Posted inଖେଳ

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ମଙ୍ଗଳବାର ବିଦର୍ଭ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନର ଏହି ଉଦୀୟମାନ ବୋଲର ଗୋଟିଏ ଓଭରରେ ୪ ଉଇକେଟ୍‌ ନେଇଥିଲେ। ଏପରିକି ସେ ଏକ ହ୍ୟାଟ୍ରିକ ସୃଷ୍ଟି କରିଥିଲେ ମଧ୍ୟ ଓ୍ବାଇଡ୍‌ ବଲ୍‌ ଯୋଗୁ ପୁଣି ହ୍ୟାଟ୍ରିକ ଉଇକେଟ ସଫଳତା ପାଇପାରି ନାହାନ୍ତି। ପ୍ରଭାବୀ ବୋଲିଂ ସତ୍ତ୍ୱେ ଦୀପକ କିନ୍ତୁ ତାଙ୍କ ଟିମ୍‌କୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ରାଜସ୍ଥାନ ୧ ରନରେ ପରାସ୍ତ ହୋଇଥିଲା।
ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗ୍ରୁପ୍‌-ବି’ର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବିଦର୍ଭ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। କିନ୍ତୁ ମ୍ୟାଚ୍‌ ମଝିରେ ବର୍ଷା ହେବାକୁ ଏହାକୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଚହରଙ୍କ ବୋଲିଂକୁ ସାମ୍ନା କରି ନ ପାରି ବିଦର୍ଭ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୯୯ ରନ କରିଥିଲା। ଅନ୍ତର୍ଜାତୀୟ ଟି୨୦ରେ ଦେଶର ପ୍ରଥମ ପୁରୁଷ ଖେଳାଳି ଭାବେ ହ୍ୟାଟ୍ରିକ ନେଇଥିବା ଚହର ୩ ଓଭରରେ ୧୮ ରନ୍‌ ବ୍ୟୟ କରି ୪ ଉଇକେଟ ହାତେଇଛନ୍ତି। ଏହି ୪ଟି ଯାକ ଉଇକେଟ୍‌ ସେ ଗୋଟିଏ ଓଭରରେ ନେଇଥିଲେ। ବିଦର୍ଭ ଇନିଂସର ଅନ୍ତିମ ତଥା ୧୩ତମ ଓଭର ବୋଲିଂ କରିଥିବା ଦୀପକ ପ୍ରଥମ ବଲରେ ରୂପେଲ ରାଠୋର (୩ ରନ)ଙ୍କୁ ଭାଇ ରାହୁଲ ଚହରଙ୍କ ହାତରେ କ୍ୟାଚ୍‌ କରାଇନେଇଥିଲେ। ଏହାପରେ ଓଭର ଅନ୍ତିମ ୩ଟି ବଲରେ ସେ ଯଥାକ୍ରମେ ଦର୍ଶନ ନାଲକାଣ୍ଡେ (୦), ଶ୍ରୀକାନ୍ତ ଓ୍ବାଗ (୧୩) ଓ ଅକ୍ଷୟ ଓ୍ବାଦ (୦)ଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ ଦର୍ଶନଙ୍କ ଉଇକେଟ୍‌ ନେବାପରେ ସେ ଏକ ଓ୍ବାଇଡ୍‌ ବଲ୍‌ ପକାଇଥିଲେ। ଫଳରେ ନିୟମ ଅନୁଯାୟୀ ଲଗାତର ୩ଟି ବଲରେ ଉଇକେଟ୍‌ ନେଇପାରି ନ ଥିବାରୁ ଏହା ହ୍ୟାଟ୍ରିକ ଭାବେ ଗଣାଯାଇ ନାହିଁ।
ଭିଜେଡି ମେଥଡରେ ରାଜସ୍ଥାନ ସମ୍ମୁଖରେ ୧୦୭ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ରାଜସ୍ଥାନ ଓପନର୍‌ ମନିନ୍ଦର ସିଂ (୪୪ ରନ, ୧୭ ବଲ, ୬ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ୮ ଉଇକେଟ୍‌ ହରାଇ ୧୦୫ ରନ କରିବାକୁ ସମର୍ଥ ହୋଇଥିଲା। ଉଲ୍ଲେଖଥାଉ କି, ଗତ ରବିବାର ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ତୃତୀୟ ଟି୨୦ରେ ସେ ମାତ୍ର ୭ ରନ୍‌ ଦେଇ ୬ ଉଇକେଟ ନେଇ ବିଶ୍ୱରେକର୍ଡ ଅଧିକାରୀ ହୋଇଥିଲେ। ଏଥିରେ ତାଙ୍କର ହ୍ୟାଟ୍ରିକ ମଧ୍ୟ ରହିଥିଲା। ଦୀପକଙ୍କ ଏହି ମାରାତ୍ମକ ସ୍ପେଲ ଯୋଗୁ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri