କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା

ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି ଏକାଠି ଫେଣ୍ଟିବା ପରେ ସେବନ କଲେ। ଘଟଣାଟି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆବେଗ ସମ୍ବରଣ କରି ନ ପାରି ତାଙ୍କୁ ଏହାର କାରଣ ପଚାରନ୍ତେ ମୋ କୌତୂହଳକୁ ହାଲ୍‌କା କରି ସେ ବ୍ୟଙ୍ଗାତ୍ମକ ଉତ୍ତରଟିଏ ରଖିଲେ ଆଜ୍ଞା, ଏ ଯୁଗ ପରା କକ୍‌ଟେଲିଙ୍ଗର। ଆପଣ ଦେଖୁନାହାନ୍ତି କି, ଏବେ କିପରି ମଦ୍ୟପାନ ବେଳେ ବିଭିନ୍ନ କମ୍ପାନୀର ଉତ୍ପାଦକୁ ଫେଣ୍ଟାଫେଣ୍ଟି କରି ପାନ କରାଯାଉଛି। ଆଗରୁ ମୁଁ ବିଭିନ୍ନ ପ୍ରକାରର ସାରକୁ ମିଶାଇ ଫସଲରେ ପ୍ରୟୋଗ କରିବାର ଦେଖିଥିଲି। କିନ୍ତୁ ବିଭିନ୍ନ କମ୍ପାନୀର ଗୁଟ୍‌ଖାରେ ଏମିତି କି ପ୍ରଭେଦ ଅଛି ଯେ ତାକୁ ଲୋକେ ମିଶାଇ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ନା ଏଇଟା ଏ ଯୁଗର ଗୋଟେ ଫେଶନ।
ମୋ ଭାବନାରେ ଯବନିକା ଟାଣି ସେ ବୁଝାଇବା ଢଙ୍ଗରେ ବଖାଣିଲେ ଯେ, ଭିନ୍ନ ଭିନ୍ନ ପ୍ରକାରର ପାନୀୟକୁ ଭିନ୍ନ ଭିନ୍ନ ଅନୁପାତରେ ମିଶାଇଲେ ଆପଣଙ୍କ ପସନ୍ଦ ମୁତାବକ ସ୍ବାଦ ଓ ଆମୋଦ ପାଇପାରିବେ, ଯାହା ଗୋଟିଏ ପ୍ରକାରରୁ ମିଳିବା ଅସମ୍ଭବ, ଯେମିତି ପ୍ରଜାପତିଟିଏ ଭିନ୍ନ ଭିନ୍ନ ଫୁଲରୁ ମହୁ ସଂଗ୍ରହ କରିଥାଏ। ସେ ମୃଦୁପାନୀୟ ହେଉ କିମ୍ବା କଡ଼ା ପାନୀୟ ସବୁ କ୍ଷେତ୍ରରେ ଏ ନିୟମ ଲାଗୁ। କାରଣ ବିବାହ, ବ୍ରତ ପରି ସାମାଜିକ ଅନୁଷ୍ଠାନରେ ପିଲାଠୁ ବୁଢ଼ା ସଭିଏଁ ପାନୀୟ ଷ୍ଟଲ୍‌ ପାଖରେ ବିଭିନ୍ନ ପାନୀୟକୁ ଫେଣ୍ଟିକରି ଆକଣ୍ଠ ପାନ କରୁଥିବାର ଦୃଶ୍ୟ ଆଜିକାଲି ଅତି ମାମୁଲି କଥା। ଯେମିତି ବିଭିନ୍ନ ପ୍ରକାରର ଅନ୍ନବ୍ୟଞ୍ଜନ ଓ ବିଭିନ୍ନ କିସମର ଆମିଷକୁ ନିଜ ଇଚ୍ଛାନୁସାରେ ମିଶାଇ ଖାଇବାରେ ଆପଣ ଅପାର ଆନନ୍ଦ ଅନୁଭବ କରନ୍ତି। ଅତଏବ ଏହା ଦୋକ୍‌ତା କି ଗୁଟ୍‌ଖା ସେବନରେ ପ୍ରତିଫଳିତ ହେଲେ କ୍ଷତି କ’ଣ? ବିଭିନ୍ନ ପ୍ରକାର ଫଳକୁ ମିଶାଇ ସାଲାଡ କଲାପରି ଆମେ ବିଭିନ୍ନ ପ୍ରକାର ପରିବାକୁ ମିଶେଇ ଯେଉଁ ନବରତ୍ନ ଘାଣ୍ଟ ତରକାରି କରୁ ତାହା ତ ଆମର ପରମ୍ପରାଗତ। କିନ୍ତୁ ଏ ପ୍ରକାରର ଅଦ୍‌ଭୁତ ମାନସିକତା ଯେ ଆମର ପରିକଳ୍ପନାର ବାହାରେ। ଛୋଟବେଳେ ଦେଖିଛି ଭିକାରିଟିଏ ବାରଦ୍ୱାର ବୁଲି ସଂଗ୍ରହ କରିଥିବା ଚାଉଳକୁ ଏକତ୍ର କଲାପରେ କିମ୍ବା ସେବାୟତଟିଏ ପର୍ବପର୍ବାଣିମାନଙ୍କରେ ଖାଉନ୍ଦମାନଙ୍କ ଘରୁ ସଂଗ୍ରହ କରିଥିବା ପିଠାପଣାର କିଛି ଜାତି ନ ଥାଏ ଏବଂ ଏହି ବିଚିତ୍ର ମିଶ୍ରଣକୁ ଆମେ ପଞ୍ଚୁକୁଳିଆ ଆଖ୍ୟା ଦେଇଥାଉ। ଏବେ ଇଂଲିଶ୍‌ ଭାଷାରେ ତାକୁ କକ୍‌ଟେଲିଙ୍ଗ ବୋଲି କହି ଆମେ ଆମ ଚଳଣିରେ ଏକ ପ୍ରକାରର ସାମିଲ କରିଦେଲୁଣି।
ଯେମିତି ଆମକୁ କିଏ କୁକୁର କହିଲେ ରାଗିଯାଉ ସିନା କିନ୍ତୁ ଓ୍ବାଚ୍‌ ଡଗ୍‌ କି ସ୍ଲମ୍‌ ଡଗ୍‌ କହିଲେ ଖୁସି ହେଉ। ସେଥିପାଇଁ ଆମର କଥିତ ଭାଷାକୁ ମଧ୍ୟ ଶୁଦ୍ଧ ଉଚ୍ଚାରଣ କରିବାକୁ ଆମେ କୁଣ୍ଠିତ। ଅଣଓଡ଼ିଆଙ୍କ ପରି ବଙ୍କେଇ ତେଢ଼େଇ ହିନ୍ଦୀ, ଇଂଲିଶ ମିଶାଇ କହିଲେ ଲୋକେ ଆମକୁ ଶିକ୍ଷିତ ଓ ଆଧୁନିକ ବୋଲି କହିବେ। କିନ୍ତୁ ଆମର ଏହି ପ୍ରଶସ୍ତ ମାନସିକତାର ପ୍ରଭାବ ଯେ ସୁଦୂରପ୍ରସାରି ତାହା କିଏ ଭାବୁଛି। ଅନ୍ୟ ଭାଷାର ଅନୁକରଣରେ ନୂତନ ଶବ୍ଦପୁଞ୍ଜମାନ ସୃଷ୍ଟିକରି ଆମେ ଆମ ଅଭିଧାନକୁ ପୁଷ୍ଟ କରି ଚାଲିଥିବା ବେଳେ ସେପଟେ ଆମର ଭାଷା ଯେ ତା’ର ମୌଳିକତାକୁ ବୁଡ଼େଇବାକୁ ବସିଲାଣି। ଆଜି ଆପଣ ଗୀତଟିଏ ଶୁଣିବାକୁ ଚାହିଁବେ ତ ଇଂରାଜୀ ଛନ୍ଦରେ ଓଡ଼ିଆ ଗୀତ କି ହିନ୍ଦୀ ତାଳରେ ବା ତେଲୁଗୁ ସ୍ବରରେ ସମ୍ବଲପୁରୀ ଗୀତର ବିକୃତ କଣ୍ଠସ୍ବର ଆପଣଙ୍କୁ ଶ୍ରୁତିକଟୁ ମନେହେବ। ଦେଶୀୟ ସଙ୍ଗୀତର ମୌଳିକତା ତଥା ମଧୁର ମୂର୍ଚ୍ଛନାକୁ ପଛରେ ପକାଇ ଆମେ ଯେଉଁ ଅପମିଶ୍ରଣ ସଂସ୍କୃତି ଆଡ଼କୁ ଧାଉଁଛେ, ତାହାର ପରିଣାମ କ’ଣ ହେବ? କହିବା ବାହୁଲ୍ୟ ଯେ, ନାମ ସଂକୀର୍ତ୍ତନ ମଧ୍ୟ ଏଥିରୁ ବାଦ୍‌ ପଡୁନାହିଁ। ବଜାରରେ ଲୋକପ୍ରିୟ ଚଳଚ୍ଚିତ୍ର ଗୀତର ଧୁନ୍‌ରେ ଆମେ ହରିନାମ ମହାମନ୍ତ୍ରକୁ ଗାଉଛୁ। ତାହା ପୁଣି ଭଗବାନଙ୍କ ସମ୍ମୁଖରେ। କଳାକ୍ଷେତ୍ର ମଧ୍ୟ ଏ ପ୍ରକାର ଅପମିଶ୍ରଣରୁ ବାଦ୍‌ ପଡ଼ିନାହିଁ। ଓଡ଼ିଶୀ ନୃତ୍ୟରେ ହିପ୍‌ହପ୍‌ ନୃତ୍ୟକୁ କେତେବେଳେ ପଞ୍ଚ୍‌ କଲୁଣି ତ ପୁଣି କେତେବେଳେ ଲୋକନୃତ୍ୟରେ କାବେରା। ଅନେକ ଗୀତରୁ ପଦୁଟିଏ ଲେଖାଏ ମିଶାଇ ଯେଉଁ ଅଦ୍ଭୁତ ନୃତ୍ୟସଙ୍ଗୀତର ପରିବେଷଣ କରୁଛୁ, ତାହା ଆଜିର ଦର୍ଶକମାନଙ୍କର ଉପଭୋଗ୍ୟ ହୋଇପାରୁଛି ଏବଂ ମାହୋଲକୁ ମସ୍‌ଗୁଲ ରଖୁଛି। ଭିନ୍ନ ଭାଷାଭାଷୀ ନାଟକର ସମ୍ମିଶ୍ରଣ, ଯାତ୍ରା ପରିବେଷଣରେ ଫ୍ୟୁଜନ୍‌, ନୃତ୍ୟ ସଙ୍ଗୀତରେ ବିଚିତ୍ରା ଏସବୁ ଏ ଯୁଗର ସୃଷ୍ଟି। କାରଣ ଏ ପ୍ରଣାଳୀଟି ସହଜସାଧ୍ୟ। ବିଭିନ୍ନ ସ୍ରଷ୍ଟାଙ୍କ ରଚନାକୁ କାଟିଯୋଡ଼ି ଯେଉଁ ନୂତନ ରୂପ ଦିଆଯାଉଛି, ତାହା କିମ୍ଭୂତକିମାକାର ହେଲେ ମଧ୍ୟ ସ୍ବତନ୍ତ୍ର, ଅନନ୍ୟ ଆମ ମତରେ।
ଆଧ୍ୟାତ୍ମିକ ପରିବେଶରେ ମଧ୍ୟ ଏ ଯୁଗର ଆକବରମାନେ ଦିନ୍‌-ଇ-ଲାହୀର ଅନୁସରଣରେ ନୂତନ ଧର୍ମୀୟ ପରମ୍ପରା ସୃଷ୍ଟି କରିସାରିଲେଣି। କ ଧର୍ମର ରଥଯାତ୍ରାକୁ ଖ ଧର୍ମାବଲମ୍ବୀମାନେ ଏକ ଭିନ୍ନ ରୂପ ଦେଇ ପାଳନ କଲାବେଳକୁ ଖ ଧର୍ମର ମହମବତି ଯାତ୍ରାକୁ କ ଧର୍ମୀମାନେ ଅନୁକରଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ଜାନୁୟାରୀ ପହିଲାକୁ ନବବର୍ଷ ଭାବେ ପାଳନ କରିବାର ପ୍ରଚେଷ୍ଟା କିଛି କମ୍‌ କଥା ନୁହେଁ। ଆଜି ଆମେ ପାରମ୍ପରିକ ରଜ ପୋଡ଼ପିଠାକୁ କଣ୍ଟା ଚାମଚରେ ପିଜା ପରି କାଟି ଖାଇବାକୁ ପସନ୍ଦ କରୁଛେ। ହୋଲିରେ ପରସ୍ପର ସହିତ ରଙ୍ଗ ଖେଳିବା ବାହାନାରେ ଏକତ୍ରିତ ହୋଇ କେକ୍‌ କାଟୁଛେ ଆଉ ତାକୁ ନିଜ ନିଜ ଭିତରେ ବୋଳାବୋଳି ହେଉଛେ। ଦୀପାବଳିରେ ଦୀପ ପରିବର୍ତ୍ତେ ମହମବତି ଜାଳୁଛେ। ଧୋତି ପରିବର୍ତ୍ତେ ପ୍ୟାଣ୍ଟ ଶାର୍ଟ ପିନ୍ଧି ପୂଜା କରୁଛେ। ସକାଳୁ ନମସ୍କାର କିମ୍ବା ପ୍ରଣାମ ନ କରି ଗୁଡ୍‌ମର୍ନିଂ କହି ଅଭିବାଦନ କରୁଛେ, ଯାହାକି ଆମ ଉଗ୍ର ଆଧୁନିକତାର ପରିଚୟକୁ ଜାହିର କରୁଛି। କିନ୍ତୁ ଅନ୍ୟପକ୍ଷରେ ଆମ ସ୍ବତନ୍ତ୍ରତା ଓ ମୌଳିକତାକୁ ପ୍ରତି ମୁହୂର୍ତ୍ତରେ ତିଳ ତିଳ କରି ଯେ ହରାଇ ଚାଲିଛେ, ସେଥିପ୍ରତି ଆମର ନିଘା ନାହିଁ। ଏପରି ଅପମିଶ୍ରଣ କରି କରି ଚାଲିଲେ ଦିନେ ଆମେ ଏକ ସ୍ବତନ୍ତ୍ର ସଭ୍ୟତା କିମ୍ବା ସଂସ୍କୃତିର ଦାୟାଦ ଥିଲେ ବୋଲି କେବଳ ଇତିହାସ ହିଁ ପ୍ରମାଣ ଦେବ।
କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର,
ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?