ଓଲଟିଲା ବସ୍‌, ବର୍ତ୍ତିଲେ ୨୦ ଯାତ୍ରୀ: ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪ ଆହତ

ପଟ୍ଟାଙ୍ଗି,୭ା୬(ଡି.ଏନ୍‌.ଏ.): ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ତେଲରାଇ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓଲଟିପଡ଼ିଛି। ଏଥିରେ କଣ୍ଟକ୍ଟରଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଓ କଣ୍ଡକ୍ଟର ଏବେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ନଡ଼ିଆରାଣୀ ବସ୍‌ (ଓଡି୦୫ ଏଏ ୫୯୭୭) କଟକରୁ କୋରାପୁଟ ଜିଲା ଜୟପୁର ଆସୁଥିଲା। ୫ଟା ୧୫ ମିନିଟ୍‌ ସମୟରେ ତେଲରାଇ ଛକର ଏକ ମୋଡ଼ରେ ଦ୍ରୁତଗତିରେ ଆସୁଥିବା ଯୋଗୁ ଭାରସାମ୍ୟ ହରାଇ ଏନ୍‌ଏଚ୍‌ର ଡିଭାଇଡର ତଥା ଗାର୍ଡଓ୍ବାଲକୁ ଧକ୍କାଦେଇ ଓଲଟି ପଡ଼ିଥିଲା। ଏଥିରେ ଗାଡ଼ି ଚଲାଉଥିବା ଡ୍ରାଇଭର ଜୟପୁର ବ୍ଲକ ଉମୁରି ଗ୍ରାମର ଜିତେନ୍ଦ୍ର ସିଂଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ସେହିପରି ବସରେ ବିଶ୍ରାମ ନେଉଥିବା ଅନ୍ୟ ଜଣେ ଡ୍ରାଇଭର ସନ୍ତୋଷ ମହାନ୍ତିଙ୍କ ପିଠି ଓ କାନ୍ଧରେ ଆଘାତ ଲାଗିଛି। କଣ୍ଡକ୍ଟର ନିରଞ୍ଜନ ମୁଦୁଲି ବସ୍‌ କ୍ୟାବିନ୍‌ ଭିତରେ ଚାପିହୋଇ ରହିଥିଲେ। ଦୁର୍ଘଟଣା ପରେ ସେଠାରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚତ୍ଥିଲା। କଟରରେ ବସ୍‌ର କିଛିଭାଗ କଟାଯାଇ ଦେଢ଼ ଘଣ୍ଟା ପରେ କଣ୍ଡକ୍ଟରଙ୍କୁ ଉଦ୍ଧାର କରାଯାଇଥିଲା। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପ୍ରଥମେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ସେମିଳିଗୁଡ଼ା ବ୍ଲକ ବସଷ୍ଟାଣ୍ଡ ଅଞ୍ଚଳର ମମତା ନାୟକ, ସୁନାବେଡ଼ା ହାଉସିଂ ବୋର୍ଡ଼ କଲୋନିର ଗୋବିନ୍ଦ ଚନ୍ଦ୍ର ବାରିକ ମଧ୍ୟ ଆହତ ହୋଇଥିଲେ। ଏସ୍‌ଆଇ ଗୋକୁଳାନନ୍ଦ ପଟ୍ଟନାୟକ, ଏଏସ୍‌ଆଇ ଅନିମେଷ ମାଳି, ସୁବାସ ନାୟକ ଓ ହାବିଲଦାର ପ୍ରଶାନ୍ତ ମାଝି ଦୁର୍ଘଟଣାଗ୍ରସ୍ତ ବସ୍‌ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri