ଓଲଟିଲା ବସ୍‌, ବର୍ତ୍ତିଲେ ୨୦ ଯାତ୍ରୀ: ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪ ଆହତ

ପଟ୍ଟାଙ୍ଗି,୭ା୬(ଡି.ଏନ୍‌.ଏ.): ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ତେଲରାଇ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓଲଟିପଡ଼ିଛି। ଏଥିରେ କଣ୍ଟକ୍ଟରଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଓ କଣ୍ଡକ୍ଟର ଏବେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ନଡ଼ିଆରାଣୀ ବସ୍‌ (ଓଡି୦୫ ଏଏ ୫୯୭୭) କଟକରୁ କୋରାପୁଟ ଜିଲା ଜୟପୁର ଆସୁଥିଲା। ୫ଟା ୧୫ ମିନିଟ୍‌ ସମୟରେ ତେଲରାଇ ଛକର ଏକ ମୋଡ଼ରେ ଦ୍ରୁତଗତିରେ ଆସୁଥିବା ଯୋଗୁ ଭାରସାମ୍ୟ ହରାଇ ଏନ୍‌ଏଚ୍‌ର ଡିଭାଇଡର ତଥା ଗାର୍ଡଓ୍ବାଲକୁ ଧକ୍କାଦେଇ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ି ଚଲାଉଥିବା ଡ୍ରାଇଭର ଜୟପୁର ବ୍ଲକ ଉମୁରି ଗ୍ରାମର ଜିତେନ୍ଦ୍ର ସିଂଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ସେହିପରି ବସରେ ବିଶ୍ରାମ ନେଉଥିବା ଅନ୍ୟ ଜଣେ ଡ୍ରାଇଭର ସନ୍ତୋଷ ମହାନ୍ତିଙ୍କ ପିଠି ଓ କାନ୍ଧରେ ଆଘାତ ଲାଗିଛି। କଣ୍ଡକ୍ଟର ନିରଞ୍ଜନ ମୁଦୁଲି ବସ୍‌ କ୍ୟାବିନ୍‌ ଭିତରେ ଚାପିହୋଇ ରହିଥିଲେ। ଦୁର୍ଘଟଣା ପରେ ସେଠାରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚତ୍ଥିଲା। କଟରରେ ବସ୍‌ର କିଛିଭାଗ କଟାଯାଇ ଦେଢ଼ ଘଣ୍ଟା ପରେ କଣ୍ଡକ୍ଟରଙ୍କୁ ଉଦ୍ଧାର କରାଯାଇଥିଲା। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ସେମିଳିଗୁଡ଼ା ବ୍ଲକ ବସଷ୍ଟାଣ୍ଡ ଅଞ୍ଚଳର ମମତା ନାୟକ, ସୁନାବେଡ଼ା ହାଉସିଂ ବୋର୍ଡ଼ କଲୋନିର ଗୋବିନ୍ଦ ଚନ୍ଦ୍ର ବାରିକ ମଧ୍ୟ ଆହତ ହୋଇଥିଲେ। ଏସ୍‌ଆଇ ଗୋକୁଳାନନ୍ଦ ପଟ୍ଟନାୟକ, ଏଏସ୍‌ଆଇ ଅନିମେଷ ମାଳି, ସୁବାସ ନାୟକ ଓ ହାବିଲଦାର ପ୍ରଶାନ୍ତ ମାଝି ଦୁର୍ଘଟଣାଗ୍ରସ୍ତ ବସ୍‌ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri