ଓଡ଼ିଶାରେ ଚାଲିଛି ୪୯,୯୮୪ କୋଟିର ରେଳ ପ୍ରକଳ୍ପ; ୧୦ ନୂଆ ଲାଇନ, ୨୫ ଦୋହରୀକରଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୩୬ ପ୍ରକଳ୍ପ ଅଧୀନରେ ୪୫୬୭ କିଲୋମିଟର ରେଳପଥ କାର୍ଯ୍ୟ ଜାରି ରହିଛି। ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୪୯,୯୮୪ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡିକ ମଧ୍ୟରେ କେତେକ ସମ୍ପୂର୍ଣ୍ଣଭାବେ ଓଡ଼ିଶାର ହୋଇଥିବାବେଳେ ଅନ୍ୟ କେତେକ ପ୍ରକଳ୍ପ ଆଂଶିକ ଓଡ଼ିଶାରେ ପଡୁଛି। ଏହା ମଧ୍ୟରେ ରହିଛି ୧୦ଟି ନୂଆ ରେଳଲାଇନ, ଯାହାର ଦୈର୍ଘ୍ୟ ୧,୨୬୯ କିଲୋମିଟର। ଏହି ପ୍ରକଳ୍ପଗୁଡିକ ପାଇଁ ୧୬,୫୯୮ କୋଟି ଟଙ୍କାର ବ୍ୟୟବରାଦ ରହିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮୦ କିଲୋମିଟର ଦୈର୍ଘ୍ୟ ରେଳପଥର କାର୍ଯ୍ୟ ସରିଛି। ଏଥିସହିତ ଉପରୋକ୍ତ ସମୟସୀମା ମଧ୍ୟରେ ୪୨୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ନିକଟରେ ସମାପ୍ତ ହୋଇଥିବା ଶୀତ ଅଧିବେଶନରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ପାର୍ଲାମେଣ୍ଟର ରାଜ୍ୟ ସଭାରେ ବିଜେଡି ସଦସ୍ୟ ସସ୍ମିତ ପାତ୍ରଙ୍କ ଦ୍ୱାରା ଗତ ଡିସେମ୍ବର ୧୩ରେ ତାରକା ଚିହ୍ନିତ ପ୍ରଶ୍ନ ସଂଖ୍ୟା ୨୮୩ର ଉତ୍ତରରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି।
ରେଳ ମନ୍ତ୍ରଣାଳୟର ପିଙ୍କ୍‌ ବୁକ୍‌ରେ କେଉଁ ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ସ୍ଥାନିତ କରାଯାଇଛି, ଏଯାବତ୍‌ କେଉଁଟି କାର୍ଯ୍ୟକାରୀ ହୋଇନାହିଁ, କେଉଁ ପ୍ରକଳ୍ପକୁ ପିଙ୍କ୍‌ ବୁକ୍‌ରୁ ବାଦ୍‌ ଦିଆଯାଇଛି, ସେ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ମନ୍ତ୍ରୀ ପୀୟୂଷ ଗୋୟଲ ଉପରୋକ୍ତ ତଥ୍ୟ ଏବଂ ଆନୁଷଙ୍ଗିକ ପରିସଂଖ୍ୟାନ ପ୍ରଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ଯେ, ୧ ଗଜ କନଭରସନ(ଜିସି) ପ୍ରକଳ୍ପ ଯାହା ୧୪୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ। ଏଥିପାଇଁ ୧୩୪୯ କୋଟି ଟଙ୍କାର ବ୍ୟୟବରାଦ ରହିଥିବା ବେଳେ ତନ୍ମଧ୍ୟରୁ ୯୦ କିଲୋମିଟର କାର୍ଯ୍ୟ ହେବା ସହ ୧୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜ୍ୟରେ ପ୍ରାୟ ୨୫ଟି ରେଳଲାଇନ ଦୋହରୀକରଣ ହେବାକୁ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୩୧୫୯ କିଲୋମିଟର ରହିଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ୩୨,୦୩୭ କୋଟି ଟଙ୍କାର ବ୍ୟୟବରାଦ ରହିଛି। ତନ୍ମଧ୍ୟରୁ ଗତବର୍ଷ ମାର୍ଚ୍ଚ ସୁଦ୍ଧା ୪୯୪ କିଲୋମିଟର ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ୮୨୪୬ କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଇଛି। ପିଙ୍କ୍‌ ବୁକ୍‌ରୁ କୌଣସି ପ୍ରକଳ୍ପକୁ ବାଦ୍‌ ଦିଆଯାଇ ନ ଥିବା ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି। ବିଳମ୍ବିତ ରେଳ ପ୍ରକଳ୍ପ ନେଇ ଜମି ଅଧିଗ୍ରହଣ, ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଓ ଅନ୍ୟାନ୍ୟ କାରଣକୁ ଦାୟୀ କରାଯାଇଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ରେଳପଥ ସମ୍ପର୍କିତ ଖର୍ଚ୍ଚର ରାଜ୍ୟ ଅଂଶ ବାବଦକୁ ଓଡ଼ିଶା ୧୪୪ କୋଟି ଟଙ୍କା ଦାଖଲ କରିବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ପୂର୍ବାପେକ୍ଷା ଓଡ଼ିଶାକୁ ରେଳପଥ ଅନୁଦାନ ବୃଦ୍ଧି ନେଇ ମଧ୍ୟ ଉଲ୍ଲେଖ କରାଯାଇଛି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୧୨୬ କୋଟି ଟଙ୍କାର ଅନୁଦାନ ମିଳିଛି। ଅପରପକ୍ଷରେ ୨୦୦୯-୧୦ରୁ ୨୦୧୩-୧୪ରେ ୮୩୮ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୧୪-୧୯ ମଧ୍ୟରେ ମିଳିଥିବା ଅନୁଦାନର ପରିମାଣ ୨୦୦୯-୧୪ ମଧ୍ୟରେ ମିଳିଥିବା ଅନୁଦାନର ପରିମାଣଠାରୁ ୪୯୨%କୁ ବୃଦ୍ଧି ପାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭିଣୋଇ, ଦଳାଚକଟାରେ ଜଣେ ଆହତ

ପୁରୁଷୋତ୍ତମପୁର, ୧୬।୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରଥଟଣା ଚାଲିଥିବା ବେଳେ ପାରିବାରିକ…

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri