ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଓଭରବ୍ରିଜ୍ ପାଲଟିଛି ଡେଥ୍ ଜୋନ୍। ଦୁର୍ଘଟଣା ନେଉଛି ବହୁ ଜୀବନ। ସୋମବାର ସକାଳେ ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଛକ ନିକଟ ଓଭରବ୍ରିଜ ଉପରେ ଆଉ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ସ୍କୁଟିରେ ଯାଉଥିବା ବାପା ଓ ପୁଅ ଓଭରବ୍ରିଜର ୩୦ଫୁଟ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍ ମଦନପୁର ଗ୍ରାମର ଗଙ୍ଗାଧର ମହାରଣା(୫୫) ଓ ପୁଅ ଲକ୍ଷ୍ମଣ ମହାରଣା(୨୫)। ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି କେସ୍ ନଂ.୨୩୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ବାପା ଗଙ୍ଗାଧରଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ପୁଅ ଲକ୍ଷ୍ମଣ ଏକ ସ୍କୁଟି(ଓଡି-୨୫ଏଚ୍-୬୪୬୦)ରେ ବସାଇ ନୟାଗଡରୁ ସକାଳୁ ବାହାରିଥିଲେ। ସେମାନେ କଟକ ବଡ଼ ମେଡିକାଲକୁ ଯାଇଥାନ୍ତେ। ସକାଳ ପ୍ରାୟ ୯ଟାରେ ସେମାନେ ଆଚାର୍ଯ୍ୟ ବିହାର ଛକ ଉପର ଓଭରବ୍ରିଜ୍ ଦେଇ ଯାଉଥିବାବେଳେ ପଛରୁ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ପଳାଇଥିବା କୁହାଯାଉଛି। ଫଳରେ ଉଭୟ ଗଙ୍ଗାଧର ଓ ଲକ୍ଷ୍ମଣ ସ୍କୁଟିରୁ ଛିଟିକି ଓଭରବ୍ରିଜ୍ରୁ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଲକ୍ଷ୍ମଣଙ୍କୁ ପିସିଆର ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଜଟିଳହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସପ୍ତାହ ମଧ୍ୟରେ ଓଭରବ୍ରିଜ୍ରେ ଗଲାଣି ୫ ଜୀବନ
ହଂସପାଳ ଛକରୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗତ ସପ୍ତାହ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ଇସ୍କନ ମନ୍ଦିର ସମ୍ମୁଖ ଓଭରବ୍ରିଜରେ ବାଉଁଶ ବୋଝେଇ ଟ୍ରକ୍ ପଛରେ ଏକ ଟ୍ୟାଙ୍କର ପିଟି ହୋଇ ଜଣଙ୍କର ମୃତୁ ଘଟିଥିଲା। ଟ୍ୟାଙ୍କର ଡ୍ରାଇଭର ପେଟରେ ବାଉଁଶ ପଶି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ବରମୁଣ୍ଡା କାଳୀ ମନ୍ଦିର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ୩ ଛାତ୍ରଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଭରବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏବେ ଲୋକେ ଏହା ଉପର ଦେଇ ଯାତାୟାତ କରିବାକୁ ଭୟ କଲେଣି।
ବ୍ଲାକ୍ ସ୍ପଟ୍ ଚିହ୍ନଟ ପାଇଁ କମିଶନରଙ୍କ ନିର୍ଦ୍ଦେଶ
ଟୁଇନ ସିଟି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବଢିବା ସହ ଅକାଳରେ ଅନେକ ଜୀବନ ଚାଲିଯାଉଛି। ସପ୍ତାହକ ଭିତରେ ଭୁବନେଶ୍ୱରରେ ୫ଜଣଙ୍କ ଜୀବନ ଯିବା ପରେ କମିଶନରେଟ ପୋଲିସର ଚେତା ପଶିଛି। ଦୁର୍ଘଟଣା ରୋକିବା ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କଟକ ଭୁବନେଶ୍ୱରର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ‘ବ୍ଲାକ୍ ସ୍ପଟ’ ଭାବେ ଚିହ୍ନଟ କରାଯିବ। ତୁରନ୍ତ ସେଠାରେ ସ୍ପିଡ୍ ବ୍ରେକର ଓ ବ୍ୟାରିକେଡ୍ ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାସ୍ତାରେ ଗାଡିମୋଟରର ବେଗ କମାଇବା ପାଇଁ ସ୍ପିଡ୍ ଇଣ୍ଟରସେପ୍ଟର ଭ୍ୟାନ ପ୍ୟାଟ୍ରୋଲିଂ କରିବାକୁ କୁହାଯାଇଛି।
ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!
ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…
ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ
ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…
ନାବାଳିକାଙ୍କୁ ବଳାତ୍କାର
ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…
ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଲା ଚେନ୍ନାଇ
ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…
ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ
କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ରେ ଜାଗା ଚିହ୍ନଟରେ…
ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ
କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…
ନ୍କଆଉଟ୍ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ
ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…
ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା
ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…
Archives

