କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ଶନିବାର କଂଗ୍ରେସ ୧୩୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ଦଳ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ’ ବାର୍ତ୍ତା ନେଇ ଦେଶବ୍ୟାପୀ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଛି। ଏଥିସହ ଦଳ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛି। ସିଏଏ, ଏନ୍‌ଆର୍‌ସି, ମାନ୍ଦାବସ୍ଥା, ଆଳୁ ଏବଂ ପିଆଜର ଦରବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦଳୀୟ କର୍ମୀ ନାରାବାଜି କରିଥିଲେ। ଏଥିରେ ଦଳର ପ୍ରମୁଖ ନେତାମାନଙ୍କ ସହ କର୍ମୀମାନେ ସାମିଲ ହୋଇଥିଲେ।

ପ୍ରକାଶଯୋଗ୍ୟ, ୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ.ହ୍ୟୁମ୍‌ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରତିଷ୍ଠା ଦିବସକୁ ନେଇ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri