କଟକ ଯିବାକୁ ଆଠମଲ୍ଲିକବାସୀ ହନ୍ତସନ୍ତ: ୩ ଦିନ ହେଲା ଆସୁନି ‘କୃଷ୍ଣପ୍ରିୟା’

ଆଠମଲ୍ଲିକ,୧।୯(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରଠାରୁ କଟକ ଯିବାକୁ ୩ ଦିନ ହେଲା ଅସୁବିଧା ଭୋଗୁଛନ୍ତି ଲୋକେ। ଦୀର୍ଘଦିନରୁ ଆଠମଲ୍ଲିକ ଉପାନ୍ତ ଅଞ୍ଚଳରୁ ଯାତାୟାତ କରୁଥିବା ‘କୃଷ୍ଣପ୍ରିୟା’ ନାମକ ଏକ ଘରୋଇ ବସ୍‌ ଆଠମଲ୍ଲିକକୁ ଆସୁ ନ ଥିବାରୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏହାକୁ ନେଇ ଅସନ୍ତୁଷ୍ଟ ଆଠମଲ୍ଲିକବାସୀ ଶନିବାର ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ କରିବା ସହ ଆଠମଲ୍ଲିକରୁ ଅନୁଗୋଳ ଯାତାୟାତ କରୁଥିବା ସମସ୍ତ ବସ ସେବାକୁ ବନ୍ଦ କରିଥିଲେ। ଏଥିସହ ଏ ସଂକ୍ରାନ୍ତରେ ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି।
ପ୍ରକାଶ ଯେ, ଆଠମଲ୍ଲିକ ସଦର ମହକୁମାରୁ ପ୍ରାୟ ୨୫ଟି ବସ୍‌ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବାବେଳେ ସେଠାରୁ କଟକ ଯିବା ପାଇଁ ମାତ୍ର ୨ଟି ବସ୍‌ ଚାଲୁଛି। ସେହି ଦୁଇଟି ବସ୍‌ ମଧ୍ୟରୁ ‘କୃଷ୍ଣପ୍ରିୟା’ ବସ୍‌ ଦୀର୍ଘ ୪୦ ବର୍ଷ ହେଲା କଟକ ଯାଉଥିବାରୁ ବହୁ ଲୋକଙ୍କ ସହ ସିଧାସଳଖ ଭାବେ ପରିଚିତ ରହିଛି। ଏହି ବସ୍‌ ସକାଳ ୬ଟାରୁ ଆଠମଲ୍ଲିକରୁ କଟକ ଯାଇଥାଏ। ଫଳରେ କଟକ ଡାକ୍ତରଖାନା ସହ ହାଇକୋର୍ଟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକେ ଏହି ବସ୍‌କୁ ବାଛିଥାନ୍ତି। ଏଥିସହ ଅନେକ ଲୋକ ଏହି ବସ୍‌ ଯୋଗେ ବିଭିନ୍ନ ଜରୁରୀ ତଥା ମୂଲ୍ୟବାନ ସାମଗ୍ରୀ ମଧ୍ୟ ବିଶ୍ୱାସର ସହ କଟକ ଓ ଆଠମଲ୍ଲିକରୁ ପଠାଇଥାନ୍ତି। କିନ୍ତୁ ଏହି ବସ୍‌ ୩ ଦିନ ହେଲା ଆଠମଲ୍ଲିକ ନ ଆସି ଅନୁଗୋଳରେ ହିଁ ରହିଯାଉଛି। ଫଳରେ କଟକରୁ ଆସୁଥିବା ଲୋକେ ଅନ୍ୟ ବସ୍‌ରେ ଅନୁଗୋଳରୁ ଆଠମଲ୍ଲିକ ଫେରୁଛନ୍ତି। ଏଥିସହ ଆଠମଲ୍ଲିକରୁ କଟକ ଯିବାପାଇଁ ଓ ବିଭିନ୍ନ ସାମଗ୍ରୀ ନେବାଆଣିବା ପାଇଁ ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଠମଲ୍ଲିକରୁ ଅନୁଗୋଳକୁ ଯାତାୟାତ କରୁଥିବା ସମସ୍ତ ବସ୍‌ ଚଳାଚଳକୁ ବନ୍ଦ କରିଦେଇଥିଲେ। ତେବେ ଅପରାହ୍ନରେ ବସ୍‌ ସେବା ସ୍ବାଭାବିକ ହୋଇଥିବା ଜଣାପଡିଛି। ଅନୁଗୋଳ ବସ୍‌ଷ୍ଟାଣ୍ଡରୁ ଆଠମଲ୍ଲିକକୁ ଆସିବାକୁ ଯାତ୍ରୀ ହେଉ ନ ଥିବାରୁ ‘କୃଷ୍ଣପ୍ରିୟା’ ଅନୁଗୋଳରେ ରହିଯାଉଥିବା ବସ୍‌ ମାଲିକଙ୍କ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ଆଠମଲ୍ଲିକ ବାସୀ କଟକ ଯିବା ପାଇଁ ଅସୁବିଧା ଭୋଗୁଥିବା ଆଠମଲ୍ଲିକ ଓକିଲ ସଂଘ ପ୍ରକାଶ କରିଛି। ପୂର୍ବରୁ କଟକ ଯାଉଥିବା ୪ଟି ବସ୍‌କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏ ଦିଗରେ ପରିବହନ ବିଭାଗ, ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ଓକିଲ ସଂଘ ସଭାପତି ଦିନେଶ କୁମାର ସିଂ, ଉପସଭାପତି ଜିତେନ୍ଦ୍ର ମୁଖି ପ୍ରମୁଖ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଆଠମଲ୍ଲିକ ବସ୍‌ ସଂଘ ସଭାପତି ସଦାଶିବ ପ୍ରଧାନ କୁହନ୍ତି, କିଛି ଅସୁବିଧା ଯୋଗୁ ସାମୟିକ ଭାବେ କୃଷ୍ଣପ୍ରିୟା ବସ୍‌ ଚଳାଚଳ ବନ୍ଦ ରହିଥିଲା। ରବିବାରଠାରୁ ଏହା ସ୍ବାଭାବିକ ହେବ। ତେବେ ଆଠମଲ୍ଲିକରୁ କଟକ ଯାତାୟାତ ପାଇଁ ରାଜ୍ୟ ସରକାର ବସ୍‌ ଚଳାଚଳର ସୁବିଧା କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ଆରଟିଓ ଧନଞ୍ଜୟ ସେନାପତିଙ୍କୁ ପଚାରିବାରେ କହିଛନ୍ତି, ବସ୍‌ ଚଳାଚଳ ବନ୍ଦ ହେବା ଘଟଣା ବିଷୟରେ ଖବର ନାହିଁ। ଯଦି ଏହା ହୋଇଥାଏ ତେବେ ପରମିଟ୍‌ କାରଣ କିମ୍ବା ଅନ୍ୟ କେଉଁ ସମସ୍ୟା ଯୋଗୁ ଏପରି ଅସୁବିଧା ହୋଇଛି ତାହାର ଅନୁଧ୍ୟାନ କରିବି। ଏ ନେଇ ଟ୍ରାନ୍ସପୋର୍ଟ କମିଶନଙ୍କ ସହ ଆଲୋଚନା କରିବି। ସମାଧାନ ହୋଇ ନ ପାରିଲେ ବିକଳ୍ପ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri