ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୈନନ୍ଦିନ ଦେବନୀତି ଅନୁଯାୟୀ ପ୍ରାତଃ ସମୟରେ ମଙ୍ଗଳ ଆଳତୀ, ଅବକାଶ ଓ ବାଳ ଭୋଗ ଶେଷ ହେବା ପରେ ମଧ୍ୟାହ୍ନରେ ମହାପ୍ରଭୁଙ୍କ ଚକା ଛାଡ଼ ଖେଚୁଡ଼ି ଭୋଗ ସମ୍ପନ୍ନ ହୋଇଥିଲା।

ଏହାପରେ ପାରମ୍ପରିକ ଛେରା ପହଁରା ନୀତି ସରିବା ପରେ ଘଣ୍ଟ, ଘଣ୍ଟି, କାହାଳୀ ଓ ମୃଦଙ୍ଗ ବାଦ୍ୟର ଗଗନପବନ କମ୍ପା ଅଧ୍ୟାତ୍ମିକ ଧ୍ୱନି ମଧ୍ୟରେ ଠାକୁରଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ଠାକୁରଙ୍କୁ ସୁସଜ୍ଜିତ ରଥରେ ଆରୂଢ଼ କରାଯାଇ ଟାହିଆ ଲାଗି ଓ ମଙ୍ଗଳାର୍ପଣ କରାଯିବା ପରେ ଶ୍ରଦ୍ଧାଳୁ ତଥା ଛୋଟ ଛୋଟ ପିଲାମାନେ ହର୍ଷୋଲ୍ଲାସର ସହ ରଥକୁ ଟାଣି ନେଇଥିଲେ। ଚନ୍ଦନ ପୋଖରୀ ଚନ୍ଦନ ଚକଡାରେ ଠାକୁର ବିରାଜମାନ କରିଛନ୍ତି। ଆଗାମୀ ନଅ ଦିନ ପର୍ଯ୍ୟନ୍ତ ମହାପ୍ରଭୁ ଏହି ପୀଠରେ ଅବସ୍ଥାନ କରିବେ।

ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ରଥଟିକୁ ରଙ୍ଗବେରଙ୍ଗର ଫୁଲମାଳରେ ଅତି ସୁନ୍ଦର ଭାବେ ସଜାଯାଇଥିଲା। ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗର କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ଘଣ୍ଟ ମର୍ଦ୍ଦଳ, ସଂକୀର୍ତ୍ତନ ଏବଂ ଯୋଡ଼ି ଶଙ୍ଖ ବାଦ୍ୟ ସହ ନୃତ୍ୟ ପରିବେଷଣ କରାଯାଇ ପରିବେଶକୁ ଅଧିକ ଆଧ୍ୟାତ୍ମିକ ସରସ କରିଦିଆଯାଇଥିଲା। ମହାପ୍ରଭୁଙ୍କ ଏହି ଯାତ୍ରା ସମୟରେ ତାଙ୍କର ଅତି ପ୍ରିୟ ‘ପାଚିଲା ପଣସ’ ଭୋଗ ଲଗାଯାଇଥିଲା।

ମହାପ୍ରଭୁଙ୍କ ସମସ୍ତ ଦେବନୀତି ସେବାୟତ ସୋମନାଥ ମହାପାତ୍ର, ଲୋକନାଥ ମହାପାତ୍ର, ରାଧାନାଥ ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ଓମ୍ ପ୍ରକାଶ ମହାପାତ୍ର, ରାକେଶ ମହାପାତ୍ର ଏବଂ ଦେବଶକ୍ତି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ସେବାୟତମାନଙ୍କ ଦ୍ୱାରା ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ଏହାସହିତ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ମନୋରଞ୍ଜନ ମହାନ୍ତି, କର୍ମଚାରୀ ଶିବ ପ୍ରସାଦ ସାହୁ, ସଞ୍ଜୀବ କୁମାର ବିଶ୍ୱାଳ, ନାରାୟଣ ମିଶ୍ରଙ୍କ ସମେତ ବିଶ୍ୱକର୍ମା, ମଣ୍ଡଣି ସୁଆଁସିଆ, ବାଜାବାଲା ଓ ଭୋଇ ସେବାୟତମାନେ ରଥଚଳା କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସତ୍ୟବାଦୀ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଥିଲା।

ଅନୁରୂପ ଭାବେ ଦାରୁ କ୍ଷେତ୍ର ରାୟଚକ୍ରଧରପୁର ଏବଂ ମୂଳ ଅଳସା ଗ୍ରାମରେ ମଧ୍ୟ ତିନି ଠାକୁରଙ୍କ ରଥଯାତ୍ରା ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri