଷେପଗୁଡ଼ିକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜିଲା ଶିକ୍ଷାଧିକାରୀଙ୍କଠାରୁ ଜାଣିବା ପରେ ସେଥିପାଇଁ ଆଗକୁ ପଦକ୍ଷେପ ନିଆଯିବ, ଯେତିକି ଶିକ୍ଷକ ଅଛନ୍ତି ସେମାନେ ଟିକେ ଅଧିକ ପରିଶ୍ରମ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସିଆର୍‌ସିମାନେ ପ୍ରାୟ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଯାଉଛନ୍ତି। ସେମାନେ ଚାହିଁଲେ ପାଠପଢ଼ାରେ ଉନ୍ନତି ଆଣିପାରିବେ। ସେମାନେ ପାଠପଢ଼ା ସହିତ ମଧ୍ୟାହ୍ନ ଭୋଜନର ମାନ ତଦାରଖ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତବର୍ଷ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଏବଂ ପ୍ରଶ୍ନପତ୍ର ରହୁଥିବା ସ୍ଥାନରେ ସିସିଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଏହି ଜିଲାର ୭ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜାନୁୟାରୀ ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ଜିଲାର ମୋଟ ୧୦୦ ବିଦ୍ୟାଳୟରେ ମହିଳା ସ୍ବୟଂ ସହାୟିକ ଗୋଷ୍ଠୀ ଦ୍ୱାରା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏହାକୁ ବଢ଼ାଇବା ପାଇଁ ମନ୍ତ୍ରୀ କହିବା ସହ ଗୋଟିଏ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ଦିନ ଧରି ଥିବା କ୍ଲର୍କମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନିଜସ୍ବ କାର୍ଯ୍ୟାଳୟ ନ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଅଟକଳ ବ୍ୟୟ ସହ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଏଣିକି ଦୂରତାକୁ ଦୃଷ୍ଟିରେ ରଖି କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ ତାହା ଜିଲାପାଳମାନେ ସି୍ଥର କରିବେ ବୋଲି ମନ୍ତ୍ରୀ କହିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦୂରତାକୁ ଦୃଷ୍ଟିରେ ରଖି ଗୋଚ୍ଛାପଡ଼ା ଓ ଚକାପାଦ କିମ୍ବା ବ୍ରାହ୍ମଣପାଦଠାରେ ମହାବିଦ୍ୟାଳୟ ସ୍ଥାପନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସେହିପରି ଜିଲା ପରିଷଦ ସଭାପତି ଆକାଂକ୍ଷା ପ୍ରଧାନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ସ୍କୁଲ୍‌ ଗୁଡ଼ିକରେ ପ୍ରଧାନଶିକ୍ଷକ ବଦଳରେ ପ୍ରଧାନଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri