କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଭଞ୍ଜ ରାଜବଂଶ ପକ୍ଷରୁ ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଯାତ୍ରାକୁ ଏବେ ଦେବୋତ୍ତର ବିଭାଗ ପରିଚାଳନା କରୁଛି। ନିର୍ଦ୍ଧାରିତ ସମୟରେ ପୂଜାର୍ଚ୍ଚନା ଶେଷ ହେବା ପରେ ଭଞ୍ଜ ରାଜବଂଶର ପ୍ରତିନିଧି ଭାବେ ପ୍ରଶାନ୍ତ କୁମାର ଭଞ୍ଜଦେଓ ଛେରା ପହଁରା କରିଥିଲେ। ଏହାପରେ ଅପରାହ୍ନ ସାଢ଼େ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।

ରଥଟଣା ଆରମ୍ଭ ହୋଇ ପ୍ରାୟ ୫୦ ମିଟର ଯିବା ପରେ ରଥଟି ହଠାତ୍ ଡାହାଣ କଡ଼କୁ ଚାଲିଯାଇଥିଲା। ଭକ୍ତମାନେ ରଥକୁ ପୁଣି ବାମ କଡ଼କୁ ବା ରାସ୍ତା ମଝିକୁ ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଶେଷରେ ପ୍ରଶାସନ ପକ୍ଷରୁ ଏକ ହାଇୱା ଗାଡ଼ିର ସହାୟତା ନିଆଯାଇଥିଲା। ହାଇୱା ଗାଡ଼ି ସାହାଯ୍ୟରେ ରଥକୁ ଟାଣି ରାସ୍ତା ମଝିକୁ ଅଣାଯିବା ପରେ ରଥଟଣା ପୁଣି ସ୍ୱାଭାବିକ ହୋଇଥିଲା। ସୂଚନା ସୁଦ୍ଧା ରାତି ୯ ଟା ରେ କୁଲାଡ ମାଉସୀମା ମନ୍ଦିରରେ ରଥ ଲାଗିଛି।

ଏହି ରଥଯାତ୍ରା ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ରହି ରଥଟଣା କାର୍ଯ୍ୟର ତଦାରଖ କରିଥିଲେ।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦୀପକ କୁମାର ମିଶ୍ର ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଯାତ୍ରା କମିଟିର କର୍ମକର୍ତ୍ତା, ଗ୍ରାମବାସୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଥିରେ ସହଯୋଗ କରିଥିଲେ।

ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭକ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ଠାକୁରଙ୍କ ପହଣ୍ଡି ବିଜେ ସମୟକୁ ବର୍ଷା ଛାଡ଼ିଯାଇଥିଲା। ଏହାପରେ କୁଲାଡ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସମଗ୍ର ପରିବେଶ ଭକ୍ତମୟ ହୋଇଉଠିଥିଲା। ଏହାସହ ଭେଜିପୁଟ, ଭଞ୍ଜନଗର ଓ ବଡକୋଦଣ୍ଡା ଆଦି ଅଞ୍ଚଳରେ ମଧ୍ୟ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିନେଇଥିଲେ ବୃଦ୍ଧ, ଏଇଠୁ ମିଳିଲା ପତ୍ତା

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସ୍ତ୍ରୀଙ୍କୁ ଶାବଳରେ ପିଟି ହତ୍ୟା, ସ୍ୱାମୀଙ୍କୁ ଆଜୀବନ

ଵ୍ରହ୍ମପୁର,୩୧।୮(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ମସିହାରେ ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ନିଜ ସ୍ତ୍ରୀ’ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିଲେ । ଜିଲା ଦୌରା ଜଜ ଅଶାନ୍ତ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri