ମଣ୍ଡିରୁ ଉଠୁନି ଧାନ: ଚିଠି, ଟୁଇଟର ମାଧ୍ୟମରେ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ସାରା ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ହେଲେ କେତେକ ସ୍ଥାନରେ ମଣ୍ଡିରୁ ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏପରି କି ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ ମଣ୍ଡିରୁ ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏହି କାରଣରୁ କେତେକ ବ୍ୟକ୍ତି ଟୁଇଟର ଜରିଆରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଅନୁରୂପଭାବେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡକାଳୁପଡା ସୋସାଇଟିରୁ ଏ ପର୍ଯ୍ୟନ୍ତ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି। ଏହି ସୋସାଇଟିରେ ପଞ୍ଜୀକୃତ ହୋଇଥିବା ୨୦୪ ଜଣ ଚାଷୀ ଧାନ ଉଠୁ ନ ଥିବାରୁ ପ୍ରଭାବିତ ହୋଇଛନ୍ତି। ଶିଶୁପାଳଗଡ ମଣ୍ଡିରୁ ଧାନ ନ ଉଠିବା ନେଇ ମନୋଜ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେହିପରି ଡେଲାଙ୍ଗବାସିନ୍ଦା ତଥା ଚାଷୀ ପ୍ରତାପ ସ୍ବାଇଁ, ମହେନ୍ଦ୍ର ଖଟେଇ , ପ୍ରମୋଦ ଆଚାର୍ଯ୍ୟ, ଧୋଇଆ ସ୍ବାଇଁ ଏବଂ ଜଗନ୍ନାଥ ମାଣ୍ଡିଆ ପ୍ରମୁଖ ଚିଠି ଲେଖି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଟୋକନ୍‌ ବ୍ୟବସ୍ଥା ପୂର୍ବପେକ୍ଷା ସ୍ବଚ୍ଛତା ଆଣିଛି। ହେଲେ ତୃଣମୂଳର କେତେକ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଏପରି ଅସୁବିଧା ହୋଇଛି। ଏହି ପ୍ରସଙ୍ଗରେ ଯୋଗାଣ ମୁଖ୍ୟାଳୟ ଅଧିକାରୀ ନେତ୍ରମଣି ପଣ୍ଡା କହିଛନ୍ତି ଯେ, ଏହି ୨ ଅଞ୍ଚଳରେ ଧାନ କ’ଣ ପାଇଁ ଉଠାଯାଇନାହିଁ, ସେ ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କଠାରୁ ରିପୋର୍ଟ ସଂଗ୍ରହ କରାଯାଇ ବିହିତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭିଣୋଇ, ଦଳାଚକଟାରେ ଜଣେ ଆହତ

ପୁରୁଷୋତ୍ତମପୁର, ୧୬।୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରଥଟଣା ଚାଲିଥିବା ବେଳେ ପାରିବାରିକ…

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri